ETV Bharat / bharat

ଆଜି ଅନ୍ତର୍ଜାତୀୟ ପର୍ବତ ଦିବସ, ଜାଣନ୍ତୁ କାହିଁକି ହୁଏ ପାଳନ ?

ପ୍ରଦୂଷଣ ଯୋଗୁଁ ସାରା ବିଶ୍ବରେ ପର୍ବତ ବି କିଛି କମ ପ୍ରଭାବିତ ହେଉନାହିଁ । କେତେକ ପ୍ରାଚୀନ ପର୍ବତ ଏବେ ଧ୍ବଂସାଭୀମୁଖୀ । ପର୍ବତର ସୁରକ୍ଷା ପାଇଁ 2003ରୁ ପ୍ରତିବର୍ଷ 11ତାରିଖକୁ ବିଶ୍ବ ପର୍ବତ ଦିବସ ଭାବରେ ପାଳନ ହେଉଛି । ଅଧିକ ପଢନ୍ତୁ...

author img

By

Published : Dec 11, 2020, 8:06 AM IST

Updated : Dec 11, 2020, 8:42 AM IST

ଆଜି ଅନ୍ତର୍ଜାତୀୟ ପର୍ବତ ଦିବସ
ଆଜି ଅନ୍ତର୍ଜାତୀୟ ପର୍ବତ ଦିବସ

ହାଇଦ୍ରାବାଦ: ଜାତିସଂଘର ସାଧାରଣ ପରିଷଦର ଅନୁମୋଦନ କ୍ରମେ 2003ରୁ ପ୍ରତିବର୍ଷ ଡିସେମ୍ବର 11ତାରିଖକୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବରେ ପାଳନ କରାଯାଉଛି । ପ୍ରଦୂଷଣ ଯୋଗୁଁ ସାରା ବିଶ୍ବରେ ପର୍ବତ ବି କିଛି କମ ପ୍ରଭାବିତ ହେଉନାହିଁ । କେତେକ ପ୍ରାଚୀନ ପର୍ବତ ଏବେ ଧ୍ବଂସାଭୀମୁଖୀ । ପର୍ବତର ସୁରକ୍ଷା ପାଇଁ ପ୍ରତିବର୍ଷ 11ତାରିଖକୁ ବିଶ୍ବ ପର୍ବତ ଦିବସ ଭାବରେ ପାଳନ ହେଉଛି ।

ବିଶ୍ବ ଜନସଂଖ୍ୟାର 15ପ୍ରତିଶତ ଲୋକ ପାହାଡିଆ ଅଞ୍ଚଳରେ ବସବାସ କରନ୍ତି । ବିଶ୍ବ ଜୈବବିବିଧତାର ମୁଖ୍ୟସ୍ଥଳ ହେଉଛି ପର୍ବତ । ତେଣୁ ପର୍ବତର ସୁରକ୍ଷା ନିହାତି ଆବଶ୍ୟକ । ମାନବଜାତିକୁ ପର୍ବତର ଗୁରୁତ୍ବ ବିଷୟରେ ସଚେତନ କରିବା ଅନ୍ତର୍ଜାତୀୟ ପର୍ବତ ଦିବସର ମୁଖ୍ୟ ଲକ୍ଷ୍ୟ ।

ତେବେ ଚଳିତ ବର୍ଷ ଅନ୍ତର୍ଜାତୀୟ ପର୍ବତ ଦିବସର ଥିମ୍‌ ରହିଛି ପର୍ବତ ଜୈବବିବିଧତା । ବିଶ୍ବରେ ଅନେକ ଚମତ୍କାର ଦୃଶ୍ୟର ପର୍ବତମାନ ରହିଛି ଯାହାର ପରିବେଶ ଅନେକ ମନୋଲୋଭା । ସେଗୁଡିକର ଅନନ୍ୟ ଟପୋଗ୍ରାଫି,ସଙ୍କୋଚିତ ଜଳବାୟୁ ଜୋନ ଏବଂ ବିଚ୍ଛିନ୍ନତା ମାନବ ଜୀବନରେ ଏକ ବ୍ୟାପକ ବିସ୍ତାର ସୃଷ୍ଟି କରିଛି ।

