ETV Bharat / bharat

ବ୍ୟାଙ୍କ ବ୍ୟବସ୍ଥା କ’ଣ କେବଳ ଏକ ଲାଭଜନକ ବ୍ୟବସାୟ ?

author img

By

Published : Apr 15, 2021, 12:10 PM IST

ନିକଟରେ ସରକାରଙ୍କ ଦ୍ବାରା ପରିଚାଳିତ ଦଶଟି ବ୍ୟାଙ୍କର ମିଶ୍ରଣ କରି 4ଟି ବ୍ୟାଙ୍କରେ ପରିଣତ କରିବାର ବ୍ୟାପକ କାର୍ଯ୍ୟକ୍ରମକୁ ସରକାର କାର୍ଯ୍ୟକାରୀ କରିବା ପରେ ଦେଶରେ ଏବେ ସରକାରଙ୍କ ନିୟନ୍ତ୍ରଣାଧୀନ ସାର୍ବଜନୀନ ବ୍ୟାଙ୍କ ସଂଖ୍ୟା 27ରୁ ହ୍ରାସ ପାଇ ମାତ୍ର 12ରେ ସୀମିତ ରହିଛି । ଅଧିକ ପଢନ୍ତୁ...

ବ୍ୟାଙ୍କ ବ୍ୟବସ୍ଥା କ’ଣ କେବଳ ଏକ ଲାଭଜନକ ବ୍ୟବସାୟ ?
ବ୍ୟାଙ୍କ ବ୍ୟବସ୍ଥା କ’ଣ କେବଳ ଏକ ଲାଭଜନକ ବ୍ୟବସାୟ ?

ଏଥର କେନ୍ଦ୍ର ବଜେଟରେ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ସମ୍ପର୍କିତ ଘୋଷଣା ମାଧ୍ୟମରେ ଭାରତରେ ବ୍ୟାଙ୍କ ବ୍ୟବସ୍ଥାର ଦୃଶ୍ୟପଟ୍ଟ ପରିବର୍ତ୍ତନ ସଂକ୍ରାନ୍ତରେ ସରକାରଙ୍କ ଉଦ୍ଦେଶ୍ୟକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଦେଲେ । ଆଜିକୁ 51 ବର୍ଷ ତଳେ, ଦେଶରେ କାର୍ଯ୍ୟରତ ବୃହତ୍‌ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏବଂ ଏହି ପ୍ରସଙ୍ଗ କ୍ରମରେ ଏହାକୁ ଭାରତ ସରକାରଙ୍କ ଦ୍ବାରା ଗୃହୀତ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିର ବିପରୀତ ଧାରା ରୂପେ ବିଚାର କରାଯାଇପାରେ ।

ନିକଟରେ ସରକାରଙ୍କ ଦ୍ବାରା ପରିଚାଳିତ ଦଶଟି ବ୍ୟାଙ୍କର ମିଶ୍ରଣ କରି 4ଟି ବ୍ୟାଙ୍କରେ ପରିଣତ କରିବାର ବ୍ୟାପକ କାର୍ଯ୍ୟକ୍ରମକୁ ସରକାର କାର୍ଯ୍ୟକାରୀ କରିବା ପରେ ଦେଶରେ ଏବେ ସରକାରଙ୍କ ନିୟନ୍ତ୍ରଣାଧୀନ ସାର୍ବଜନୀନ ବ୍ୟାଙ୍କ ସଂଖ୍ୟା 27ରୁ ହ୍ରାସ ପାଇ ମାତ୍ର 12ରେ ସୀମିତ ରହିଛି । ସରକାରଙ୍କ ଦ୍ବାରା ସ୍ଥିରୀକୃତ ଯେଉଁ ଚାରିଟି ରଣନୈତିକ କ୍ଷେତ୍ରରେ ସରକାର ସାର୍ବଜନୀନ ଉଦ୍ୟୋଗର ‘ଯଥାସମ୍ଭବ ନ୍ୟୂନତମ ଉପସ୍ଥିତି’ ବଜାୟ ରଖିବାକୁ ଚାହାଁନ୍ତି ସେଗୁଡ଼ିକ ମଧ୍ୟରୁ ବ୍ୟାଙ୍କ, ବୀମା ଓ ଆର୍ଥିକ ସେବା କ୍ଷେତ୍ର ଅନ୍ୟତମ ।

