ETV Bharat / bharat

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ସ୍ବାଧୀନତାର 75ବର୍ଷ ପରେ ଆବଶ୍ୟକ କି ଦେଶଦ୍ରୋହ ଆଇନ ? - ସୁପ୍ରିମକୋର୍ଟ

ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ । ସ୍ବାଧୀନତାର 75 ବର୍ଷ ପରେ ଆଇନର କଣ ଆବଶ୍ୟକତା ବୋଲି କେନ୍ଦ୍ର ସରକରାଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ସ୍ବାଧୀନତାର 75 ବର୍ଷ ପରେ ଆବଶ୍ୟକ କି ଦେଶଦ୍ରୋହ ଆଇନ ?

author img

By

Published : Jul 15, 2021, 8:43 PM IST

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ସମ୍ପର୍କିତ ଶୁଣାଣି ସମୟରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ । ଏହି ଆଇନ ଉପନିବେଶବାଦ ଆଇନ, ଯାହା ସ୍ବାଧୀନତା ଆନ୍ଦୋଳନ ସମୟରେ ଇଂରେଜଙ୍କ ଦ୍ବାରା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ସଂଗ୍ରାମୀଙ୍କ ସ୍ବର ଚପାଇଦେବାକୁ ପ୍ରୟୋଗ କରାଯାଉଥିଲା । ତେବେ ବର୍ତ୍ତମାନ ଏହି ଆଇନର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ଯଦି କୌଣସି ପକ୍ଷ ଅନ୍ୟ ପକ୍ଷର ରାୟ ଶୁଣିବାକୁ ପ୍ରସ୍ତୁତ ନୁହେଁ, ତେବେ ତା ବିରୋଧରେ ଅତି ସହଜରେ ଦେଶଦ୍ରୋହ ଆଇନର ବ୍ୟବହାର ହେଉଛି । ଆଉ ଏହାର କୌଣସି ଉତ୍ତରଦାୟୀ ରହୁନାହିଁ ।

ସିଜେଆଇ ଏନଭି ରମଣା ଆଟର୍ଣ୍ଣୀ ଜେନେରାଲ କେକେ ଭେନୁଗୋପାଳଙ୍କୁ କହିଛନ୍ତି, ସରକାର ଅନେକ ପୁରୁଣା ଆଇନ ରଦ୍ଦ କରିସାରିଛି । ତେବେ ଆଇପିସି ଧାରା 124-A କୁ ରଦ୍ଦ କରିବାକୁ ସରକାର କଣ ପାଇଁ ବିଚାର କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି । ଏହା ଉପରେ କେନ୍ଦ୍ର ପକ୍ଷରୁ ଦେଶଦ୍ରୋହ ଆଇନକୁ ରଦ୍ଦ କରିବା ନେଇ ବିରୋଧ କରିଛନ୍ତି ଆଟର୍ଣ୍ଣୀ ଜେନେରାଲ ।

ସ୍ବାଧିନତାର 75 ବର୍ଷ ପରେ ଏହି ଆଇନ ଜରୁରୀ କି ବୋଲି ଭେନୁଗୋପାଳଙ୍କୁ ପ୍ରଶ୍ନ କରିଛନ୍ତି ସିଜେଆଇ । ଏହା ଉପନିବେଶବାଦ ଆଇନ । ବ୍ରିଟିଶ ଶାସକମାନେ ସ୍ବାଧୀନତା ଆନ୍ଦୋଳନରେ ସଂଗ୍ରମରେ ଗୋରା ସରକାରଙ୍କୁ ବିରୋଧ କରୁଥିବା ସଂଗ୍ରାମୀଙ୍କ ବିରୁଦ୍ଧରେ ଏହି ଆଇନର ବ୍ୟବହାର କରୁଥିଲେ ।

ଆଇପିସି ଧାରା 124 ଏ ରଦ୍ଦ କରାଯାଇପାରିବ ନାହିଁ ବୋଲି ଯୁକ୍ତି ରଖିଛନ୍ତି ଆଟର୍ଣ୍ଣୀ ଜେନେରାଲ କେକେ ଭେନୁଗୋପାଳ । ଏହା ଦେଶର ଅଖଣ୍ଡତା ପାଇଁ ଉଦ୍ଦିଷ୍ଟ । ଏହାର ସଠିକ ଉପଯୋଗିତା ପାଇଁ ଗାଇଡଲାଇନ ହେବା ଜରୁରୀ, ଯାହାଫଳରେ ଆଇନର ଉପଯୋଗିତା ଓ ଉଦ୍ଦେଶ୍ୟ ବଜାୟ ରହିବ ବୋଲି କହିଛନ୍ତି ଭେନୁଗୋପାଳ ।

ଆଇନ ଆଧାରରେ ଦିଆଯାଇଥିବା ଶକ୍ତି ଓ ଏହାର ଦୁରୂପଯୋଗର ଇତିହାସ ଦେଖି ଏହାର ତୁଳନା କୌଣସି ବଢେଇର ଆରି ସହ ତୁଳନା କରିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.