ETV Bharat / bharat

ଇତିହାସ ରଚିଲା ISRO: 750 ଛାତ୍ରୀ ପ୍ରସ୍ତୁତ କରିଥିବା SSLV-D1 କ୍ଷୁଦ୍ର ସାଟେଲାଇଟର ସଫଳ ପରୀକ୍ଷଣ

author img

By

Published : Aug 7, 2022, 10:15 AM IST

Updated : Aug 7, 2022, 1:21 PM IST

ଇସ୍ରୋ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । SSLV ମାଧ୍ୟମରେ ମହାକାଶକୁ ଉତକ୍ଷେପଣ ହେଲା 75ଟି ସାଟେଲାଇଟ, ଯାହାକୁ ପ୍ରସ୍ତୁତ କରିଛନ୍ତି ଦେଶର 750 ଛାତ୍ରୀ । ଅଧିକ ପଢନ୍ତୁ

Etv Bharatଇତିହାସ ରଚିଲା ISRO: 750 ଛାତ୍ରୀ ପ୍ରସ୍ତୁତ କରିଥିବା SSLV-D1 ଉତକ୍ଷେପଣ

ଅମରାବତୀ: ISRO ଇତିହାସରେ ଜୋଡି ହେଲା ନୂଆ ଅଧ୍ୟାୟ । 750 ଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ SSLV-D1/EOS-02 କ୍ଷୁଦ୍ର ସାଟେଲାଇଟର ସଫଳ ପରୀକ୍ଷଣ ହୋଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରୀକୋଟାରୁ ଆଜି(ରବିବାର) ପ୍ରଥମ କରି ନୂଆ ରକେଟ SSLV-D1 ଉତକ୍ଷେପଣ କରିଛି ISRO । ଆଜାଦି କା ଅମୃତ ମହୋତ୍ସବ ଅବସରରେ ସାଟେଲାଇଟ ଉତକ୍ଷେପଣ କରାଯାଇ ଥିବାବେଳେ ଏହି ସାଟେଲାଇଟକୁ ଆଜାଦି ସ୍ୟାଟ ମଧ୍ୟ କୁହାଯାଉଛି ।

  • #WATCH ISRO launches SSLV-D1 carrying an Earth Observation Satellite & a student-made satellite-AzaadiSAT from Satish Dhawan Space Centre, Sriharikota

    (Source: ISRO) pic.twitter.com/A0Yg7LuJvs

    — ANI (@ANI) August 7, 2022 " class="align-text-top noRightClick twitterSection" data=" ">

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ISRO) ଶ୍ରୀହରୀକୋଟା ସତିଶ ଧାୱନ ସ୍ପେଶ ସେଣ୍ଟରରୁ ସ୍ମଲେଷ୍ଟ ସାଟେଲାଇଟ ଲଞ୍ଚ ଭେଇକିଲ(SSLV-D1) ଉତକ୍ଷେପଣ କରିଛି । SSLV-D1 ମାଧ୍ୟମରେ ମହାକାଶକୁ 75ଟି ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ପ୍ରଥମ ଥର ପାଇଁ ISRO ର ଏକ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ(SSLV), ଯାହା ପୃଥିବୀର ନିମ୍ନ କକ୍ଷପଥରେ ନିୟୋଜନ ପାଇଁ ବ୍ୟବହୃତ ହେବ । EOS-02 ହେଉଛି ଏକ ଆର୍ଥ ଅବଜରଭେସନ ଉପଗ୍ରହ ଏବଂ ଏହା ୧୦ ମାସ ପାଇଁ ମହାକାଶରେ କାମ କରିବ । ଏହାର ଓଜନ ୧୪୨ କିଲୋଗ୍ରାମ ରହି ଥିବାବେଳେ ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା । ଏହି ସାଟେଲାଇଟ ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ ବୋଲି ISRO କହିଛି ।

SSLV ଉଚ୍ଚତା 34 ମିଟର, PSLV ଠାରୁ ପ୍ରାୟ 10 ମିଟର କମ୍ ଏବଂ PSLV ର 2.8 ମିଟର ତୁଳନାରେ ଏହି ଯାନର ବ୍ୟାସ ଦୁଇ ମିଟର ରହିଛି । ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍କୁଲର 750 ଛାତ୍ରୀ ଏହି SSLV ସାଟେଲାଇଟ ପ୍ରସ୍ତୁତ କରିଛନ୍ତି । ଆଜି ସକାଳ 9ଟା 18 ମିନିଟରେ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ସମୟରେ ସାଟେଲାଇଟ ପ୍ରସ୍ତୁତ କରିଥିବା ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Last Updated : Aug 7, 2022, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.