ହାଇଦ୍ରାବାଦ: ବିଶ୍ବରେ ପ୍ରାୟ 100 କୋଟିରୁ ଅଧିକ ଦିବ୍ୟାଙ୍ଗଙ୍କ ମଧ୍ୟରୁ 80 ପ୍ରତିଶତ ବିକଶିତ ଦେଶରେ ରହୁଛନ୍ତି । ଏକ ଆକଳନ ଅନୁଯାୟୀ, 60 ବର୍ଷ ଓ ଅଧିକ ବର୍ଷର ପ୍ରାୟ 46 ପ୍ରତିଶତ ଲୋକ ବିକଳାଙ୍ଗ ରହିଛନ୍ତି । ଜୀବନକାଳ ମଧ୍ୟରେ ପ୍ରତି 5ଜଣ ମହିଳାଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ ଓ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶିଶୁ ବିକଳାଙ୍ଗ ଜଣାପଡିଛି । ତେବେ ମହାମାରୀ କୋରୋନା ଭାଇରସ ଦ୍ବାରା ବିଶ୍ବରେ ଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ।
ପ୍ରତ୍ୟେକ ବର୍ଷ ଡିସେମ୍ବର 3ରେ ପାଳନ କରାଯାଏ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ବର୍ଷ 1992ରେ ମିଳିତ ଜାତିସଂଘ ବିଧାନସଭାର ପ୍ରସ୍ତାବ 47/3 ଦ୍ବାରା ଏହି ଦିବସ ପାଳନ ନେଇ ସ୍ଥିର ହୋଇଥିଲା । ବର୍ଷ 2007 ପର୍ଯ୍ୟନ୍ତ 'ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ' ଭାବେ ପାଳନ ହୋଇଆସୁଥିଲା । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଥିଲା ସାଧାରଣରେ ସଚେତନତା ଓ ସମାଜରେ ଭିନ୍ନକ୍ଷମ ଲୋକଙ୍କୁ ଗ୍ରହଣ କରିବା ନେଇ ସକରାତ୍ମକ ମନୋଭାବ ସୃଷ୍ଟି କରିବା । କେବଳ ଏତିକି ନୁହେଁ ସେମାନଙ୍କର ସମାଜ କଲ୍ୟାଣରେ ଉପଯୋଗୀ ଯୋଗଦାନ ଓ ସଫଳତାକୁ ମନେପକାଇବା ସହ ଉତ୍ସବ ମନାଇବା । ଏହି ଦିବସ ପାଳନ କରିବାର ଲକ୍ଷ୍ୟ ମଧ୍ୟ ସମାଜରେ ଦିବ୍ୟାଙ୍ଗଙ୍କୁ ଅଧିକାର, ସମ୍ମାନ ପ୍ରଦାନ କରିବାକୁ ସହଯୋଗ କରିବା ।
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2020: ଚଳିତ ବର୍ଷର ଥିମ
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2020ର ଥିମ ରହିଛି 'ବିଲ୍ଡିଂ ବ୍ୟାକ ବେଟର' ଅର୍ଥାତ ପଛୁଆ ମୂଳଦୂଆକୁ ମଜବୁତ କରିବ । କୋରୋନା ମହାମାରୀରେ ପ୍ରଭାବିତ ବିଶ୍ବରେ ଭିନ୍ନକ୍ଷମ ଲୋକ ସମ୍ମୁଖୀନ ହେଉଥିବା ଆହ୍ବାନ ନେଇ ସକରାତ୍ମକ ବିଚାର ରଖିବା ମୂଳ୍ୟ ଲକ୍ଷ୍ୟ ।
ବିଶ୍ବ ଭିନ୍ନକ୍ଷମ ଦିବସର ଇତିହାସ:
ମିଳିତ ଜାତିସଂଘର ସାଧାରଣ ବିଧାନସଭା ବର୍ଷ 1981ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବର୍ଷ ଘୋଷଣା କରିଥିଲା । ଏହା ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲା ।
1981ରେ 'ପୂର୍ଣ୍ଣ ଅଂଶଗ୍ରହଣ ଓ ସମାନତା' ରହିଥିଲା । ପରେ 1983ରୁ 1992 ପର୍ଯ୍ୟନ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଅନ୍ତର୍ଜାତୀୟ ଦଶନ୍ଧି ଘୋଷଣା ହୋଇଥିଲା । ଏଥିରେ ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା । ପରେ ବର୍ଷ 1998ରେ ପ୍ରଥମ ଥର ପାଇଁ ସାରା ବିଶ୍ବ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରିବା ଆରମ୍ଭ କରିଥିଲା ।
ବିକଳାଙ୍ଗର ସଜ୍ଞା କଣ ?
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ବିକଳାଙ୍ଗକୁ ଗ୍ଳୋବାଲ ପବ୍ଲିକ ହେଲଥ ଘଟଣା, ମାନବିକ ଅଧିକାର ଓ ଉନ୍ନତିର ଗୁରୁତ୍ବ ଘଟଣା ଭାବେ ଗ୍ରହଣ କରିଛି ।
ପ୍ରକାର: ଦୃଷ୍ଟିହୀନ
2. କମ ଦୃଷ୍ଟି
3. କୁଷ୍ଠ ରୋଗରେ ପୀଡିତ ବ୍ୟକ୍ତି
4. ବଧିର
5. ବିକଳାଙ୍ଗତା
6.ବୌନାପଣ
7.ମାନସିକ ବିମାରୀ
8.ମାନସିକ ବିକାରଗସ୍ତ
9. ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି
10. ମସ୍ତିଷ୍କ ପାଲସି |
11. ମାଂସପେଶୀ ଡିଷ୍ଟ୍ରୋଫି
12. କ୍ରନିକ୍ ସ୍ନାୟୁଗତ ଅବସ୍ଥା
13. ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା
14. ଏକାଧିକ ସ୍କ୍ଲେରୋସିସ୍
15. ବାଣୀ ଏବଂ ଭାଷା ଅକ୍ଷମତା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