ETV Bharat / bharat

PSLV-C55 Rocket Launch: କାଲି ହେବ ଲଞ୍ଚ, ଜାଣନ୍ତୁ କଣ ରହିଛି ଖାସ୍‌

author img

By

Published : Apr 21, 2023, 10:14 PM IST

ଆସନ୍ତାକାଲି ଇସ୍ରୋ ଲଞ୍ଚ କରିବାକୁ ଯାଉଛି ସିଙ୍ଗାପୁରର ଏକ ସାଟେଲାଇଟ । ଏହାକୁ ଇସ୍ରୋର ସବୁଠୁ ବିଶ୍ବାସଯୋଗ୍ୟ ରକେଟ PSLV-C55ରୁ ଲଞ୍ଚ କରାଯିବ । ଜାଣନ୍ତୁ କଣ ରହିଛି ଏଥିରେ ଖାସ

Etv Bharat
Etv Bharat

ନୂଆଦିଲ୍ଲୀ: ଆସନ୍ତାକାଲି(ଏପ୍ରିଲ ୨୨) ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଲଞ୍ଚ କରିବାକୁ ଯାଉଛି ସିଙ୍ଗାପୁରର ଏକ ସାଟେଲାଇଟ । ଏହି ସାଟେଲାଇଟର ନାମ ହେଉଛି TeLEOS-02 । ଏହାସହିତ ଆଉ କିଛି ସାଟେଲାଇଟକୁ ମଧ୍ୟ ଲଞ୍ଚ କରାଯିବ । ହେଲେ ସବୁଠୁ ଖାସ୍‌ କଥା ହେଉଛି ଏହାକୁ PSLV ରକେଟରୁ ଲଞ୍ଚ କରାଯାଉଛି । ଏହା ଇସ୍ରୋର ସବୁଠାରୁ ବିଶ୍ବାସଯୋଗ୍ୟ ରକେଟ । ଏହି ରକେଟରୁ ଅନେକ ଥର ଉତକ୍ଷେପଣ କରାଯାଇଥିବା ବେଳେ ମାତ୍ର ୨ଥର ଅସଫଳ ଭୋଗିଛି ଇସ୍ରୋ । ଚଳିତ ଥର ଏହି ରକେଟର ଇଣ୍ଟ୍ରିଗ୍ରେସନରେ ଅନେକ ନୂତନତା ଗ୍ରହଣ କରାଯାଇଛି ।

ସିଙ୍ଗାପୁର ସାଟେଲାଇଟ ଲଞ୍ଚ ପାଇଁ ଇସ୍ରୋ PSLV-C55 ରକେଟର ବ୍ୟବହାର କରିବ । ୧୯୯୩ ମସିହା ସେପ୍ଟେମ୍ବର ମାସରେ ପ୍ରଥମ ଥର ଲାଗି ଏହି ରକେଟକୁ ଲଞ୍ଚିଂ ପାଇଁ ବ୍ୟବହାର କରାଯାଇଥିଲା । ଏଯାବତ ଏହାକୁ ୫୬ଥର ଲାଗି ସାଟେଲାଇଟ ଲଞ୍ଚରେ ବ୍ୟବହାର କରାଯାଇଛି । କେବଳ ୨ଥର ଅସଫଳ ହୋଇଛି ଇସ୍ରୋ । ରକେଟରୁ ଆସେମ୍ବିଲିଂ ବା ଯୋଡ଼ିବାରେ ଅନେକ ସମୟ ଲାଗିଥାଏ । ଏଥିଲାଗି ଏହାର ଇଣ୍ଟିଗ୍ରେସନ ବା ଏକୀକରଣରେ ଯେପରି କମ ସମୟ ଲାଗିବ ତାହା ଉପରେ କାର୍ଯ୍ୟ କରାଯାଇଛି । ଇଣ୍ଟ୍ରିଗ୍ରେସନରେ ଅନେକ ନୂତନତା ଗ୍ରହଣ କରାଯାଇଥିବା ବେଳେ ଏଣିକି ରକେଟକୁ ଯୋଡ଼ିବାରେ କମ ସମୟ ଲାଗିବ ।

