ETV Bharat / bharat

ପାଣି ଦ୍ବାରା ବ୍ୟାପେ କି କୋରୋନା ? - corona virus

ବାୟୁ ଦ୍ବାରା ବ୍ୟାପୁଥିବା କୋରୋନା ପାଣି ଦ୍ବାରା ବି ବ୍ୟାପେ କି ? ଜାଣନ୍ତୁ କଣ କହୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ପାଣି ଦ୍ବାରା ବ୍ୟାପେ କି କୋରୋନା ?
ପାଣି ଦ୍ବାରା ବ୍ୟାପେ କି କୋରୋନା ?
author img

By

Published : May 9, 2021, 12:11 PM IST

ହାଇଦ୍ରାବାଦ: ଦେଶରେ ଅଣାୟତ୍ତ କୋରୋନା । ମହାମାରୀ କମିବାର ନାଁ ନେଉନି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ କବଳକୁ ଟାଣି ନେଉଛି କୋରୋନା । ବାୟୁ ଦ୍ବାରା ବ୍ୟାପୁଥିବା କୋରୋନା କଣ ପାଣି ଦ୍ବାରା ବ୍ୟାପେ କି ? ଏ ପ୍ରଶ୍ନ ଏବେ ସାଧାରଣ ମନରେ ଉଙ୍କି ମାରିଛି । ସତରେ କଣ ପାଣି ଦ୍ବାରା ବ୍ୟାପେ କୋରୋନା । ଆସନ୍ତୁ ଜାଣିବା !

ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କୋରୋନା ଭାଇରସ୍‌ । କୌଣସି ସଂକ୍ରମିତଙ୍କଠାରୁ ଭୂତାଣୁ ବାୟୁ ମାଧ୍ୟମ ଦେଇ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ବାୟୁ ମାଧ୍ୟମରେ ଏହି ଭୂତାଣୁ କିଛି ଦୂର ଯାତ୍ରା ମଧ୍ୟ କରିପାରେ । ହେଲେ ନିକଟରେ ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । କଥାଟି ହେଉଛି... ଉତ୍ତରପ୍ରଦେଶର ହାମିନପୁର ସ୍ଥିତ ଯମୁନା ନଦୀରେ କିଛି କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । କୋରୋନାରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ଲୋକଙ୍କ ମନରେ ଏବେ ଭୟ ସଂଚାର ହୋଇଛି । ମନରେ ପ୍ରଶ୍ନ ଆସୁଛି କି ପାଣି ଦ୍ବାରା କଣ କୋରୋନା ବ୍ୟାପେ ?

ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଫାସଫା ମନା କରିଦେଇଛି ପାଣି ଦ୍ବାରା କୋରୋନା ବ୍ୟାପେ ନାହିଁ । ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ପାଣିରେ କୋରୋନା ବ୍ୟାପୁଥିବା ନେଇ କୌଣସି ଘଟଣା ମଧ୍ୟ ସାମ୍ନାକୁ ଆସିନାହିଁ । ତେଣୁ ପାଣି ଦ୍ବାରା ବ୍ୟାପିବା ଆଶଙ୍କାକୁ ମନରୁ ଏଡାଇ ଦେବା ଉଚିତ୍‌ । କୋରୋନା ସଂକ୍ରମିତଙ୍କ ଯେତେବେଳେ କଥାବାର୍ତ୍ତା କରନ୍ତି । ଆକ୍ରାନ୍ତଙ୍କ ମୁହଁରୁ ବାହାରୁଥିବା ଡ୍ରପଲେଟ ଦ୍ବାରା ବ୍ୟାପେ । ପାଣି ଦ୍ବାରା ବ୍ୟାପେ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.