ETV Bharat / bharat

Patiala Clash Update: ପଟିଆଲାରେ ଇଣ୍ଟରନେଟ ସେବା ବନ୍ଦ - ପଟିଆଲାରେ ଇଣ୍ଟରନେଟ ସେବା ବନ୍ଦ

ପଞ୍ଜାବର ପଟିଆଲାରେ ଶିଖ ସଂଗଠନ ଏବଂ ଶିବସେନା ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ଆଜି ସକାଳ ୯ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଅଧିକ ପଢନ୍ତୁ

Patiala clash update: ପଟିଆଲାରେ ଇଣ୍ଟରନେଟ ସେବା ବନ୍ଦ

author img

By

Published : Apr 30, 2022, 12:30 PM IST

ଚଣ୍ଡିଗଡ: ପଞ୍ଜାବର ପଟିଆଲାରେ ଶିଖ ସଂଗଠନ ଏବଂ ଶିବସେନା ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସକାଳ ୯ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । କେବଳ ମୋବାଇଲରେ କଥା ହେବା ବ୍ୟତିତ ଇଣ୍ଟରନେଟ୍ ସେବା 2G 3G 4G CDMA, ସମସ୍ତ SMS ସେବା ବନ୍ଦ କରାଯାଇଛି । ହିଂସାକୁ ନେଇ ଗୁଜବ ବ୍ୟାପିବା ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ଏହି ପଦକ୍ଷପ ଗ୍ରହଣ କରାଯାଇଛି ।

ଅନ୍ୟପଟେ ହିଂସା ରୋକିବାରେ ବିଫଳ ହେବାରୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି । ପଟିଆଲାର ପୋଲିସ ଇନ୍ସପେକ୍ଟର ଜେନେରାଲ, ବରିଷ୍ଠ ପୋଲିସ ସୁପରିଟେଣ୍ଡେଣ୍ଟ ଏବଂ ପଟିଆଲା ଏସିପଙ୍କୁ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌।

ଏହା ମଧ୍ୟ ପଢନ୍ତୁ:-Patiala Violence: ଖାଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ମୁଖ୍ୟମନ୍ତ୍ରୀ ମାନ

ସୂଚନାଅନୁଯାୟୀ ଗତକାଲି ପଞ୍ଜାବରେ ଶିବସେନାର ମୁଖ୍ୟ କାର୍ଯ୍ୟକର୍ତ୍ତା ହରିଶ ସିଙ୍ଗଲାଙ୍କ ନେତୃତ୍ବରେ ଖାଲିସ୍ତାନ ବିରୋଧୀ ଶୋଭଯାତ୍ରା ଆର୍ଯ୍ୟ ସମାଜ ଛକ ନିକଟରୁ ପଟିଆଲାକୁ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ଶିଖ୍‌ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଥିଲା । ଶିଖ୍‌ ସମ୍ପ୍ରଦାୟର ଲୋକଙ୍କୁ ରୋକିବାକୁ ଚେଷ୍ଟା କରିବାକୁ ଯାଇ ଏସଏଚଓ କରନବୀର ମଧ୍ୟ ଆହତ ହୋଇଛନ୍ତି । ଏହାପରେ ଏସଏସପି ନାନକ ସିଂ ଘଟଣାସ୍ଥଳରେ ପହଞ୍ଚି ଆକାଶକୁ ଫାଙ୍କା ଗୁଳି ଚଳାଇବବା ପରେ ପରିସ୍ଥିତ ଶାନ୍ତ ହୋଇଥିଲା ।

ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ପଞ୍ଜାବ ପୋଲିସ ଶିବାସେନା ମୁଖ୍ୟ ହରିଶ ସିଙ୍ଗଲାଙ୍କୁ ଗିରଫ କରିଥିଲେ । ଏଥିସହ ଏଭଳି କାଣ୍ଡ ଭିଆଇଥିବା ଅପରାଧିକଙ୍କୁ କ୍ଷମା କରାଯିବ ନାହିଁ ବୋଲି ମାନ କହିଥିଲେ । ଏହି ଘଟଣା ପରେ ଗତକାଲି ପଞ୍ଜାବରେ କର୍ଫ୍ୟୁ ଜାରି କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.