ସୁତରାଂ, ଏହି ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କାର୍ଯ୍ୟକ୍ରମକୁ ନରେନ୍ଦ୍ର ମୋଦି ସରକାରଙ୍କ ବୃହତ୍‌ ଘରୋଇକରଣ ଯୋଜନାର ଏକ ସାମାନ୍ୟତମ ଅଂଶ ବୋଲି ବିଚାର କରିବା ଉଚିତ । 2021-22 ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ 1.75 ଲକ୍ଷ କୋଟି ଟଙ୍କାର ଅଂଶଧନ ବିକ୍ରି ଲକ୍ଷ୍ୟ ହାସଲ ନିମନ୍ତେ ସରକାରଙ୍କ ଉଚ୍ଚାକାଂକ୍ଷୀ ଅଭିଳାଷର ଏହା ଅଂଶବିଶେଷ । ଯେଉଁ ଛଅଟି ବ୍ୟାଙ୍କକୁ ଘରୋଇକରଣ ପ୍ରକ୍ରିୟାରୁ ବାଦ ଦେବା ପାଇଁ ନୀତି ଆୟୋଗ ସରକାରଙ୍କୁ ସୁପାରିସ କରିଥିଲେ, ସେଗୁଡ଼ିକ ନିକଟରେ (ବୋଧହୁଏ ପ୍ରଥମ ଦଫାରେ) ସଂଙ୍ଗଠିତ ଏକୀକୃତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ।

ସେହି ବ୍ୟାଙ୍କଗୁଡ଼ିକ ହେଲେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । ସେହିଭଳି, ଭାରତୀୟ ରିଜର୍ଭ ବ୍ୟାଙ୍କର ତ୍ବରିତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଅନ୍ତର୍ଗତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ୟୁକୋ ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟାକୁ ହୁଏତ ସରକାର ତୁରନ୍ତ ହାତକୁ ନେଇ ନପାରନ୍ତି ବୋଲି ବିଭିନ୍ନ ଖବରରେ ପ୍ରକାଶିତ ହୋଇଥିଲା।

ଏହା ଫଳରେ ତୁରନ୍ତ ଘରୋଇକରଣ ନିମନ୍ତେ ରହିଥିବା ଅବଶିଷ୍ଟ ବ୍ୟାଙ୍କଗୁଡ଼ିକ ହେଲେ ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । ସାମଗ୍ରିକ ଭାବେ ଦେଖିଲେ, ନିର୍ଦ୍ଦିଷ୍ଟ କେଉଁ ଦୁଇଟି ବ୍ୟାଙ୍କର ଘରୋଇକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି, ସେ ସଂପର୍କରେ ସ୍ପଷ୍ଟ ଭାବେ ପ୍ରକାଶ ନକରି ସରକାର ଏଥିରେ ଅଯଥା ବିଳମ୍ବ କରୁଥିବାରୁ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ନିଜ ନିଜର ଭବିଷ୍ୟତ ଉପରେ ଅନିଶ୍ଚିତତାର କଳାବାଦଲ ଘୋଟି ରହିଥିବା ଆଶଙ୍କା କରୁଛନ୍ତି ।

ଘରୋଇକରଣ କାହିଁକି ?

ଗତ କିଛିବର୍ଷ ଧରି ସରକାରୀ ବ୍ୟାଙ୍କଗୁଡ଼ିକର ଅନର୍ଜକ ସଂପତ୍ତି ବା ‘ନନ୍‌ ପରଫର୍ମିଂ ଆସେଟ୍‌’ (NPA) ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଏକ ଗୁରୁତର ସ୍ଥିତି ସୃଷ୍ଟି ହୋଇଛି । କୋଭିଡ୍‌ ମହାମାରୀ ପ୍ରେକ୍ଷାପଟରେ ଦେଶର ଅର୍ଥବ୍ୟବସ୍ଥା ଦୁଃସ୍ଥିତି ଦେଇ ଗତି କରୁଥିବା କାରଣରୁ ସର୍ବମୋଟ ଅନର୍ଜକ ସମ୍ପତ୍ତି ଅନୁପାତ ବା ଗ୍ରସ୍‌ ଏନ୍‌ପିଏ 2020 ସେପ୍‌ଟେମ୍ବରରେ 7.5% ରହିଥିବା ବେଳେ ସେପ୍‌ଟେମ୍ବର 2021ରେ 13.5%କୁ ବୃଦ୍ଧି ପାଇବ ବୋଲି ନିକଟରେ ପ୍ରକାଶିତ ରିଜର୍ଭ ବ୍ୟାଙ୍କର ଆର୍ଥିକ ସ୍ଥିରତା ରିପୋର୍ଟରେ ଆକଳନ କରାଯାଇଛି ।

