ETV Bharat / bharat

Gadar 2 ହେବ କି ସନ୍ନି ଦେଓଲଙ୍କ ରାଜନୈତିକ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ? - success of gadar 2

ପଞ୍ଜାବ ଗୁରୁଦାସପୁରରୁ ଲୋକସଭା ସାଂସଦ ଥିବା ସନ୍ନି ଦେଓଲ ସାଂସଦ ଭାବେ ସେତେ ପ୍ରଭାବଶାଳୀ ହୋଇପାରିନାହାଁନ୍ତି । 2019 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇ ସାଂସଦ ଭାବେ ନିର୍ବାଚିତ ହୋଇଗଲେ ସତ । ହେଲେ ନିଜ ସଂସଦୀୟ କ୍ଷେତ୍ରରେ ସେତେ ପ୍ରଭାବଶାଳୀ ହୋଇପାରିଲେ ନାହିଁ । ନିର୍ବାଚିତ ହେବା ପରଠାରୁ ଧୀରେ ଧୀରେ ଭୋଟରଙ୍କ ଠାରୁ ଦୂରେଇ ଗଲେ । ଗୁରୁଦାସପୁର ଲୋକସଭାକୁ ଏକ ପ୍ରକାର ଭୁଲି ଗଲେ ସନ୍ନି ଦେଓଲ । ଅଧିକ ପଢନ୍ତୁ

ଗଦ୍ଦର2 ହେବ କି ସନ୍ନି ଦେଓଲଙ୍କ ରାଜନୈତିକ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ?

author img

By

Published : Aug 17, 2023, 8:22 PM IST

ହାଇଦ୍ରାବାଦ: ଗଦ୍ଦର 2 ବଞ୍ଚାଇବ କି ଗୁରୁଦାସପୁର ? ମଳିନ ହୋଇଥିବା ରାଜନୈତିକ ଛବି ପୁଣି ଚମକିବ କି? ଭୋଟର ଭୁଲିଯିବେ କି ଅତୀତ କଥା ? ପ୍ରିୟ ଅଭିନେତା ଭାବେ ପୁଣି ଥରେ ଦେବେ କି ଭୋଟ ? ଫିଲ୍ମ ଜରିଆରେ ରାଜନୈତିକ ଟ୍ରାକକୁ ସଜାଡିବେ କି ଅଭିନେତା ସାଂସଦ ସନ୍ନି ଦେଓଲ ? ବର୍ତ୍ତମାନ ଫିଲ୍ମ ପରଦାରେ ଧୂମ ମଚାଉଛି ଗଦ୍ଦର-2 । ବକ୍ସ ଅଫିସର ସମସ୍ତ ରେକର୍ଡ ଭାଙ୍ଗି ସ୍ଥାପନ କରୁଛି ନୂଆ ରେକର୍ଡ । ଫିଲ୍ମ ହାଉସ ଫୁଲ ଚାଲିଛି । ଗଦ୍ଦର-2 ହେଉଛି ଗଦ୍ଦରର ରିମେକ । 23 ବର୍ଷ ପରେ ମଧ୍ୟ ଦର୍ଶକ ସନ୍ନି ଦେଓଲଙ୍କ ଲୁକ ଆକ୍ସନର ଭରପୁର ମଜା ନେଉଛନ୍ତି । ଭାରତ- ପାକିସ୍ତାନ ପ୍ରସଙ୍ଗରେ ଆଧାରିତ ଗଦ୍ଦର-2 ଫିଲ୍ମ ଏଭଳି ସମୟରେ ରିଲିଜ ହୋଇଛି ଯେତେବେଳେ ଦେଶରେ ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇ ସାରିଛି । ଚର୍ଚ୍ଚା ଚାଲିଛି ଗଦ୍ଦର-2 ଖାଲି ସନ୍ନି ଦେଓଲଙ୍କ ଫିଲ୍ମ କ୍ୟାରିୟରରେ ହିଟ ହୋଇନାହିଁ... ଏହା ରାଜନୈତିକ କ୍ୟାରିୟରରେ ମଧ୍ୟ ହିଟ ହୋଇପାରେ।

ଏହାବି ପଢନ୍ତୁ- Gadar 2: ଫିଲ୍ମ ପ୍ରମୋସନ ପାଇଁ ୱାଘା ବର୍ଡରରେ ତାରା ସକିନା, ଯବାନଙ୍କ ସହ କଲେ ଡ୍ୟାନ୍ସ

