ବେଙ୍ଗାଲୁରୁ: ଇସ୍ରୋ ମୁଖ୍ୟ କେ ଶିବନ ନେଲେ କୋରୋନା ଟୀକା । ଶନିବାର ସେ କୋରୋନାର ସମସ୍ତ କଟକଣା ସହ କୋରୋନା ଭାଇରସର ପ୍ରଥମ ଡୋଜ ଟୀକା ନେଇଛନ୍ତି ।
ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଚାଲିଛି । ଏହି ପ୍ରକ୍ରିୟାର ସାମିଲ ହୋଇଛନ୍ତି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମୁଖ୍ୟ କେ ଶିବନ । ଆଜି ସେ ବେଙ୍ଗାଲୁରରୁ ଅଷ୍ଟର ସିଏମଆଇ ହସପିଟାଲରେ ଯାଇ କୋରୋନା ଟୀକା ନେଇଛନ୍ତି । ତାଙ୍କ ସହ ଦୁଇ ଜଣ ପୂର୍ବତନ ଇସ୍ରୋ ମୁଖ୍ୟ ମଧ୍ୟ କୋରୋନା ଟୀକା ନେଇଛନ୍ତି । ଇସ୍ରୋର ବୈଜ୍ଞାନିକ ଡ. ଉମାମହେଶ୍ବରନ,ଡ. ଏ ଏସ କିରନ କୁମାର ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ଡ. କେ ରାଧାକ୍ରିଷ୍ଣା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ସମସ୍ତେ କୋରୋନା ଟୀକା ନେଇଛନ୍ତି ।
କୋରୋନା ଯୁଦ୍ଧରେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ କୋରୋନା ଭ୍ୟାକ୍ସିନ ଦିଆଯାଇଥିଲା । ଏହା ପରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଭ୍ୟାକ୍ସିନ ବୟସ୍କମାନଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଯାହା ବର୍ତ୍ତମାନ ସାରା ଦେଶରେ ଚାଲିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