ETV Bharat / bharat

ପଡ଼ୋଶୀ ଆଗ ନା ନିର୍ବାଚନ ଆଗ ? - Is it neighbourhood first or elections first

8 ପର୍ଯ୍ୟାୟରେ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭୋଟ ଗ୍ରହଣର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଦାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ପଡ଼ୋଶୀ ଆଗ ନା ନିର୍ବାଚନ ଆଗ
ପଡ଼ୋଶୀ ଆଗ ନା ନିର୍ବାଚନ ଆଗ
author img

By

Published : Mar 25, 2021, 8:06 PM IST

8 ପର୍ଯ୍ୟାୟରେ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭୋଟ ଗ୍ରହଣର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇ ଢାକାର ହଜରତ ଶାହାଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଦାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବାଂଲାଦେଶ ମୁକ୍ତି ଆନ୍ଦୋଳନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଆୟୋଜିତ ଅନେକ ସରକାରୀ କାର୍ଯ୍ୟକ୍ରମ ସହିତ ବାଂଲାଦେଶ ଗଠନର ମୁଖ୍ୟ ଶେଖ୍ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀରେ ମଧ୍ୟ ଯୋଗ ଦେବେ ।

ମହାମାରୀ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯାଉଥିବାରୁ ଏହାର ଯଥେଷ୍ଟ ଗୁରୁତ୍ବ ରହିଛି । ଅନୁପ୍ରବେଶ ହେଉ ବା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୈଷମତ୍ୟା ହେଉ ବା ତିସ୍ତା ନଦୀ ଜଳ ବିବାଦ ହେଉ ଏସବୁକୁ ନେଇ ଭାରତ-ବାଂଲାଦେଶ ମଧ୍ୟରେ ଏବେ ଅନେକ ସମସ୍ୟା ଆଗକୁ ଆସିଛି । ଏହା ସ୍ପଷ୍ଟ ଯେ, ଚାଇନା’ର ବେଲଟ୍ ଆଣ୍ଡ ରୋଡ୍ ଇନିଟିଏଟିଭ୍ (ବିଆରଆଇ)ରେ ବାଂଲାଦେଶର ଯୋଗଦାନ ପରେ ଭାରତ ଏହା ଉପରେ କଡ଼ା ନଜର ରଖିଛି ।

କିନ୍ତୁ, ଚର୍ଚ୍ଚାର ବିଷୟ ହେଉଛି ମାର୍ଚ୍ଚ 27ରେ ପଶ୍ଚିମ ବଙ୍ଗର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ସେହିଦିନ ହିଁ ବାଂଲାଦେଶ ଗସ୍ତରେ ମୋଦିଙ୍କର ଅନେନ କାର୍ଯ୍ୟକ୍ରମ ରହିଛି । ଏହି ଦିନ ହିଁ ଭୋଟ ହେଉଥିବା ରାଜ୍ୟର ପଡ଼ୋଶୀ ଜିଲ୍ଲା ସାତଖିରା ଓ ଗୋପାଳଗଞ୍ଜ ଜିଲ୍ଲା ଗସ୍ତରେ ଯିବାକୁ ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ଏହା ଅନେକଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ସାତଖିରାର ଏକ ବସ୍ତି ଇଶ୍ବରୀପୁରଠାରେ ଥିବା ଜେରୋଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଗୋପାଳଗଞ୍ଜ ଜିଲ୍ଲାର ଓରାକାଣ୍ଡି ମନ୍ଦିର ଯାଇ ସେଠାରେ ବି ପୂଜାପାଠ କରିବେ । ଜେରୋଶ୍ବର ମନ୍ଦିର ବାଂଲାଦେଶର ଏକ ଜଣାଶୁଣା ହିନ୍ଦୁ ଧର୍ମପୀଠ ଭାବେ ପରିଚିତ, ଏଠାକୁ ଦୈନିକ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ଓରାକାଣ୍ଡି କାହିଁକି ? ଏହି ସ୍ଥାନର ସ୍ବତନ୍ତ୍ରତା କ’ଣ ?

