ETV Bharat / bharat

କାବୁଲ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା IS

ଆଫଗାନିସ୍ତାନର କାବୁଲ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଙ୍ଗଠନ ଆଇଏସ । ଅଧିକ ପଢନ୍ତୁ...

କାବୁଲ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା IS
କାବୁଲ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା IS
author img

By

Published : May 17, 2021, 9:41 AM IST

କାବୁଲ: ଆଇଏସ ଆତଙ୍କବାଦୀ ଗ୍ରୁପ କାବୁଲ ମସଜିଦ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ତେବେ ଏହି ବିସ୍ଫୋରଣରେ 12 ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଇଏସ ମସଜିଦ ଉପରେ ଆକ୍ରମଣ କରିଥିବା ନେଇ ନାଶିର ନ୍ୟୁଜ ଏଜେନ୍ସି ଶନିବାର ବିଳମ୍ବିତ ରାତିରେ ସୂଚନା ଦେଇଛି ।

ଆତଙ୍କବାଦୀଙ୍କ ଯୋଜନା ସମ୍ପର୍କରେ ଏହି ନାଶିର ନ୍ୟୁଜ ଏଜେନ୍ସି ଖବର ପ୍ରସାରଣ କରିଥାଏ । କେଲିଫେଟ ବା ଆଲଜେରିଆରେ ରହୁଥିବା କେଲିଫେଟର ସୈନିକମାନେ ମସଜିଦରେ ବୋମା ଖଞ୍ଜିଥିଲେ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ଏହି ତଥ୍ୟା କେତେ ଦୂର ସତ୍ୟ ସେ ସମ୍ପର୍କରେ ଏବେ ସ୍ପଷ୍ଟ ହୋଇନାହିଁ । ଗତ ଶୁକ୍ରବାର ମୁସଲମାନ ସମ୍ପ୍ରଦାୟକ ପର୍ବ ଇଦ-ଉଲ-ଫିତରରେ ଆଫଗାନିସ୍ତାନ ରାଜଧାନୀ କାବୁଲର ଶକର ଦରା ଜିଲ୍ଲାରେ ଥିବା ମସଜିଦ ଉପରେ ଏହି ବିସ୍ଫୋରଣ ଘଟିଥିଲା ।

ଏହି ବିସ୍ଫୋରଣରେ 15 ଜଣଙ୍କର ମୃତ୍ୟୁ ଘଟିଥିଲା । ଆଫଗାନିସ୍ତାନ ସରକାର ଏବଂ ତାଲିବାନ ଇସଲାମିକ ଇଦ ପର୍ବକୁ ନେଇ ଅସ୍ତ୍ରବିରତୀ ଉଲ୍ଲଂଘନ କରୁଥିବାରୁ ଏହି ଆକ୍ରମଣ ହୋଇଥିଲା । ତେବେ ଶନିବାର ପ୍ରାୟ ମଧ୍ୟରାତ୍ରିରେ ଏହି ସଂଘର୍ଷ ଥମିଥିଲା । ନିକଟରେ ଆଫଗାନିସ୍ତାନରେ ଆଇଏସ ଆତଙ୍କବାଦୀ ସଂଗଠନ କିଛି ଅଞ୍ଚଳ, ନେତା ତଥା ଅନ୍ୟ ଯୁଦ୍ଧବିମାନ ହରାଇଥିଲା । ଆଫଗାନିସ୍ତାନ ଉପରେ ଆତଙ୍କବାଦୀ ସଙ୍ଗଠନ ଆହୁରି ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.