ଏହା ଫଳରେ ସରକାରଙ୍କ ପାଇଁ ବିଭିନ୍ନ ସରକାରୀ ବ୍ୟାଙ୍କରେ ଆହୁରି ଅଧିକ ଅର୍ଥ ଲଗାଣର ଆବଶ୍ୟକତା ଦେଖାଦେବ । ଗତ ଦୁଇବର୍ଷ ଭିତରେ କେନ୍ଦ୍ର ସରକାର ‘ରିକ୍ୟାପିଟାଲାଇଜେସନ୍‌ ବଣ୍ଡ’ ଏବଂ ‘କ୍ୟାପିଟାଲ ଇଞ୍ଜେକ୍‌ସନ’ ଜରିଆରେ ଏହି ବ୍ୟାଙ୍କଗୁଡ଼ିକରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି । ‘ରିକ୍ୟାପିଟାଲାଇଜେସନ୍‌ ବଣ୍ଡ’ ରୂପରେ କ୍ରମାଗତ ଭାବେ 70,000 କୋଟି ଟଙ୍କା (2019 ଆର୍ଥିକ ବର୍ଷ), 80,000 କୋଟି ଟଙ୍କା (2018 ଆର୍ଥିକ ବର୍ଷ) ଏବଂ 2019 ଆର୍ଥିକ ବର୍ଷ ପାଇଁ 1.06 ଲକ୍ଷ କୋଟି ଟଙ୍କା ବିନିଯୋଗ କରିସାରିଛନ୍ତି ।

ବିଭିନ୍ନ ସରକାରୀ ବ୍ୟାଙ୍କକୁ ଚାଲୁ ରଖିବା ପାଇଁ 2014ରୁ 2019 ବର୍ଷ ଭିତରେ ଟିକସଦାତାମାନଙ୍କର କଷ୍ଟ ଅର୍ଜିତ ମୋଟ 3.19 ଟ୍ରିଲିଅନ୍‌ (ଲକ୍ଷ କୋଟି) ଟଙ୍କା ଏହି ସବୁ ବ୍ୟାଙ୍କରେ ବିନିଯୋଗ କରାଯାଇଛି । ଯଦିଓ ଲାଭ ହାସଲକୁ ସୁନିଶ୍ଚିତ କରିବା, ଉତ୍ପାଦନ କ୍ଷମତା ବୃଦ୍ଧି ଏବଂ ଗ୍ରାହକ ସେବାରେ ଉନ୍ନତି ଆଣିବା ଭଳି ଅନ୍ୟାନ୍ୟ ଆଧାରରେ ମଧ୍ୟ କେତେକ ମନୋନୀତ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ସରକାର ଯୁକ୍ତିସଙ୍ଗତ ବୋଲି ଦର୍ଶାଇ ଆସୁଛନ୍ତି, ତଥାପି, ମୂଳକଥା ହେଲା ଯେ, ବର୍ଷ ପରେ ବର୍ଷ ଏହି ସବୁ ବ୍ୟାଙ୍କର ସହାୟତା ନିମନ୍ତେ ସେସବୁରେ ଅର୍ଥଲଗାଣ କରିବା ଲାଗି ସରକାର ଅନିଚ୍ଛା ପ୍ରକାଶ କରୁଛନ୍ତି ।

କେନ୍ଦ୍ର ସରକାର ଏଭଳି ଏକ ଗୁରୁତର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯେ, ଏହା ପ୍ରଚଳିତ ଆଇନ ବ୍ୟବସ୍ଥାର ଉପଯୋଗ କରି ଋଣ ଖିଲାପକାରୀ ପ୍ରଭାବଶାଳୀ କର୍ପୋରେଟ ସେକ୍‌ଟର ବା ବଡ଼ ବଡ଼ କମ୍ପାନୀରୁ ଋଣ ଆଦାୟ କରିବାରେ ଅକ୍ଷମତା ସହିତ ବ୍ୟବସ୍ଥାର ପୁନର୍ବିନ୍ୟାସ ଦିଗରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ସୂଚାଉଛି ଏବଂ ଜଣେ ‘ନିଯୁକ୍ତିଦାତା’ ଭାବରେ ସରକାର ନିଜର ଅକ୍ଷମତା ଏବଂ ଅପାରଗତା ଜାହିର କରୁଛନ୍ତି ବୋଲି ଧରି ନିଆଯାଇପାରେ ।

