ETV Bharat / bharat

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ଜାମନଗରରେ ଜରୁରୀ ଅବତରଣ

author img

By

Published : Jan 10, 2023, 9:31 AM IST

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ (bomb suspect in International Flight)। ଗୁଜୁରାଟ ଜାମନଗରରେ ଜରୁରୀ ଅବତରଣ । ଏୟାରପୋର୍ଟରେ ହାଇଆଲର୍ଟ । ବୋମା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

ମେକ୍ସିକୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ
bomb suspect in Maxico to goa flight

ହାଇଦ୍ରାବାଦ: ମସ୍କୋରୁ ଗୋଆ ଆସଥୁବା ଏକ ଅନ୍ତର୍ଜାତୀୟ ବିମାନରେ ବୋମା ଆତଙ୍କ । ବୋମା ସୂଚନା ମିଳିବା ପରେ ବିମାନଟି ଗୁଜୁରାଟର ଜାମନଗର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି (bomb suspect in International Flight) । ବିମାନଟି ଅବତରଣ କରିବା ପରେ ପୂର୍ବ ପ୍ରସ୍ତୁତି ଅନୁସାରେ ସ୍ଥାନୀୟ ପୋଲିସ ପ୍ରଶାସନ ବମ ସ୍କ୍ବାଡ ସହ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ହାଇଆଲର୍ଟ ଜାରି କରାଯିବା ସହ ବିମାନ ବନ୍ଦରର ସମସ୍ତ ଅପରେସନ ବନ୍ଦ କରାଯାଇଛି । ବୋମା ନିଷ୍କ୍ରିୟକାରୀ ଟିମ ବିମାନର ତନଖି ଜାରି ରଖିଥିବା ବେଳେ ବୋମା ଥିବା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ଏହା ବି ପଢନ୍ତୁ...ଶୁଖିଲା ଘାସ ଉପରେ ସବୁଜ ରଙ୍ଗ ସ୍ପ୍ରେ, ଶିବରାଜଙ୍କୁ ବିରୋଧୀଙ୍କ ସମାଲୋଚନା

ବିମାନଟି ମସ୍କୋରୁ ଗୋଆ ଆସୁଥିଲା । ବିମାନରେ ବୋମା ଥିବା ନେଇ କ୍ର୍ୟୁ ସଦସ୍ୟଙ୍କୁ ସୂଚନା ମଳିବା ପରେ ବିମାନର ପାଇଲଟ ନିକଟସ୍ଥ ଜାମନଗର ବିମାନ ବନ୍ଦର ଏୟାର ଚ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରି ଜରୁରୀ ଅବତରଣ ଅନୁମତି ମାଗିଥିଲେ (bomb suspect in International Flight)। ଏଟିସି ଅନୁମତି ପାଇବା ପରେ ବିମାନଟି ଜରୁରୀ ଅବତରଣ କରିଛି । ପୋଲିସ ଫୋର୍ସ ସହ ଅନ୍ୟ ସମସ୍ତ ଜରୁରୀ ବ୍ୟବସ୍ଥାକୁ ସକ୍ରିୟ କରାଯାଇ ବମ୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ବିମାନରେ ମୋଟ କେତେ ଯାତ୍ରୀ ଥିଲେ ସେନେଇ କୌଣସି ସ୍ପଷ୍ଟତା ମଧ୍ୟ ମିଳିନି । ତେବେ ବିମାନଟି ଗୋଆରେ ଅବତରଣ କରିବାକୁ ଥିବା ବେଳେ ଗୋଆ ATCକୁ ବୋମା ଧମକ ନେଇ ଏକ ମେଲ ମିଳିଥିବା କୁହାଯାଉଛି । ଦୀର୍ଘ ସମୟ ଧରି ବୋମା ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା । ଆଜି(ମଙ୍ଗଳବାର) ବିମାନରେ କିଛି ମଳି ନଥିବା ଜାମନଗର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆଜି ପୂର୍ବହ୍ନ 11ଟା ସୁଦ୍ଧା ଜାମନଗରରୁ ଗୋଆ ଅଭିମୁଖେ ଉଡାଣ ଭରିବ ବିମାନ । ବିମାନରେ ବୋମା ଥିବା ନେଇ କିଏ ଏପରି ମେଲ୍‌ ପଠାଇଥିବା ତାର ତଦନ୍ତ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.