ETV Bharat / bharat

Seema Haider case: ବଢିଲା ସନ୍ଦେହ, ଗିରଫ ପାକିସ୍ତାନୀ ଏଜେଣ୍ଟ ଦେଲେ ସାଙ୍ଘାତିକ ତଥ୍ୟ - ସୀମା ହାଇଦର ପଛରେ ପାକିସ୍ତାନ

ଗିରଫ 5 ପାକିସ୍ତାନୀ ଏଜେଣ୍ଟ୍‌ଙ୍କ ସୂଚନା ପରେ ସୀମା ହାଇଦରଙ୍କ ପ୍ରତି ବଢ଼ିଲା ସନ୍ଦେହ । ଅନ୍ୟ କିଛି ମହିଳା ଓ ପୁରୁଷ ଏଜେଣ୍ଟ୍‌ଙ୍କୁ ପାକିସ୍ତାନ ଭାରତକୁ ପଠାଇବାର ଯୋଜନାରେ ଥିବା ଏହି ଅଭିଯୁକ୍ତ କରିଥିଲେ ସ୍ବୀକାର । ଅଧିକ ପଢନ୍ତୁ

Seema Haider case: ଗିରଫ ପାକିସ୍ତାନୀ ଏଜେଣ୍ଟଙ୍କ ସୂଚନା ପରେ ବଢିଲା ସନ୍ଦେହ

author img

By

Published : Aug 10, 2023, 9:01 PM IST

ଲକ୍ଷ୍ନୌ: ତଥାକଥିତ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ବଢିଲା ଗୁପ୍ତଚରଗିରି ସନ୍ଦେହ । କାରଣ ଉତ୍ତର ପ୍ରଦେଶର ଗୋଣ୍ଡାରୁ ଗିରଫ ହୋଇଥିବା ପାକିସ୍ତାନୀ ଗୁପ୍ତଚର ଏଜେନ୍ସି (ISI)ର 5ଜଣ ଏଜେଣ୍ଟଙ୍କୁ ଜେରା ବେଳେ ମିଳିଛି ସାଙ୍ଘାତିକ ତଥ୍ୟ । ସେମାନେ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି ଯେ, ସେମାନଙ୍କୁ ସହଯୋଗ କରିବା ପାଇଁ ପାକିସ୍ତାନ ଅନ୍ୟ କିଛି ମହିଳା ଓ ପୁରୁଷ ଏଜେଣ୍ଟ୍‌ଙ୍କୁ ଭାରତ ପଠାଇବାର ଯୋଜନା ରଖିଥିଲା । ସେମାନେ ଭାରତରେ ପହଞ୍ଚିବା ପରେ ଏମାନଙ୍କୁ ପ୍ରଶିକ୍ଷଣ ଦେଇଥାଆନ୍ତେ । ତେବେ ଏହି ସୂଚନା ମିଳିବା ପରେ ସୀମା ହାଇଦରଙ୍କ ନାଟକୀୟ ଭାରତରେ ପ୍ରବେଶ ଘଟଣାକୁ ତଦନ୍ତକାରୀ ସଂସ୍ଥା ସହଜରେ ଗ୍ରହଣ କରିପାରୁନାହିଁ । କାରଣ ଗିରଫ ପାକିସ୍ତାନ ଏଜେଣ୍ଟମାନେ ସ୍ବୀକାର କରିଥିବା ଷଡ଼ଯନ୍ତ୍ରରେ ସୀମାଙ୍କ ଭୂମିକା ନାହିଁ ତ ? ଏପର ସନ୍ଦେହ ଏବେ ଘନୀଭୂତ ହେବା ସ୍ବାଭାବିକ ।