ଜୈବବିବିଧତା ବିଭିନ୍ନ ଇକୋସିଷ୍ଟମ, ପ୍ରଜାତି ଏବଂ ଜେନେଟିକ ସମ୍ବଳକୁ ଅନ୍ତର୍ଭୁକ୍ତ କରେ । ପର୍ବତଗୁଡିକରେ ଅନେକ ଏଣ୍ଡେମିକ କିସମ କରିଛି । ପାର୍ବତ୍ୟର ଏକ୍ସପୋଜର ଦୃଷ୍ଟିରୁ ଭିନ୍ନ ଭିନ୍ନ ଟପୋଗ୍ରାଫି ବିଭିନ୍ନ ମୂଲ୍ୟବାନ ଫସଲ, ଉଦ୍ୟାନ କୃଷି, ପଶୁପାଳନ ଏବଂ ଜଙ୍ଗଲ ଜାତୀୟ ଦ୍ରବ୍ୟ ବୃଦ୍ଧି ପାଇଁ ସୁଯୋଗ ପ୍ରଦାନ କରେ | ପାର୍ବତ୍ୟ ଜମିଗୁଡିକରେ କେତେକ ବିଶେଷ ଗୁଣ ଯେପରିକି ରୋଗ ପ୍ରତିରୋଧକତା ଯାହା ଜଳବାୟୁ ପରିବର୍ତ୍ତନ ସହିତ ଖାପ ଖାଇବାରେ ସାହାଯ୍ୟ କରିଥାଏ ।

ପାଖାପାଖି 70 ପ୍ରତିଶତ ପାର୍ବତ୍ୟ ଜମି ଚରିବା ପାଇଁ ବ୍ୟବହୃତ ହେବା ସହିତ ମୃତ୍ତିକାର ଉର୍ବରତା ବଢାଇବା ପାଇଁ ଖତ ଯୋଗାଇଥାଏ । ପଶୁପାଳନ କେବଳ ଖାଦ୍ୟ ପଦାର୍ଥ ଯେପରିକି ଦୁଗ୍ଧ, ମାଂସ ଉତ୍ପାଦନ କରେ ନାହିଁ, ବରଂ ମୂଲ୍ୟବାନ ଉପ-ଦ୍ରବ୍ୟ ମଧ୍ୟ ଉତ୍ପାଦନ କରେ, ଯେପରିକି କେତେକ ମୂଲ୍ୟବାନ ସୂତା, ମୂଲ୍ୟବାନ କାଶ୍ମୀର ଶାଲ ଯୋଗାଇ ଥାଏ ।

ତେବେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ, ଅସ୍ଥାୟୀ ଚାଷ ପ୍ରଣାଳୀ, ବାଣିଜ୍ୟିକ ଖଣି ପର୍ବତ ଜୈବବିବିଧତା ଉପରେ ଏକ ବଡ଼ ଧରଣର ପ୍ରଭାବ ପକାଇଛି । ଏଥିସହ, ଜମି ବ୍ୟବହାର ଏବଂ ଜମି ଆବୃତ୍ତି ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜୈବବିବିଧତା କ୍ଷୟକୁ ତ୍ବରାନ୍ବିତ କରିବା ସବ ପାର୍ବତ୍ୟ ସମ୍ପ୍ରଦାୟ ପାଇଁ ଏକ ଦୁର୍ବଳ ପରିବେଶ ସୃଷ୍ଟି କରିଥାଏ । ଇକୋସିଷ୍ଟମର ଅବକ୍ଷୟ, ଜୀବିକା ହରାଇବା ପାର୍ବତ୍ୟରେ ସ୍ଥାନାନ୍ତରଣ ସାଂସ୍କୃତିକ ଅଭ୍ୟାସ ଏବଂ ପ୍ରାଚୀନ ପରମ୍ପରାଗୁଡ଼ିକୁ ଜୈବିବିଧତା ବଞ୍ଚାଇ ରଖିଛି । ତେଣୁ ପର୍ବତର ସଂରକ୍ଷଣ ନିହାତି ଆବଶ୍ୟକ ରହିଛି ।

ମାନବଜାତିକୁ ଏହାର ଗୁରୁତ୍ବ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ତେଣୁ 2002ରୁ ଆଜିର ଦିନକୁ ପର୍ବତ ଦିବସ ଭାବରେ ପାଳନ କରିବାକୁ ଘୋଷଣା ହୋଇଥିବା ବେଳେ 2003ରୁ ଏହା ପାଳିତ ହେଉଛି । ଉଲ୍ଲେଖ୍ୟଯୋଗ୍ୟ ଜାତିସଂଘର ଅନୁମୋଦନ ପୂର୍ବରୁ ମଧ୍ୟ କେତେକ ଅଞ୍ଚଳରେ ପର୍ବତ ଦିବସ ପାଳନ କରିଆସୁଥିଲେ ।

1838ରେ ଆମେରିକାର ମାଉଣ୍ଟ ହୋଲିଓକର ଛାତ୍ରଛାତ୍ରୀ ଏହି ଦିବସ ପାଳନ କରିବା ଉଲ୍ଲେଖ୍ୟ ରହିଛି । ଜାପାନରେ ଅଗଷ୍ଟ 11ରେ ପର୍ବତ ଦିବସ ପାଳନ କରାଯାଏ । ଏବଂ ସେଠାରେ ଏହିଦିନକୁ ରାଷ୍ଟ୍ରୀୟ ଛୁଟି ଦିନ ଭାବେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 11, 2020, 8:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.