ଏହା ବି ପଢନ୍ତୁ- ଉତକ୍ଷେପଣ ପରେ ବିସ୍ଫୋରଣ ହେଲା ବିଶ୍ବର ସବୁଠୁ ବଡ ରକେଟ୍‌

ରକେଟକୁ ଯୋଡିବାରେ ଆଉ ହେବନି ବିଳମ୍ବ:- ପୂର୍ବରୁ PSLVର ସମସ୍ତ ଅଂଶକୁ ମୋବାଇଲ ସର୍ଭିସ ଟାୱାର ଜରିଆରେ ପ୍ରଥମେ ଲଞ୍ଚ ପ୍ୟାଡ୍‌କୁ ନିଆଯାଉଥିଲା । ସେଠାରେ ସମସ୍ତ ଅଂଶକୁ ଯୋଡ଼ା ଯିବା ପରେ ଏହାର ବ୍ୟବହାର ହେଉଥିଲା । ତେବେ ଏପ୍ରିଲ ୨୨ ତାରିଖ ୨.୧୯ରେ ଏହାକୁ ଲଞ୍ଚ କରାଯିବ । ଚଳିତ ଥର ନୂଆ ଉପାୟରେ ରକେଟର ପ୍ରଥମ ଓ ଦ୍ବିତୀୟ ପାର୍ଟକୁ PSLV ଇଣ୍ଟିଗ୍ରେସନ ଫାସିଲିଟି (PIF)ରେ ଯୋଡ଼ାଯିବ । ଏହାପରେ ରକେଟକୁ ମୋବାଇଲ ଲଞ୍ଚ ପେଡେଷ୍ଟଲକୁ ଅଣାଯାଏ । ଏହାପରେ ୩ୟ ଓ ୪ର୍ଥ ପାର୍ଟକୁ ପ୍ରଥମ ଲଞ୍ଚପ୍ୟାଡରେ ଯୋଡ଼ାଯିବ । ଏହାର ଫାଇଦା ହେଉଛି ଯଦି ପ୍ରଥମ ଲଞ୍ଚ୍‌ ପ୍ୟାଡରେ କୌଣସି ରକେଟ ପୂର୍ବରୁ ରହିଛି ତେବେ ୧ମ ଓ ୨ୟ ପାର୍ଟକୁ ଯୋଡ଼ିବା ଲାଗି ସମୟ ଲାଗିବ ନାହିଁ । କେବଳ ୩ୟ ଓ ୪ର୍ଥ ପାର୍ଟକୁ ଲଞ୍ଚପ୍ୟାଡରେ ଯୋଡ଼ାଯିବ ।

କଣ ପାଇଁ ବିଶ୍ବାସଯୋଗ୍ୟ PSLV ରକେଟ:- ଏହି ରକେଟର ଅନେକ ସ୍ବତନ୍ତ୍ରତା ରହିଛି । ଏଯାବତ PSLV ରକେଟରୁ ୨୨ କଷ୍ଟମର ଦେଶର ୨୯୭ଟି ସାଟେଲାଇଟକୁ ଲଞ୍ଚ କରାଯାଇଛି । ଏହି ରକେଟ ୪୪ମିଟର ଉଚ୍ଚ ହୋଇଥିବା ବେଳେ ଏହାର ଲମ୍ବ ୨.୮ ମିଟର । ଏହାର ୪ଟି ଷ୍ଟେଜ ରହିଛି । ଏହାର ଓଜନ ୩୨୦ ଟନ । ଆସନ୍ତାକାଲି ଏହାକୁ ଲଞ୍ଚ କରାଯିବାକୁ ଥିବା ବେଳେ ଆଜି ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ଆନ୍ଧ୍ରପ୍ରଦେଶ ଚେଙ୍ଗାଲାମା ମନ୍ଦିରକୁ ଯାଇ ମା'ଙ୍କ ଦର୍ଶନ କରିଛନ୍ତି । ଏହାସହ ସ୍ବତନ୍ତ୍ର ପୂଜା ମଧ୍ୟ କରିଛନ୍ତି । ରକେଟ ଲଞ୍ଚର ସଫଳତା ଲାଗି ଏହି ପୂଜା କରାଯାଇଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.