ETV Bharat / bharat

Anantnag Encounter: ISJK ଆତଙ୍କୀ ସଫା - ଆଇଏସଜେକେ ଆତଙ୍କୀ ନିହତ

ଜମ୍ମୁ କାଶ୍ମୀର ଅନନ୍ତନାଗର ଶ୍ରୀଗୁଫାୱାର ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଆଇଏସଜେକେର (Islamic State of Jammu and Kashmir)ର ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ । ଅଧିକ ପଢନ୍ତୁ

ISJK ଆତଙ୍କୀ ସଫା
ISJK ଆତଙ୍କୀ ସଫା
author img

By

Published : Dec 26, 2021, 10:11 AM IST

Updated : Dec 26, 2021, 10:46 AM IST

ଶ୍ରୀନଗର: ପୁଣି ସୀମାରେ ଆତଙ୍କୀ ଓ ସୁରକ୍ଷାକର୍ମୀ ମୁହାମୁହିଁ । ଜମ୍ମୁ କାଶ୍ମୀର ଅନନ୍ତନାଗର ଶ୍ରୀଗୁଫାୱାର ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଆଇଏସଜେକେର (Islamic State of Jammu and Kashmir)ର ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ ।

ଜାମ୍ମୁ-କାଶ୍ମୀର ପୋଲିସ ଇନସପେକ୍ଟର ଜେନେରାଲଙ୍କ ସୂଚନା ଅନୁସାରେ ମୃତ ଆତଙ୍କୀ ବିଜବେହାର ପୋଲିସ ଷ୍ଟେସନରେ ଆଇଏସଆଇ ମହଦ ଅସରଫଙ୍କ ହତ୍ୟା କରିବାରେ ସାମିଲ ଥିଲା । ନିପାତ ଆତଙ୍କୀ ଜଣକ ହେଲା କୋଡିପୋରା ଅଞ୍ଚଳର ଫହିମ ଭଟ ବୋଲି ଜଣାପଡିଛି । ଘେରା ବନ୍ଦୀ କରି ପୋଲିସ, ସିଆରପିଏଫ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆତଙ୍କ ସୃଷ୍ଟି କରୁଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଏବେ ଭାରତରେ ତା’ର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି । ତାର ଯୋଜନାକୁ ପଣ୍ଡ କରିବାକୁ ଶପଥ ନେଇଛି ଭାରତୀୟ ସେନା ।

ପ୍ରକାଶ ଥାଉ କି, ଗତକାଲି ଦକ୍ଷିଣ କାଶ୍ମୀରର ଅବନ୍ତିପୋରାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ 2 ଜଣ ଆତଙ୍କୀ ନିପାତ ହୋଇଥିଲେ । ନିହତ ଦୁଇ ଆତଙ୍କୀ ଇଣ୍ଡିଆନ ହିଜବୁଲ ମୁଜାହିଦ୍ଦିନର ସକ୍ରିୟ ସଦସ୍ୟ ଥିବା ଜଣାପଡିଛି । ଗତ ନଭେମ୍ବର ଓ ଡିସେମ୍ବର ମାସରେ ଲଗାତାର ଭାବରେ ସୀମାରେ ସୁରକ୍ଷାବହିନୀ ଓ ଆତଙ୍କୀବାଦଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ପାଖାପାଖି ୧୫ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 26, 2021, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.