ଓରାକାଣ୍ଡି ହେଉଛି ମାତୁଆ ସମ୍ପ୍ରଦାୟର ପ୍ରମୁଖ ହରିଚାନ୍ଦ ଠାକୁରଙ୍କ ଜନ୍ମସ୍ଥାନ । ଦେଶ ବିଭାଜନ ପରେ ଭାରତକୁ ଚାଲିଆସିଥିଲେ, ବଙ୍ଗଳାରେ ଅସ୍ପୃଶ୍ୟ ସମ୍ପ୍ରଦାୟର ଉନ୍ନତି ପାଇଁ କାମ କରିବା ଦିଗରେ ସେ ବେଶ୍ ପରିଚିତ ଥିଲେ । ସେ ମାତୁଆ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ । ନାମଶୁଦ୍ର କିମ୍ବା ଦଳିତ ବର୍ଗରେ ଆସୁଥିବା ହିନ୍ଦୁ ସମ୍ପ୍ରଦାୟର ବୁଣାକାର ସମାଜ ସହ ମାତୁଆ ସମ୍ପ୍ରଦାୟର ଅନେକ ସମାନତା ରହିଛି । ହରିଚାନ୍ଦଙ୍କ ମୃତ୍ୟୁ ପରେ ତାଙ୍କର ଏକ ପୁଅ ଗୌରଚାନ୍ଦ ଠାକୁର ତାଙ୍କ ବାପା ଛାଡ଼ିଥିବା କାମ ଆରମ୍ଭ କରି ମାତୁଆ ସମ୍ପ୍ରଦାୟକୁ ଏକାଠି କରି ରଖିଛନ୍ତି ।

ତେଣୁ ମୋଦି ବାଂଲାଦେଶକୁ ତାଙ୍କର ଦ୍ବିତୀୟ ଗସ୍ତ ବେଳେ ମାତୁଆ ସମ୍ପ୍ରଦାୟଙ୍କ ପବିତ୍ର ସ୍ଥାନ ଓରାକାଣ୍ଡି ମନ୍ଦିର ପରିଦର୍ଶନ ପାଇଁ କାହିଁକି ଆଗ୍ରହ ଦେଖାଇଲେ ? ଏହାର ଉତ୍ତର ପଶ୍ଚିମ ବଙ୍ଗର ଅଢେଇ କୋଟି ମତଦାତାଙ୍କ ପାଖରେ ରହିଛି, ଯେଉଁମାନେ କି ବିଭିନ୍ନ ସମୟରେ ବାଂଲାଦେଶରୁ ଆସି ପଶ୍ଚିମବଙ୍ଗର ସ୍ଥାୟୀ ଅଧିବାସୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଏକ କୋଟିରୁ ଅଧିକ ଭୋଟର ହେଉଛନ୍ତି ମାତୁଆ ସମ୍ପ୍ରଦାୟର । ଆଉ ଏଥର ନିର୍ବାଚନରେ ବିଜେପି ଏମାନଙ୍କ ଉପରେ ମୁଖ୍ୟତଃ ନିର୍ଭର କରୁଛି ।

