ETV Bharat / bharat

ଅଶ୍ଳୀଳ ବିଜ୍ଞାପନ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ନିଷେଧାଦେଶ ଜାରି କଲେ ମାଡ୍ରାସ୍ ହାଇକୋର୍ଟ

author img

By

Published : Nov 12, 2020, 6:30 PM IST

ଅଶ୍ଳୀଳ ବିଜ୍ଞାପନ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ନିଷେଧାଦେଶ ଦେବାକୁ ମାଡ୍ରାସ୍ ହାଇକୋର୍ଟର ମଦୁରାଇ ଶାଖା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଅଶ୍ଳୀଳ ବିଜ୍ଞାପନ
ଅଶ୍ଳୀଳ ବିଜ୍ଞାପନ

ନୂଆଦିଲ୍ଲୀ: ଅଶ୍ଳୀଳ ବିଜ୍ଞାପନ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ନିଷେଧାଦେଶ ଦେବାକୁ ମାଡ୍ରାସ୍ ହାଇକୋର୍ଟର ମଦୁରାଇ ଶାଖା ନିର୍ଦ୍ଦେଶ ଦେଇଛନ୍ତି । ଭିରୁଧୁନଗର ଜିଲ୍ଲାର ରାଜପାଲାୟମରୁ ସାକ୍କା ଦେବରାଜ ମଦୁରାଇ ଶାଖାରେ ଏକ ଜନସ୍ବାର୍ଥ ଯାଚିକା ଦାଖଲ କରିଥିଲେ । ଗର୍ଭନିରୋଧକ ଔଷଧ, ଯୌନ ସମସ୍ୟା ସହ ଜଡିତ ଔଷଧ ଇତ୍ୟାଦି ପାଇଁ ବିଜ୍ଞାପନ ଅତ୍ୟନ୍ତ ଅଶ୍ଳୀଳ ଏବଂ କିଶୋରମାନଙ୍କୁ ଉତ୍ତେଜିତ କରିଥାଏ ବୋଲି ଯାଚିକାରେ ଦାବି କରାଯାଇଛି।

ଏଥିପାଇଁ ବିଜ୍ଞାପନ କିମ୍ବା ଟିଭି ଶୋରେ କୌଣସି ସେନ୍ସର ନାହିଁ । ଫଳସ୍ୱରୂପ, ମହିଳା ଏବଂ ଶିଶୁଙ୍କ ପ୍ରତି ହିଂସା ବଢିବାରେ ଲାଗିଛି ଏବଂ କିଶୋରମାନେ ଅପରାଧୀ ପାଲଟିଛନ୍ତି । ତେଣୁ ବିଜ୍ଞାପନଗୁଡିକୁ ସେନ୍ସର କରାଯିବା ଉଚିତ ଏବଂ ଉଲ୍ଲଂଘନକାରୀ ଗଣମାଧ୍ୟମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଆବେଦନକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.