ବିଭିନ୍ନ ସରକାରୀ ବ୍ୟାଙ୍କର ପ୍ରଶଂସନୀୟ ଭୂମିକା

ସରକାର ସେହି ସବୁ ବ୍ୟାଙ୍କିଙ୍ଗ ବିଶେଷଜ୍ଞମାନଙ୍କ ଦ୍ବାରା ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି, ଯେଉଁମାନେ କି କେବଳ ବ୍ୟାଙ୍କର ଲାଭକାରିତାକୁ ମାପଦଣ୍ଡ ରୂପେ ଧରିନେଇ ଭାରତୀୟ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନକୁ ନିମ୍ନ ସ୍ତରରେ ସ୍ଥାନିତ କରିଛନ୍ତି ଏବଂ ଦେଶର ସବୁଠାରୁ ଅବହେଳିତ ବର୍ଗ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ଭଳି ଉନ୍ନୟନମୂଳକ ଲକ୍ଷ୍ୟହାସଲକୁ ବେଶ୍‌ ଆରାମରେ ଅଣଦେଖା କରୁଛନ୍ତି । କେବଳ ସାରା ଦେଶର ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ହିଁ ଅତୀତରେ ପ୍ରମୁଖ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା ।

ଭାରତର ଉଦ୍ୟମକୁ ପ୍ରଶଂସା କରିଥିବା ଅନେକ ଅର୍ଥନୀତିଜ୍ଞଙ୍କ ମଧ୍ୟରୁ ଜଣେ ହେଲେ ଅର୍ଥନୀତିରେ ନୋବେଲ ପୁରସ୍କାର ହାସଲ କରିଥିବା ଅଭିଜିତ ବାନାର୍ଜୀ । ତାଙ୍କ ଭାଷାରେ “ଜାତୀୟକରଣ ହେବା ପରେ, ଭାରତୀୟ ବ୍ୟାଙ୍କ କ୍ଷେତ୍ରର ପ୍ରସ୍ଥ ଓ ପରିସର ଏଭଳି ହାରରେ ସଂପ୍ରସାରିତ ହୋଇଛି ଯେ ଏହା ଅନ୍ୟ କୌଣସି ଦେଶ ସହିତ ତୁଳନୀୟ ନୁହେଁ ।”

ସାମାଜିକ-ଅର୍ଥନୈତିକ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲର ଲକ୍ଷ୍ୟପୂରଣ ଦିଗରେ ସରକାରଙ୍କ ସହାୟତାରେ ସରକାରୀ ବ୍ୟାଙ୍କଗୁଡ଼ିକ ଏଭଳି ବ୍ୟାପକ ଭାବରେ ସଂପ୍ରସାରିତ ହୋଇଛନ୍ତି । ଏହା ଦ୍ବାରା କୃଷକ ସମାଜ, କ୍ଷୁଦ୍ର ବ୍ୟବସାୟୀ ଏବଂ ଅଣ-କୃଷି କ୍ଷେତ୍ରରେ କାର୍ଯ୍ୟରତ ଗ୍ରାମୀଣ ଲୋକଙ୍କ ଭଳି ସମାଜର ଅବହେଳିତ ବର୍ଗ ନିକଟରେ ବ୍ୟାଙ୍କରୁ ଋଣ ନେବାର ସୁଯୋଗ ପହଞ୍ଚାଇ ଦିଆଯାଇପାରିଛି ଏବଂ ଏହା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରୀକରଣ ଭଳି ଅନ୍ତର୍ମୁଖୀ ବିକାଶର ଧାରା ପ୍ରବାହିତ ହୋଇଛି ।

ସରକାରୀ ବ୍ୟାଙ୍କ, ରାଜନୈତିକ ନିଷ୍ପତ୍ତିର ଶିକାର

ଭାରତ ଭଳି ଏକ ବିକାଶୀଳ ଅର୍ଥବ୍ୟବସ୍ଥା ଲାଗି ବ୍ୟାଙ୍କର ଘରୋଇକରଣ ସ୍ବାସ୍ଥ୍ୟକର ନୁହେଁ ବୋଲି ମତପୋଷଣ କରୁଥିବା ଅନେକ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ସମ୍ମତଭାବ ରହିଛି । ଉଦାହରଣ ସ୍ବରୂପ, ବ୍ୟାଙ୍କର ଋଣପ୍ରଦାନ କ୍ଷମତା ସହିତ ଅର୍ଥନୀତିର ବିକାଶ ଅଙ୍ଗାଙ୍ଗିଭାବରେ ଜଡ଼ିତ ବୋଲି ମତପୋଷଣ କରି ଜଣେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବ୍ୟାଙ୍କିଙ୍ଗ ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞ କହନ୍ତି ଯେ, ଭାରତ ଏକ୍ଷେତ୍ରରେ ଜାପାନ ଓ ଜର୍ମାନୀ ଭଳି ଦେଶର ଅନୁସରଣ କରିପାରିବ, ଯେଉଁଠାରେ ସରକାର ବିଭିନ୍ନ ବ୍ୟାଙ୍କରୁ ପୁଞ୍ଜି ଉଠାଣ କରି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ବିନିଯୋଗ କରନ୍ତି ।