ରେକର୍ଡ ଅନୁଯାୟୀ ଭାରତ-ବଙ୍ଗଳା ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବହୁ ସଂଖ୍ୟାରେ ହିନ୍ଦୁ ଶରଣାର୍ଥୀ ବସବାସ କରୁଛନ୍ତି । 1971 ପରଠାରୁ ଭାରତ ପଳାଇ ଆସିଥିବା ଅଧିକାଂଶ ମାତୁଆ ପରିବାର ପଶ୍ଚିମବଙ୍ଗର 30ଟି ବିଧାନସଭା ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି । ତେଣୁ ବିଜେପି ହେଉ କି ତ୍ରୁଣମୂଳ କଂଗ୍ରେସ କି ବାମ ସାମ୍ମୁଖ୍ୟ ମେଣ୍ଟ କେହି ଏମାନଙ୍କୁ ଅଣଦେଖା କରିବା ଚାହୁଁନାହାଁନ୍ତି । ଆଉ ଏକ ରେକର୍ଡ ହେଲା, 2019 ନିର୍ବାଚନରେ ମାତୁଆଙ୍କ ଅଧିକ ପ୍ରାଧାନ୍ୟ ଥିବା ବୋନଗାଓଁ ଏବଂ ରାଣାଘାଟ ଆସନରେ ତ୍ରୁଣମୂଳ କଂଗ୍ରେସର ଲୋକସଭା ସଦସ୍ୟଙ୍କୁ ହରାଇ ବିଜେପି ନିର୍ବାଚିତ ହୋଇଥିଲା ।

କିନ୍ତୁ ନାଗରିକତ୍ବ ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହେବାର 15 ମାସ ପରେ ବି ସରକାର ଏହି ଆଇନ କାର୍ଯ୍ୟକାରୀ କରିବାକୁ ନିୟମ ପ୍ରଣୟନ କରିନାହାଁନ୍ତି । ଏହାକୁ ନେଇ ମାତୁଆମାନଙ୍କ ମଧ୍ୟରେ ଶଙ୍କା ରହିଛି । ସେମାନେ ନାଗରିକତ୍ବ ପାଇବା ସକାଶେ ବିଜେପି ଉପରେ ଆଶା ରଖିଛନ୍ତି ।

ଏଥର ନିର୍ବାଚନ ପ୍ରଚାରରେ ଉଭୟ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିବା ତ୍ରୁଣମୂଳ ସୁପ୍ରିମୋ ତଥା ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମାତୁଆ ଭୋଟ ତାଙ୍କ ସପକ୍ଷରେ ଆସିବ ବୋଲି ଆଶା ରଖିଛନ୍ତି । 2016 ବିଧାନସଭା ନିର୍ବାଚନରେ ତାଙ୍କ ଦଳ ପ୍ରତି ମାତୁଆ ସମ୍ପ୍ରଦାୟର ସମର୍ଥନ ଏଥର ବି ବଜାୟ ରଖିବା ଲାଗି ମମତା ବ୍ୟାପକ ପ୍ରଚାର କରିଛନ୍ତି । ମୋଦିଙ୍କ ଓରାକାଣ୍ଡି ପରିଦର୍ଶନ ଏବଂ ସେ ସ୍ଥାନକୁ ନେଇ ଥିବା ଭାବାବେଗ ମାତୁଆ ସମ୍ପ୍ରଦାୟ ମଧ୍ୟରେ ନିର୍ବାଚନ ସମୀକରଣରେ ପରିବର୍ତ୍ତନ କରିପାରେ ଏବଂ ମମତା ମଧ୍ୟ ଏହା ଭଲ ଭାବେ ଜାଣିଛନ୍ତି ।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ କମ୍ପ୍ରେହେନସିଭ ଇକନମିକ ପାର୍ଟନରସିପ୍ ଏଗ୍ରିମେଣ୍ଟ (ସିଇପିଏ) ଉପରେ ଆଲୋଚନା ପାଇଁ ପଥ ପରିଷ୍କାର କରିପାରେ ଏଥିରେ କୌଣସି ସନ୍ଦେହ ନାହିଁ । ଏପରି ଆଲୋଚନା ନିଶ୍ଚିତ ଭାବେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇପାରେ। କିନ୍ତୁ ନରେନ୍ଦ୍ର ମୋଦିଙ୍କ ଓରାକାଣ୍ଡି ମନ୍ଦିର ପରିଦର୍ଶନ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଏହାର ପ୍ରଭାବ ନେଇ ବଙ୍ଗଳାର ଅନେକ ନଜର ରଖିଛନ୍ତି ।

ଦୀପଙ୍କର ବୋଷ, ନ୍ୟୁଜ କୋର୍ଡିନେଟର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.