ପଞ୍ଜାବ ଗୁରୁଦାସପୁରରୁ ଲୋକସଭା ସାଂସଦ ଥିବା ସନ୍ନି ଦେଓଲ ସାଂସଦ ଭାବେ ସେତେ ପ୍ରଭାବଶାଳୀ ହୋଇପାରିନାହାଁନ୍ତି । 2019 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇ ସାଂସଦ ଭାବେ ନିର୍ବାଚିତ ହୋଇଗଲେ ସତ। ହେଲେ ନିଜ ସଂସଦୀୟ କ୍ଷେତ୍ରରେ ସେତେ ପ୍ରଭାବଶାଳୀ ହୋଇପାରିଲେ ନାହିଁ । ନିର୍ବାଚିତ ହେବା ପରଠାରୁ ଧୀରେ ଧୀରେ ଭୋଟରଙ୍କ ଠାରୁ ଦୂରେଇ ଗଲେ । ଗୁରୁଦାସପୁର ଲୋକସଭାକୁ ଏକ ପ୍ରକାର ଭୁଲି ଗଲେ ସନ୍ନି ଦେଓଲ । ଅଧିକାଂଶ ସମୟ ମୁମ୍ବାଇରେ କାଟିଲେ । ଏପରିକି ଲୋକସଭାରେ ମଧ୍ୟ ଶତ ପ୍ରତିଶତ ଉପସ୍ଥିତ ରହିଲେ ନାହିଁ କି, କୌଣସି ବିତର୍କରେ ଭାଗ ନେଲେ ନାହିଁ । ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସନ୍ନି ଦେଓଲ ସେତେ ସକ୍ରିୟ ରହିଲେ ନାହିଁ । । ଯାହାକୁ ନେଇ ପୁରା ବ୍ୟାକଫୁଟକୁ ନିଜେ ନିଜେ ସନ୍ନି ଦେଓଲ ଠେଲି ହୋଇଗଲେ । ହେଲେ ନିର୍ବାଚନ ପୂର୍ବରୁ ଗଦ୍ଦର-2 ପାଇଁ ସନ୍ନିଙ୍କ ରାଜନୈତିକ କ୍ୟାରିୟର ଚମକିବ ବୋଲି ଚର୍ଚ୍ଚା ଚାଲିଛି ।

2019 ସାଧାରଣ ନିର୍ବାଚନ ପୂର୍ବରୁ ସନ୍ନି ଦେଓଲ ବିଜେପିରେ ସାମିଲ ହୋଇ ଗୁରୁଦାସପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ । ନିଜର ଅଭିନେତା ଛବି ସହ ମୋଦି ମ୍ୟାଜିକ ବଳରେ ସନ୍ନି ଦେଓଲ ଲୋକସଭା ତ ପହଞ୍ଚିଗଲେ । କିନ୍ତୁ ଗୁରୁଦାସପୁରରୁ ନିଜେ ଦୂରେଇ ଗଲେ । ଆଉ ମଜାଦାର କଥା ହେଉଛି ସନ୍ନି ଦେଓଲ ଯେଉଁ କଂଗ୍ରେସ ପ୍ରାର୍ଥି ସୁନିଲ ଝାଖଡଙ୍କୁ ପରାସ୍ତ କରିଥିଲେ ସେହି ସୁନିଲ ଝାଖଡ ସମୟକ୍ରମେ ବିଜେପିରେ ସାମିଲ ହୋଇ ଏବେ ପଞ୍ଜାବ ବିଜେପି ସଭାପତି । ପ୍ରଶ୍ନ ଉଠୁଛି ଗୁରୁଦାସପୁରରେ ବିଜେପି 2024 ନିର୍ବାଚନରେ କାହାକୁ ଟିକେଟ ଦେବ? ସୁନିଲଙ୍କୁ ନା ସନ୍ନିଙ୍କୁ? ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ସନ୍ନି ଦେଓଲ ନିଜ ସଂସଦୀୟ କ୍ଷେତ୍ରକୁ 2020 ମସିହାରୁ ଯାଇନାହାଁନ୍ତି । ଖାଲି ଏତିକି ନୁହେଁ ନିକଟରେ ସନ୍ନି ଦେଓଲ ଗଦ୍ଦର-2 ଫିଲ୍ମର ପ୍ରମୋସନ ପାଇଁ ଅଟାରୀ ୱାଘା ବୋର୍ଡର ଯାଇଥିଲେ । କିନ୍ତୁ ଏହାଠାରୁ କିଛି କିଲୋମିଟର ଦୂରରେ ଥିବା ଗୁରୁଦାସପୁରକୁ ଯାଇନଥିଲେ । ସାଂସଦ ସନ୍ନି ଦେଓଲ ନିଖୋଜ ବୋଲି ଏକାଧିକ ଥର ମଧ୍ୟ ଗୁରୁଦାସପୁରରେ ପୋଷ୍ଟର ଲାଗିଛି । ଏହା ସତ୍ବେ ସନ୍ନି ଦେଓଲଙ୍କ ଉପରେ କୌଣସି ପ୍ରଭାବ ପଡିନାହିଁ ।

ଏହାବି ପଢନ୍ତୁ- ସାଂସଦ ସନ୍ନି ଦେଓଲ ନିଖୋଜ !