ଭାରତର ସରକାରୀ ବ୍ୟାଙ୍କଗୁଡ଼ିକ ସରକାରଙ୍କ ନୀତି ଓ ନିଷ୍ପତ୍ତିର ଶିକାର ହୁଅନ୍ତି । କାରଣ, ସେମାନେ ବିଭିନ୍ନ ବଡ଼ ବଡ଼ କମ୍ପାନୀର ବୃହତ୍‌ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବହୁ ପରିମାଣର ଅର୍ଥ ଋଣ ଦେବାକୁ ବାଧ୍ୟ ହୁଅନ୍ତି । ବିଶେଷତଃ ଆଇଡିବିଆଇ, ଆଇସିଆଇସିଆଇ ଏବଂ ଆଇଡିଏଫ୍‌ସି ଭଳି ସଂସ୍ଥାଗୁଡ଼ିକ ସଂପୂର୍ଣ୍ଣତଃ ବ୍ୟାଙ୍କରେ ପରିବର୍ତ୍ତିତ ହେବା ପରେ ଏହା ଅନିବାର୍ଯ୍ୟ ହୋଇପଡ଼ିଛି ।

ଅନେକ ଅନୁଧ୍ୟାନର ନିଷ୍କର୍ଷରୁ ଜଣାଯାଏ ଯେ, ସରକାରୀ ବ୍ୟାଙ୍କଗୁଡ଼ିକର ‘ଏନ୍‌ପିଏ’ ଏବଂ ‘ଏନ୍‌ପିଏ ଅନୁପାତ’ ଘରୋଇ ବ୍ୟାଙ୍କ ତୁଳନାରେ ବହୁ ଅଧିକ । ସରକାରୀ ବ୍ୟାଙ୍କଗୁଡ଼ିକର ଉଦାରବାଦୀ ଏବଂ କୋହଳ ଋଣ ପ୍ରଦାନ ନୀତିକୁ ଏହାର କାରଣ ରୂପେ ଉଲ୍ଲେଖ କରାଯାଇପାରେ । ଭିତ୍ତିଭୂମି, ଶକ୍ତି, ଖଣି ଓ ଟେଲିକମ୍‌ ଭଳି ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ରରେ ସରକାରୀ ବ୍ୟାଙ୍କର ଋଣ ପ୍ରଦାନ କେନ୍ଦ୍ରୀଭୂତ ହୋଇଥାଏ । ଘରୋଇ ଓ ବିଦେଶୀ ବ୍ୟାଙ୍କଗୁଡ଼ିକ ତୁଳନାରେ ପ୍ରଭାବଶାଳୀ ଢଙ୍ଗରେ ସରକାରୀ ବ୍ୟାଙ୍କଗୁଡ଼ିକର ସକ୍ଷମ ପରିଚାଳନା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଛି ଏବଂ ଏହା ସହିତ 1980 ଦଶକ ପରଠାରୁ ସରକାରୀ ବ୍ୟାଙ୍କରେ ରାଜନୈତିକ ହସ୍ତକ୍ଷେପକୁ ମଧ୍ୟ ରୋକିପାରି ନାହିଁ ।

