ETV Bharat / bharat

International Forest Day 2022: ଅମୂଲ୍ୟ ସମ୍ପଦ ଜଙ୍ଗଲ, ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ - ଆନ୍ତର୍ଜାତୀୟ ଜଙ୍ଗଲ ଦିବସ

ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ । ଦିନକୁ ଦିନ ଜଙ୍ଗଲ କ୍ଷୟ ବୃଦ୍ଧି ହେଉଥିବାରୁ ଜଙ୍ଗଲ ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ଅନ୍ତର୍ଜାତୀୟ ଜଙ୍ଗଲ ଦିବସ ପାଳନ କରାଯାଉଛି ।

International Forest Day 2022: ଅମୂଲ୍ୟ ସମ୍ପଦ ଜଙ୍ଗଲ, ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

author img

By

Published : Mar 21, 2022, 9:56 AM IST

ହାଇଦ୍ରାବାଦ: ଅମୂଲ୍ୟ ସମ୍ପଦ ଜଙ୍ଗଲ । ବନ ବଞ୍ଚିଲେ ଆମେ ବଞ୍ଚିବା । ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ । ଖାଲି ପରିବେଶ କାହିଁକି ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜଙ୍ଗଲ । କିନ୍ତୁ ଆଜିର ଦିନରେ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ । କେଉଁଠି ଜଙ୍ଗରେ ନିଆଁ ଲାଗି ହଜାର ହଜାର ଗଛ ଜଳି ଗଲାଣି ତ ଆଉ କେଉଁଠି ଜଙ୍ଗଲରୁ ମନୁଷ୍ୟ ସମାଜ ଗଛ କାଟି କ୍ଷୟ କରିବାକୁ ବସିଲାଣି ।

ଜଙ୍ଗଲ ସୁରକ୍ଷା ପାଇଁ ୨୦୧୨ ନଭେମ୍ବର ୨୮ରେ ଜାତିସଂଘ ମାର୍ଚ୍ଚ ୨୧କୁ ବିଶ୍ବ ଜଙ୍ଗଲ ଦିବସ ରୂପେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ଏହା ପରଠାରୁ ପ୍ରତିବର୍ଷ ଆଜିର ଦିନରେ ବିଶ୍ବବ୍ୟାପୀ ଜଙ୍ଗଲ ଦିବସ ପାଳନ କରାଯାଉଛି ।

ଜଙ୍ଗଲ କ୍ଷୟ ଯୋଗୁଁ ଜଳବାୟୁ ପରିବର୍ତ୍ତନ , ମୃତ୍ତିକା କ୍ଷୟ, ବନ୍ୟା, ମରୁଡି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ, ଜଙ୍ଗଲ ଗୁଡିକର ସ୍ଥାୟୀ ପରିଚାଳନା କରିବା ଆବଶ୍ୟକ ରହିଛି । ଯାହା ଭବିଷ୍ୟରେ ଆଗାମୀ ପିଢି ପାଇଁ ସମୃଦ୍ଧତା ଓ କଲ୍ୟାଣରେ ସାହାଯ୍ୟ କରିବ । ତେଣୁ ଜଙ୍ଗଲ ସୁରକ୍ଷା ପାଇଁ ସାରା ବିଶ୍ବରେ ବୃକ୍ଷରୋପଣ ଅଭିଯାନ ଏବଂ ବୃକ୍ଷ ସହିତ ଜଡିତ କାର୍ଯ୍ୟକଳାପ ଆୟୋଜନ କରାଯାଉଛି ।

ଆନ୍ତର୍ଜାତୀୟ ଜଙ୍ଗଲ ଦିବସର ଥିମ

ବିଶ୍ବ ଜଙ୍ଗଲ ଦିବସ ଅବସରରେ ଆଜିର ଥିମ ହେଉଛି 'ଜଙ୍ଗଲ ଏବଂ ସେଥିରୁ ମିଳୁଥିବା ଉତ୍ପାଦନ ଏବଂ ବ୍ୟବହାର' (Forests and sustainable production and consumption) ।

ଆନ୍ତର୍ଜାତୀୟ ଜଙ୍ଗଲ ଦିବସର ଲକ୍ଷ୍ୟ

ଜଙ୍ଗଲ ସମ୍ପଦର ସୁରକ୍ଷା , ସଂରକ୍ଷଣ ଓ ପୁନଃରୁଦ୍ଧାର ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଏହି ଅବସରରେ ପ୍ରତ୍ୟେକ ବର୍ଷ ଆଜିର ଦିନରେ ଜଙ୍ଗଲ ସହ ଜଡିତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଗଛ ଲଗାଇବାକୁ ଲୋକଙ୍କୁ ଉତ୍ସାହିତ ମଧ୍ୟ କରାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.