ପାକିସ୍ତାନୀ ଏଜେଣ୍ଟଙ୍କ ଏପରି ସାଙ୍ଘାତିକ ଖୁଲାସା ପରେ ଏଟିଏସ ଚିନ୍ତା ବଢିଛି । ସୂଚନା ଅନୁସାରେ, ଏଟିଏସ୍ ଦ୍ବାରା ଗତମାସ (ଜୁଲାଇ) 15 ଏବଂ 18 ରେ ରାଇସ୍, ସଲମାନ ଏବଂ ଅରମାନ ନାମକ 3 ISI ଏଜେଣ୍ଟଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପଚରା ଉଚରା ସମୟରେ ସେମାନେ ଏହି ବଡ଼ ଖୁଲାସା କରିଥିଲେ । ସେମାନେ ପ୍ରଥମେ ଭାରତ ଆସିଛନ୍ତି । ସେମାନଙ୍କ ସହଯୋଗ କରିବା ପାଇଁ ପାକିସ୍ତାନ ଅନ୍ୟ କିଛି ମହିଳା ଓ ପୁରୁଷ ଗୁଇନ୍ଦା ଏଜେଣ୍ଟଙ୍କୁ ମଧ୍ୟ ଖୁବଶୀଘ୍ର ଭାରତ ପଠାଇବ । ସେମାନେ ଏମାନଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ସେମାନେ ଭାରତୀୟ ଏଜେନ୍ସି ନିକଟରେ ସ୍ବୀକାର କରିଥିଲେ ।

ତେବେ ଏହି ମିଶନରେ ସୀମା ହାଇଦର ପ୍ରେମ ଆଳରେ ଭାରତ ଆସି ଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ ବଢ଼ିବା ମଧ୍ୟ ସ୍ବାଭାବିକ । ଅନ୍ୟ କେହି ପାକିସ୍ତାନୀ ମହିଳା କିମ୍ବା ପୁୁରୁଷ ଏଜେଣ୍ଟ ଉତ୍ତର ପ୍ରଦେଶ କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନକୁ ଆସିଛନ୍ତି କି ନାହିଁ ସେନେଇ ପୋଲିସ ଓ ଆତଙ୍କବାଦ ନିରୋଧୀ ଦଳର ଚିନ୍ତା ବଢିଛି । ଏହି କାରଣରୁ ସୀମା ହାଇଦରଙ୍କୁ ତଦନ୍ତରେ କ୍ଲିନ୍‌ଚିଟ୍‌ ମିଳିବାରେ ମଧ୍ୟ ବିଳମ୍ବ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:-ସୀମା ହାଇଦରକୁ ଏହି ୧୩ଟି ପ୍ରଶ୍ନ ପଚାରିଲା ଏଟିଏସ: ଉତ୍ତର ଶୁଣି ଆଶ୍ଚର୍ଯ୍ୟ ଅଫିସର

ଅବଶ୍ୟ ବର୍ତ୍ତମାନ ସୀମାଙ୍କଠାରୁ କେବଳ ଅବୈଧ ସୀମାପାର ବ୍ୟତୀତ ଅନ୍ୟ କୌଣସି ସନ୍ଦେହମୂଳକ ଗତିବିଧି ନେଇ କୌଣସି ସୁରାକ ମିଳିନଥିବା ସୂଚନା ମିଳିଛି । ସୀମା ପାକିସ୍ତାନ ଫେରିବାକୁ ଚାହୁଁ ନାହାନ୍ତି । ସେ ଭାରତରେ ତଦନ୍ତରେ ସହଯୋଗ କରିବେ । ଗୁଇନ୍ଦାଗିରି ଲିଙ୍କ୍‌ ମାମଲାରେ କ୍ଲିନଚିଟ୍‌ ପାଇବା ପରେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବେ ବୋଲି ମଧ୍ୟ ସୀମା କହି ସାରିଛନ୍ତି । ହେଲେ ବର୍ତ୍ତମାନର ଘଟଣାକ୍ରମରେ ତଦନ୍ତକାରୀ ସଂସ୍ଥା ଏଟିଏସ୍‌ ସୀମାଙ୍କୁ ଏତେ ସହଜରେ କ୍ଲିନଚିଟ୍‌ ଦେବା ପରି ମନେ ହେଉନାହିଁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.