ଘରୋଇକରଣ, ସବୁ ରୋଗର ଉପଚାର ନୁହେଁ

ବାସ୍ତବରେ, ଗତ 5ବର୍ଷ ମଧ୍ୟରେ ଘରୋଇକରଣ ବୃଦ୍ଧି ପାଇଥିବା ବେଳେ ବହୁ ପରିମାଣର ଆଦାୟ ଅଯୋଗ୍ୟ ବା ଖରାପ ଋଣ ବୋଝ ତଳେ ସରକାରୀ ବ୍ୟାଙ୍କଗୁଡ଼ିକ ସଂଘର୍ଷ କରୁଛନ୍ତି । ସାମଗ୍ରିକ ଋଣ ଯୋଗାଣ କ୍ଷେତ୍ରରେ, ଆନୁପାତିକ ଭାବେ ସରକାରୀ ବ୍ୟାଙ୍କଗୁଡ଼ିକର ବଜାର ଅଂଶ 2010 ମାର୍ଚ୍ଚ ମାସରେ 75%ରୁ ଅଧିକ ଥିଲା । ତା’ପରଠାରୁ ଏହି ଅଂଶ ହ୍ରାସ ପାଇବାରେ ଲାଗିଛି ଏବଂ ସେପ୍‌ଟେମ୍ବର 2020ରେ ଏହା 57% ରହିଥିଲା । ଏହି ଦଶ ବର୍ଷର ଅବଧି ଭିତରେ ଋଣ ପ୍ରଦାନ କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡ଼ିକର ଅଂଶ 17%ରୁ ବୃଦ୍ଧି ପାଇ 35%ରେ ପହଞ୍ଚିଛି ।

ତେବେ, ଜମା କ୍ଷେତ୍ରରେ ସରକାରୀ ବ୍ୟାଙ୍କଗୁଡ଼ିକର ଅଂଶ ଆଦୌ କମ୍‌ ହୋଇନାହିଁ । 2012 ମାର୍ଚ୍ଚ ମାସରେ ବଜାରରେ ସରକାରୀ ବ୍ୟାଙ୍କଗୁଡ଼ିକର ଅଂଶଧନ 74% ଥିବା ବେଳେ 2020 ସେପ୍‌ଟେମ୍ବରରେ ଏହା 62%କୁ ଖସି ଆସିଛି । ଟଙ୍କା ଜମା ରଖିବା ପ୍ରସଙ୍ଗରେ ସରକାରୀ ବ୍ୟାଙ୍କଗୁଡ଼ିକ ଉପରେ ଲୋକେ ଅଧିକ ଭରସା କରୁଥିଲେ ହେଁ ପ୍ରତିଯୋଗିତା କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡ଼ିକର ଦକ୍ଷତା ବେଶ୍‌ ବୁଝିହୁଏ ।

ବ୍ୟାଙ୍କର ଶାଖା ସଂଖ୍ୟା, ଆଧୁନିକ ଜ୍ଞାନକୌଶଳର ଉପଯୋଗ ଏବଂ ବ୍ୟାବସାୟିକ ପତ୍ରାଳାପକୁ ବିଚାର କଲେ ଜାତୀୟକରଣ ପରବର୍ତ୍ତୀ ସମୟରେ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦେଶରେ ବ୍ୟାଙ୍କ କାରବାର ସଂପ୍ରସାରିତ ହୋଇଥିବା ସତ୍ତ୍ବେ ବିଭିନ୍ନ ବ୍ୟାଙ୍କର କାରବାର କ୍ଷେତ୍ର ଏବେ ବି କେବଳ ମେଟ୍ରୋ ନଗରୀରେ ସୀମିତ ରହିଥିବା ଭଳି ମନେହୁଏ । ଉଦାହରଣ ସ୍ବରୂପ, 2018 ମସିହା ଶେଷରେ 53ଟି ମେଟ୍ରୋ ନଗରୀରେ ବିଭିନ୍ନ ବ୍ୟାଙ୍କର ଏକ ପଞ୍ଚମାଂଶ ଶାଖା ରହିଥିଲେ ହେଁ ସେହି ସବୁ ଶାଖା ଜରିଆରେ ବ୍ୟାଙ୍କର ମୋଟ 50% ଅର୍ଥ ଜମା କରାଯାଇଥିଲା ଏବଂ ସେମାନେ ମୋଟ 64% ଋଣ ପ୍ରଦାନ କରିଥିଲେ । ସହରାଞ୍ଚଳରେ ପ୍ରାୟ ସମାନ ସଂଖ୍ୟକ (19%) ଶାଖା ରହିଥିଲେ ହେଁ ସେଗୁଡ଼ିକରେ ମାତ୍ର 21.5% ଅର୍ଥ ଜମା କରାଯାଇଥିଲା ଏବଂ ମାତ୍ର 15% ଅଗ୍ରୀମ ଋଣ ବାବଦରେ ପ୍ରଦାନ କରାଯାଇଥିଲା ।