ପାରମ୍ପରିକଗତ ଭାବେ ଗୁରୁଦାସପୁର ବିଜେପିର ଗଡ ହୋଇ ରହିଆସିଛି । ଏହି ଲୋକସଭା ଆସନ ଦଖଲ ପାଇଁ ବିଜେପି ଫିଲ୍ମ ଷ୍ଟାରଙ୍କୁ ବାଜିରେ ଲଗାଇ ଆସୁଛି । ସନ୍ନି ଦେଓଲଙ୍କୁ ପୂର୍ବରୁ ବିଜେପି ଅଭିନେତା ବିନୋଦ ଖାନ୍ନାଙ୍କୁ 1998 ରେ, 1999 ରେ, 2004, 2009 ରେ ଓ 2014 ରେ ପ୍ରାର୍ଥୀ କରିଥିଲା । ବିନୋଦ ଖାନ୍ନା 2009 କୁ ଛାଡି ଅନ୍ୟ ସମସ୍ତ ନିର୍ବାଚନରେ ନିର୍ବାଚିତ ହୋଇ ସଂସଦ ପହଞ୍ଚିଥିଲେ । 2019 ନିର୍ବାଚନରେ ବିଜେପି ସନ୍ନି ଦେଓଲଙ୍କୁ ନେଇ ବାଜି ଲଗାଇଥିଲା । ଯାହା ସଫଳ ହୋଇଛି । ହେଲେ ରାଜନୀତିର ବାଜିରେ ସିନା ସନ୍ନି ସଫଳ ହୋଇଗଲେ । କିନ୍ତୁ ଆଜି ଯାଏଁ ଜଣେ ସଫଳ ଅଭିନେତା ପରି ସଫଳ ରାଜନେତା ହୋଇପାରିଲେ ନାହିଁ ।

ସନ୍ନି ଦେଓଲ ଜଣେ ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା । ଦେଶଭକ୍ତି ପ୍ରସଙ୍ଗରେ ଫିଲ୍ମ ନିର୍ମାଣ କରିଥାନ୍ତି । ଯାହା ବିଜେପିର ରାଷ୍ଟ୍ରବାଦ ନାରା ସହ ମେଳଖାଉଛି । ଫଳରେ ବିଜେପି ରାଜନୀତିରେ ସେ ସହଜରେ ଗ୍ରହଣୀୟ ହୋଇଗଲେ । ଆଉ ଦଳ ତାଙ୍କୁ ସିଧା ସାଂସଦ ଟିକେଟ ମଧ୍ୟ ଦେଇଦେଲା । କାରଣ ପଞ୍ଜାବ ଦଖଲ ଏବେବି ବିଜେପିର ସ୍ବପ୍ନ ହୋଇ ରହିଛି। ବିଜେପି କୌଣସି ମତେ ରାଜ୍ୟରେ ନିଜର ପ୍ରଭାବ ବିସ୍ତାର ପାଇଁ ଚାହୁଁଛି । ଏଥିପାଇଁ ବିଜେପି ତମାମ ପ୍ରୟାସ କରିଆସୁଛି । ଏହାସତ୍ବେ 2014 ଓ 2019 ସାଧାରଣ ନିର୍ବାଚନରେ ପଞ୍ଜାବରେ ବିଜେପିକୁ ସଫଳତା ମିଳିପାରି ନାହିଁ । ଉଭୟ ନିର୍ବାଚନରେ ବିଜେପି 13 ଟି ଲୋକସଭା ଆସନରୁ ମାତ୍ର 2 ଟି ଲେଖାଏଁ ଆସନରେ ବିଜୟୀ ହୋଇଛି । ସନ୍ନି ଦେଓଲଙ୍କ ଜରିଆରେ ବିଜେପି ରାଜ୍ୟରେ ପ୍ରଭାବ ବିସ୍ତାର ପାଇଁ ଯୋଜନା କରିଥିଲା । କିନ୍ତୁ ତାହା ସଫଳ ହେଲା ନାହିଁ । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ବିଜେପି କଣ ଗୁରୁଦାସପୁରରୁ ରିପିଟ କରିବ? ନା ଭିନ୍ନ ପ୍ରାର୍ଥୀଙ୍କ ଉପରେ ଭରସା କରିବ । ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ ନିଜ ଫିଲ୍ମ ଗଦ୍ଦର-2 ବଳରେ ସନ୍ନି କଣ ପୁଣି ଥରେ ଗୁରୁଦାସପୁରବାସୀଙ୍କ ବିଶ୍ବାସ ଜିତିପାରିବେ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.