ETV Bharat / bharat

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ, ମୃତ୍ୟୁ ସଂଖ୍ୟା ଟପିଲା 100

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଥିବା ବିବାଦରେ ମୃତ୍ୟୁସଂଖ୍ୟା 100କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

author img

By

Published : May 14, 2021, 11:18 AM IST

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ, ମୃତ୍ୟୁ ସଂଖ୍ୟା ଟପିଲା 100
ଇସ୍ରାଏଲ-ପାଲେଷ୍ଟାଇନ ବିବାଦ, ମୃତ୍ୟୁ ସଂଖ୍ୟା ଟପିଲା 100

ଗାଜା: ଇସ୍ରାଏଲ ଓ ପାଲେଷ୍ଟାଇନଙ୍କ ମଧ୍ୟରେ ଗାଜାରେ ଚାଲିଥିବା ଘନଘନ ଏୟାର ଷ୍ଟ୍ରାଇକ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି ପାଇଛି । ଏହି ଆକ୍ରମଣରେ 27 ଜଣ ଛୋଟ ଶିଶୁଙ୍କର ମୃ୍ତ୍ୟୁ ଘଟିଥିବା ବେଳେ 580 ଜଣ ଆହତ ହୋଇଥିବା ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଇସ୍ରାଏଲରୁ ପାଲେଷ୍ଟାଇନ ଅଧିବାସୀଙ୍କୁ ବିତାଡିତ କରିବା ପାଇଁ ସୋମବାରଠାରୁ ଚାଲିଛି ଏହି ଆକ୍ରମଣ ।

ଇସ୍ରାଏଲ ଲଗାତାର ଗାଜା ଉପରକୁ ନିଆଁ ଗୁଳି ବର୍ଷଣ କରୁଥିବାରୁ ଏହାର ଦକ୍ଷିଣାଞ୍ଚଳରେ ଅନେକ ଘରଦ୍ବାର ଜଳିପୋଡି ନଷ୍ଟ ହୋଇଯାଇଛି । ଇସ୍ରାଏଲକୁ ପାଲଟା ଜବାବ ଦେବା ପାଇଁ ଗାଜାରେ ରହୁଥିବା ହମାସ ଆତଙ୍କବାଦୀମାନେ ରକେଟ ମାଡ଼ କରିଛନ୍ତି । ଗତ ସୋମବାରଠାରୁ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏହି ବିବାଦ ଲାଗି ରହିଛି । ଇସ୍ରାଏଲର ରାଜଧାନୀ ଜେରୁଜେଲମରୁ ପାଲେଷ୍ଟାଇନ ପରିବାରଗୁଡିକୁ ହଟାଇବା ପାଇଁ ଚାଲିଛି ଏହି ହିଂସାକାଣ୍ଡ । ଇସ୍ରାଏଲର ଏହି ଅଞ୍ଚଳରେ ଇସଲାମ ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଲୋକ ବାସ କରିଥାନ୍ତି ।

ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଆକାଶମାର୍ଗରେ ଏକ ବଡ଼ ଧରଣର ଯୁଦ୍ଧ ଭଳି ପ୍ରତୀୟମାନ ହେଉଛି । ଗାଜା ପାର୍ଶ୍ବରୁ ପ୍ରାୟ 1750ଟି ରକେଟ ମାଡ ହୋଇସାରିଥିବା ବେଳେ ସେଥିରୁ 300ଟି ରକେଟ ବିଫଳ ହୋଇଛି । ଇସ୍ରାଏଲ୍ ସୈନ୍ୟବାହିନୀ ଜେରୁଜୁଲମର ଅଲ-ଆକସା ମସଜିଦ ଉପରେ ଚଢାଉ କରିବା ପରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.