ବିଭିନ୍ନ ମେଟ୍ରୋ ନଗରୀରେ ବ୍ୟାଙ୍କର ଶାଖାଗୁଡ଼ିକରେ ଜମା କରାଯାଇଥିବା ପ୍ରତି 100 ଟଙ୍କାରୁ ପ୍ରାୟ 97 ଟଙ୍କା ଋଣ ପ୍ରଦାନ କରାଯାଇଥିଲା (ଯାହାକୁ ଋଣ-ଜମା ଅନୁପାତ ବା ‘କ୍ରେଡିଟ-ଡିପୋଜିଟ ରେସିଓ’ କୁହାଯାଏ) । ସହରାଞ୍ଚଳରେ ଏହା କେବଳ 55% ରହିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ଗ୍ରାମାଞ୍ଚଳ ଏବଂ ପାର୍ବତ୍ୟାଞ୍ଚଳରେ ଇଟା ପଥରର ଢାଞ୍ଚା ସ୍ଥାପନ କରିବାକୁ ବ୍ୟାଙ୍କଗୁଡ଼ିକ ଅନିଚ୍ଛା ପ୍ରକାଶ କରୁଥିବାରୁ ବହୁସଂଖ୍ୟକ ଲୋକଙ୍କ ପାଖରେ ବ୍ୟାଙ୍କ କାରବାର ସହଜରେ ପହଞ୍ଚି ପାରିନଥିଲା ।

ଏଥିରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ, କୃଷକ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ, ଆର୍ଥିକ ଦୃଷ୍ଟିରୁ ଲାଭଜନକ ନୁହେଁ ବୋଲି ଘରୋଇ ବ୍ୟାଙ୍କଗୁଡ଼ିକ ଧରିନେଇଥିବା ବେଳେ ଅନ୍ତର୍ମୁଖୀ ବିକାଶର ଲକ୍ଷ୍ୟ ହାସଲ ନିମନ୍ତେ ଏହି କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ ନିମନ୍ତେ ସରକାରୀ ବ୍ୟାଙ୍କଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଲା । ବିଭିନ୍ନ ସରକାରୀ ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନରେନ୍ଦ୍ର ମୋଦି ସରକାର ସରକାରୀ ବ୍ୟାଙ୍କ ଉପରେ ଅତି ମାତ୍ରାରେ ନିର୍ଭରଶୀଳ ହୋଇପଡ଼ିଲେ ।

ସମାଜରେ ଦୁର୍ବଳ କ୍ଷେତ୍ରର ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ଏଭଳି ଯୋଜନାଗୁଡ଼ିକରେ ରହିଛି ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନା, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍‌ସନ ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା । ସରକାରୀ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସାମାଜିକ ଦାୟିତ୍ବବୋଧକୁ ଏଡ଼ାଇ ଯାଇ କେବଳ ଏକ ବ୍ୟାବସାୟିକ ସଂସ୍ଥା ହିସାବରେ ଲାଭ ହାସଲ ଲକ୍ଷ୍ୟ ରଖିବା ଉଚିତ ବୋଲି କହିବା ଅଯୌକ୍ତିକ ହେବ ।

ଆହୁରି ମଧ୍ୟ ଆମେମାନେ ମନେ ରଖିବା ଉଚିତ ଯେ 2008 ମସିହାରେ ବିଶ୍ବ ଆର୍ଥିକ ସଂକଟକୁ ଭାରତ ସଫଳତାର ସହିତ ମୁକାବିଲା କରିବା ପଛରେ ଥିଲା ଏହାର ସଶକ୍ତ ବ୍ୟାଙ୍କ ବ୍ୟବସ୍ଥା ଏବଂ ଏହି ବ୍ୟବସ୍ଥାରେ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରାଧାନ୍ୟ ରହିଥିଲା । କେବଳ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରିଦେଲେ ହିଁ ସ୍ବୟଂକ୍ରିୟ ଭାବରେ ଶାସନ ପ୍ରଣାଳୀରେ ସୁଧାର ଆସିବ ନାହିଁ । ବହୁ ସମୟରେ ବର୍ଣ୍ଣିତ ଅପାରଗତା କେବଳ ସରକାରୀ ବ୍ୟାଙ୍କ କ୍ଷେତ୍ରରେ ସୀମିତ ନୁହେଁ । ଅନ୍ତର୍ଜାତୀୟ ଅନୁଭବ ଆଧାରରେ ଆଯୋଜିତ ଅନେକ ଅନୁଶୀଳନର ନିଷ୍କର୍ଷରେ ଏକଥା ପ୍ରମାଣିତ ହୋଇନାହିଁ ଯେ, ଅନର୍ଜକ ସଂପତ୍ତି ବା ଏନ୍‌ପିଏ ପରିଚାଳନା କ୍ଷେତ୍ରରେ ବେସରକାରୀ ବ୍ୟାଙ୍କଗୁଡ଼ିକ ଅଧିକ ଦକ୍ଷ । ସେହିଭଳି ବେସରକାରୀ ବ୍ୟାଙ୍କଗୁଡ଼ିକ ଠକେଇ ଓ ଜାଲିଆତିକୁ ସଂପୂର୍ଣ୍ଣ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ମଧ୍ୟ କୌଣସି ପ୍ରମାଣ ନାହିଁ ।

