ETV Bharat / bharat

Israel-Palestine war: ଅପହୃତ ଶିଶୁଙ୍କୁ ମୁକ୍ତ ପାଇଁ ଦାବି କଲେ ୨୯ ନୋବେଲ ବିଜେତା - ଯୁଦ୍ଧ ନେଇ ନୋବେଲ ବିଜେତାଙ୍କ ବିବୃତ୍ତି

ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଲାଗି ଅପହରଣ କରାଯାଇଥିବା ଶିଶୁଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଦାବି କଲେ ୨୯ ନୋବେଲ ବିଜେତା । ଅଧିକ ପଢନ୍ତୁ

Israel-Palestine war
Israel-Palestine war
author img

By ETV Bharat Odisha Team

Published : Oct 20, 2023, 9:44 PM IST

ନୂଆଦିଲ୍ଲୀ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଉଭୟ ପକ୍ଷରୁ ରକେଟ ମାଡରେ ଅନେକ ନିରୀହ ଲୋକଙ୍କ ଜୀବନ ଗଲାଣି । ଏଭଳି ସ୍ଥିତିରେ ଶାନ୍ତି ପ୍ରତିଷ୍ଠା ସହ ତୁରନ୍ତ ଅପହୃତ ଶିଶୁଙ୍କୁ ମୁକ୍ତ କରିବା ଲାଗି ଦାବି କରିଛନ୍ତି କୈଳାଶ ସତ୍ୟାର୍ଥୀଙ୍କ ସମେତ ୨୯ ଜଣ ନୋବେଲ ବିଜେତା । ଏହି ଯୁଦ୍ଧ ସମୟରେ କିପରି ଶିଶୁମାନେ ସୁରକ୍ଷିତ ରହିପାରିବେ ସେଥିଲାଗି ଏକ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଉ ବୋଲି ନୋବେଲ ବିଜେତାମାନେ ଦାବି କରିଛନ୍ତି ।

ନୋବେଲ ବିଜେତାଙ୍କ ମଣ୍ଡଳୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ ଓ ଏହାର ପ୍ରତି ଜବାବରେ ଗାଜା ଉପରେ ଇସ୍ରାଏଲ ରକେଟ ମାଡ଼ କରିଆସୁଥିବା ଯୋଗୁଁ ଅନେକ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜାଣି ଏହି ନୋବେଲ ବିଜେତାଙ୍କୁ ଦୁଃଖ ପହଞ୍ଚିବା ସହିତ ସେମାନେ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି । ସେମାନେ କହିଛନ୍ତି, "ଏହି ଯୁଦ୍ଧ ଯୋଗୁଁ ଉଭୟ ରାଷ୍ଟ୍ରକୁ ଛାଡ଼ିଦେଲେ ବିଦେଶୀ ଶିଶୁଙ୍କ ମଧ୍ୟ ମୃତ୍ୟୁ ଘଟୁଛି । ପାଲେଷ୍ଟାଇନ ଓ ଇସ୍ରାଏଲର ଶିଶୁ ଆମର ଶିଶୁ । ଆମେ ଏପରି ଘଟଣା ଘଟାଇ ନିଜକୁ ସଭ୍ୟ ସମାଜର ବ୍ୟକ୍ତିବିଶେଷ କହିପାରିବା ନାହିଁ ।"

ଏହା ବି ପଢନ୍ତୁ- ଗାଜା ହସ୍ପିଟାଲରେ ଆକ୍ରମଣ କରିଛି ହମାସ ଗୋଷ୍ଠୀ ! ଆତଙ୍କବାଦୀଙ୍କ ଅଡିଓ ଜାରି କଲା ଇସ୍ରାଏଲ, ବାଇଡେନଙ୍କ ସମର୍ଥନ

ବିବୃତ୍ତିରେ ଏହା ମଧ୍ୟ ଉଲ୍ଲେଖ ରହିଛି, "ତୁରନ୍ତ ଅପହରଣ କରାଯାଇଥିବା ଶିଶୁଙ୍କୁ ମୁକ୍ତ କରାଯାଉ ଏବଂ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଉ । ଶିଶୁମାନେ ପାଣି, ଖାଦ୍ୟ, ଉତ୍ତମ ସ୍ବାସ୍ଥ୍ୟବସ୍ଥା ଓ ବାସସ୍ଥାନରୁ ବଞ୍ଚିତ ହୋଇପାରିବେ ନାହିଁ । ଶିଶୁ ଓ ଭିନ୍ନକ୍ଷମ ଅସହାୟ ବ୍ୟକ୍ତିମାନଙ୍କୁ ତୁରନ୍ତ ମାନବିକତାର ଆବଶ୍ୟକ । ଗାଜାରେ ରହୁଥିବା ୧୦ ଲକ୍ଷ ଶିଶୁ ଓ ଇସ୍ରାଏଲରେ ରହୁଥିବା ୩୦ ଲକ୍ଷ ଶିଶୁଙ୍କ ଜୀବନ ଯେପରି ବିପଦଗାମୀ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହି ଶିଶୁଙ୍କ ଜୀବନକୁ ଗୁରୁତ୍ବ ଦେବା ଲାଗି ସାରା ବିଶ୍ବରେ ବିକ୍ଷୋଭ ହେଉଥିବା ବେଳେ ନେତାମାନେ ଉଭୟ ପକ୍ଷକୁ ପରାମର୍ଶ ଦେଉଛନ୍ତି । ନିଶ୍ଚିତ ଭାବରେ ଶିଶୁଙ୍କ ଲାଗି ଆମ ହୃଦୟରେ ସ୍ଥାନ ରହିବା ଉଚିତ । "

ଏହା ବି ପଢନ୍ତୁ- Israel-Palestine war: ଗାଜାରେ ମୃତ୍ୟୁସଂଖ୍ୟା 3 ହଜାର ପାର ! ଆଉ ଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲର ଦାବି

ଏହାସହ ବିବୃତ୍ତିରେ କୁହାଯାଇଛି, "ଆଜି ଅନ୍ଧକାର ରାତିରେ ଆମେ ୩ଟି ମହମବତୀ ଲଗାଇଛୁ । ଗୋଟିଏ ମହମବତୀ ସେହି ଶିଶୁଙ୍କ ଲାଗି ଯେଉଁମାନେ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି ଓ ଅପହରଣ ହୋଇ ଇସ୍ରାଏଲରେ ରହିଛନ୍ତି । ଦ୍ବିତୀୟଟି ସେହି ଶିଶୁଙ୍କ ଲାଗି ଯେଉଁମାନେ ବୋମାମାଡ଼ରେ ଗାଜାରେ ମୃତ୍ୟୁବରଣ କରିଛନ୍ତି ଓ ତୃତୀୟଟି ମାନବିକତା ଓ ଶାନ୍ତି ପ୍ରତିଷ୍ଠା ଲାଗି । ଇସ୍ରାଏଲ ଓ ପାଲେଷ୍ଟାଇନରେ ବାସ କରୁଥିବା ସମସ୍ତ ଶିଶୁଙ୍କ ରକ୍ଷା ଲାଗି ସମସ୍ତେ ପ୍ରାର୍ଥନା କରିବା । ସେମାନେ ଆମର ସନ୍ତାନ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.