ETV Bharat / bharat

ଆତ୍ମଘାତୀ ମିଶନରେ ଆସିଥିଲା ଅନୁପ୍ରବେଶକାରୀ, ସେନା ଗୁଳିରେ ହୋଇଥିଲା ଆହତ

author img

By

Published : Aug 21, 2022, 9:26 PM IST

ଆତ୍ମଘାତୀ ଆକ୍ରମଣରେ ମିଶନରେ ଆସିଥିଲା ପାକିସ୍ତାନୀ ଅନୁପ୍ରବେଶକାରୀ (suicide mission by Pakistan) । ଆଜି ପୂର୍ବାହ୍ନରେ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷାବଳର ଗୁଳିରେ ହୋଇଥିଲା ଆହତ । ଅଧିକ ପଢନ୍ତୁ

ଆତ୍ମଘାତୀ ମିଶନରେ ଆସିଥିଲା ଅନୁପ୍ରବେଶକାରୀ, ସେନା ଗୁଳିରେ ହୋଇଥିଲା ଆହତ
ଆତ୍ମଘାତୀ ମିଶନରେ ଆସିଥିଲା ଅନୁପ୍ରବେଶକାରୀ, ସେନା ଗୁଳିରେ ହୋଇଥିଲା ଆହତ

ଶ୍ରୀଗନର: ପୂର୍ବାହ୍ନରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (LOC) ନିକଟରେ ସେନା ଗୁଳିରେ ଆହତ ହୋଇଥିବା ପାକିସ୍ତାନ ଅନୁପ୍ରବେଶକାରୀକୁ(intruder identified in jk) ଚିହ୍ନଟ କରାଯାଇଛି । ପ୍ରାଥମିକ ତଦନ୍ତ ପରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି ଭାରତୀୟ ସେନା । ଏହି ଅନୁପ୍ରବଶକାରୀର ନାମ ତବାରାକ ହୁସେନ ଓ ସେ ଆତ୍ମଘାତୀ ଆକ୍ରମଣ ମିଶନରେ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରିଥିବା ସେନା କହିଛି ।

  • #UPDATE | Jammu and Kashmir | The intruder has been identified as Tabarak Husain. He was probably on a suicide mission and this is the second time he has been apprehended crossing the LoC: Army Officials https://t.co/bJDd1n3QtA

    — ANI (@ANI) August 21, 2022 " class="align-text-top noRightClick twitterSection" data=" ">

ତେବେ ଅନ୍ୟ ଏକ ସୂଚନା ଅନୁସାରେ, ଏହି ଆତଙ୍କବାଦୀର ଏହା ପ୍ରଥମ ଅନୁପ୍ରବେଶ ନୁହେଁ ବରଂ ସେ ପୂର୍ବରୁ ମଧ୍ୟ ଏପରି ପ୍ରୟାସ କରିସାରିଥିଲା । ଆଜି ଦ୍ବିତୀୟ ଥର ପାଇଁ ଏହି ସେ ଏହି ମିଶନରେ LOC ଅତିକ୍ରମ କରିବା ପାଇଁ ଚେଷ୍ଟା କରିବା ବେଳେ ସୁରକ୍ଷାବଳର ଗୁଳିରେ ଆହତ ହୋଇଥିଲା ।

ତେବେ ଆଜି ପୂର୍ବାହ୍ନରେ ଏହି ପାକିସ୍ତାନୀ ଅନୁପ୍ରବେଶକାରୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଅଞ୍ଚଳ ଆଡକୁ ବଢୁଥିବା ବେଳେ ଗୁଳି ଚଳାଇଥିଲା ଭାରତୀୟ ସୀମା ସୁରକ୍ଷା ବଳର ଯବାନ । ଏଥିରେ ସେ ଆହତ ମଧ୍ୟ ହୋଇଥିଲା । ଘଟଣାର ତଦନ୍ତ ଆରମ୍ଭ କରାଯିବା ପରେ ଉକ୍ତ ଆତଙ୍କୀ ଆତ୍ମଘାତୀ ଆକ୍ରମଣକାରୀ ବୋଲି ଜଣାପଡିଛି । ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂକୁ ମଧ୍ୟ କଡାକଡି କାରଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.