ଆଗକୁ ଉପାୟ

ଭାରତର ପ୍ରାୟ 19 କୋଟି ବୟସ୍କ ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ । ତୁରନ୍ତ ଏହି ବିପୁଳସଂଖ୍ୟକ ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥା ଭିତରକୁ ଆଣିବାର ଆବଶ୍ୟକତା ରହିଛି । ଅନ୍ତର୍ମୁଖୀ ଉନ୍ନୟନର ବିଭିନ୍ନ ସୂଚକ ଅନୁସାରେ ଭାରତ ବହୁ କ୍ଷେତ୍ରରେ ପଛରେ ପଡ଼ିଛି ଏବଂ ବ୍ୟାଙ୍କ ବ୍ୟବସ୍ଥାକୁ କେବଳ ଏକ ବ୍ୟାବସାୟିକ ଉଦ୍ୟୋଗ ବୋଲି ବିଚାର କରାଯିବା ଉଚିତ ହେବ ନାହିଁ । କାରଣ, ଏପରି ହେଲେ ଏକ ସାମାଜିକ ଅନୁଷ୍ଠାନ ଭାବରେ ବ୍ୟାଙ୍କ ଅନେକ ନ୍ୟାୟସଂଗତ ଦାୟିତ୍ବ ନିର୍ବାହ କରିପାରିବ ନାହିଁ ଏବଂ ସ୍ଥାୟୀ ଏବଂ ଅନ୍ତର୍ମୁଖୀ ବିକାଶର ଲକ୍ଷ୍ୟ ହାସଲ କ୍ଷେତ୍ରରେ ସହାୟକ ହୋଇପାରିବ ନାହିଁ ।

ସୁତରାଂ, କେବଳ ରଣନୈତିକ କ୍ଷେତ୍ରରେ ସରକାରୀ ବ୍ୟାଙ୍କଗୁଡ଼ିକର ‘ଯଥାସମ୍ଭବ ନ୍ୟୂନତମ ଉପସ୍ଥିତି’ ବଜାୟ ନ ରଖି ଏହାକୁ ଏକ ଦକ୍ଷ, ଉତ୍ପାଦନକ୍ଷମ, ଅନ୍ତର୍ମୁଖୀ ଏବଂ ଭରସାଯୋଗ୍ୟ ବ୍ୟାଙ୍କ ବ୍ୟବସ୍ଥାରେ ପରିଣତ କରିବା ହିଁ କେନ୍ଦ୍ର ସରକାରଙ୍କ ପକ୍ଷରେ ଶ୍ରେୟସ୍କର ହେବ । ଏହାକୁ ଏଭଳି ଏକ ଧାରାରେ ରଖିବାକୁ ହେବ ଯେ, ଯେଉଁଥିରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ସହାବସ୍ଥାନ କରିବା ସହିତ ଏହା ଉଭୟଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେଉଥିବ ।

ଏହା ସହିତ, ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ବ୍ୟାଙ୍କଗୁଡ଼ିକ ମୂଳତଃ ସାମାଜିକ ବ୍ୟାଙ୍କ କାରବାର ଉପରେ ଧ୍ୟାନ ଦେବା କଥାକୁ ମଧ୍ୟ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ । କର୍ପୋରେଟ୍‌ ଶାସନ ପରିଚାଳନା ପ୍ରସଙ୍ଗରେ, ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କକୁ ସମାନ ସୁଯୋଗ ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ଏକ ନିରପେକ୍ଷ ବିଚାରକ ଭୂମିକାରେ ରହିବା ସହିତ କାର୍ଯ୍ୟକ୍ଷେତ୍ରରେ ଏହାର ସ୍ବୟଂଶାସନ କ୍ଷମତାର ପ୍ରୟୋଗ ନିମନ୍ତେ କେନ୍ଦ୍ର ସରକାର ବାଟ ଖୋଲିଦେବା ଉଚିତ ।

ଡକ୍ଟଟ ଏନ୍‌ଭିଆର ଜ୍ୟୋତି କୁମାର

(ବାଣିଜ୍ୟ ବିଭାଗ ମୁଖ୍ୟ, ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.