ETV Bharat / bharat

CBI ଯୁଗ୍ମ ନିର୍ଦ୍ଦେଶକ ହେବେ ଓଡିଆ IPS ଘନଶ୍ୟାମ ଉପାଧ୍ୟାୟ - CBI

ଓଡିଶା କ୍ୟାଡର IPS ଘନଶ୍ୟାମ ଉପାଧ୍ୟାୟ ହେବେ CBIର ଯୁଗ୍ମ ନିର୍ଦ୍ଦେଶକ । ଯୁଗ୍ମ ନିର୍ଦ୍ଦେଶକ ଭାବେ ୩ ଅଧିକାରୀ ହେଲେ ନିଯୁକ୍ତ ।1999 ବ୍ୟାଚ୍ IPS ଅଧିକାରୀ ହେଉଛନ୍ତି ଘନଶ୍ୟାମ । ଅଧିକ ପଢନ୍ତୁ

CBI ଯୁଗ୍ମ ନିର୍ଦ୍ଦେଶକ ହେଲେ ଓଡିଆ IPS ଘନଶ୍ୟାମ ଉପାଧ୍ୟାୟ

author img

By

Published : Nov 18, 2021, 10:40 PM IST

ଭୁବନେଶ୍ବର: ବରିଷ୍ଠ ଓଡିଆ IPS ଘନଶ୍ୟାମ ଉପାଧ୍ୟାୟ ହେଲେ CBIର ଯୁଗ୍ମ ନିର୍ଦ୍ଦେଶକ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା CBIର 3 ନୂତନ ଯୁଗ୍ମ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଘନଶ୍ୟାମ । 1999 ବ୍ୟାଚ୍ IPS ଘନଶ୍ୟାମ ଓଡିଶା କ୍ୟାଡରର ଅଧିକାରୀ ।

CBI ଯୁଗ୍ମ ନିର୍ଦ୍ଦେଶକ ହେଲେ ଓଡିଆ IPS ଘନଶ୍ୟାମ ଉପାଧ୍ୟାୟ
CBI ଯୁଗ୍ମ ନିର୍ଦ୍ଦେଶକ ହେଲେ ଓଡିଆ IPS ଘନଶ୍ୟାମ ଉପାଧ୍ୟାୟ

ଘନଶ୍ୟାମ ପୂର୍ବରୁ ରାଜ୍ୟରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ହୋଇଛନ୍ତି । କେନ୍ଦ୍ରୀୟ ଡେପୁଟେସନ ପୂର୍ବରୁ ଘନଶ୍ୟାମ IG Vigilance ଓ ପୂର୍ବାଞ୍ଚଳ IG ଭାବେ ସଫଳତାର ଦାୟିତ୍ୱ ତୁଲାଇଛନ୍ତି । ଚଳିତବର୍ଷ ପ୍ରାରମ୍ଭରେ ସେ ଡେପୁଟେସନ ଲାଗି ଆବେଦନ କରିଥିଲେ । ଘନଶ୍ୟାମଙ୍କ ସହ ଅନ୍ୟ ୨ ଜଣ CBI ର ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଅଧିକାରୀ ହେଉଛନ୍ତି 1995 ବ୍ୟାଚ୍ IPS ନୱାଲ ବଜାଜ ଓ 1998 ବ୍ୟାଚ୍ IPS ବିଦ୍ୟା ଜୟନ୍ତ କୁଲକର୍ଣ୍ଣି ।

IPS ବଜାଜ ମହାରାଷ୍ଟ୍ର କ୍ୟାଡରର ହୋଇଥିବାବେଳେ କୁଲକର୍ଣ୍ଣି ତାମିଲନାଡୁ କ୍ୟାଡରର ଅଧିକାରୀ । କ୍ୟାବିନେଟର ନିଯୁକ୍ତି କମିଟି (ACC) ସେଣ୍ଟ୍ରାଲ୍ CBI ର ଯୁଗ୍ମ ନିର୍ଦ୍ଦେଶକ ଭାବେ ଏହି 3 ଜଣ IPS ଅଧିକାରୀଙ୍କ ଆବେଦନକୁ ଅନୁମୋଦନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.