ETV Bharat / bharat

Agni-V ICBM: ଅଗ୍ନି-୫ର ସଫଳ ପରୀକ୍ଷଣ, ବନ୍ଦ ହୋଇଥିଲା ଓଡିଶାରୁ ଶ୍ରୀଲଙ୍କା ଏୟାର ସ୍ପେସ୍

author img

By

Published : Dec 15, 2022, 6:37 PM IST

Updated : Dec 15, 2022, 9:42 PM IST

ଓଡ଼ିଶା ଉପକୂଳ ଏପିଜେ ଅବଦୁଲ୍‌ କାଲାମ ଦ୍ବୀପରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ମାରକ କ୍ଷମତା ରହିଛି 5500 କିମି । ଅଧିକ ପଢ଼ନ୍ତୁ

Inter Continental Ballistic Missile Agni V successfully test fired from APJ Abdul Kalam Island
ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି ୫ର ସଫଳ ପରୀକ୍ଷଣ

ବାଲେଶ୍ବର: ଓଡ଼ିଶା ଉପକୂଳ ଧାମରା ଏପିଜେ ଅବଦୁଲ କାଲାମ ଦ୍ବୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫(Agni V successfully test fired from APJ Abdul Kalam Island)ର ସଫଳ ପରୀକ୍ଷଣ ହୋଇଛି । ଅବଦୁଲ କାଲାମ ଦ୍ବୀପରୁ ପ୍ରଥମ ଥର ପାଇଁ ରାତ୍ରିକାଳୀନ ପରୀକ୍ଷା ହେଲା ଇଣ୍ଟର କଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ଅଗ୍ନୀ-5(Inter Continental Ballistic Missile Agni V) । ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି ଅଗ୍ନି-୫ ମିସାଇଲ । ଏହାର ଲକ୍ଷ୍ୟଭେଦ କ୍ଷମତା ୫୫୦୦ କିଲୋମିଟର ରହିଛି । ଅଗ୍ନୀ-୫(Agni-V ICBM) ପରୀକ୍ଷଣ ନିମନ୍ତେ ଓଡିଶାରୁ ଶ୍ରୀଲଙ୍କା ଏୟାର ସ୍ପେସ୍ ବନ୍ଦ ହୋଇଥିଲା ।

  • India today successfully carried out the night trials of the Agni-5 nuclear-capable ballistic missile which can hit targets beyond 5,000 kms: Defence sources pic.twitter.com/AniA4Xgzdy

    — ANI (@ANI) December 15, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବା ବେଳେ ଆଜି ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷଣ ହୋଇଛି । କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡଳ ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-5 କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟ କରି ଲକ୍ଷ୍ୟଭେଦ କରି ପାରିଥାଏ । ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର ହୋଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ମୋଟେଇ 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ ବୋଲି ଜଣାପଡିଛି ।

Inter Continental Ballistic Missile Agni V successfully test fired from APJ Abdul Kalam Island
Agni-V ICBM: ଅଗ୍ନି-୫ର ସଫଳ ପରୀକ୍ଷଣ, ବନ୍ଦ ହୋଇଥିଲା ଓଡିଶାରୁ ଶ୍ରୀଲଙ୍କା ଏୟାର ସ୍ପେସ୍

ବର୍ତ୍ତମାନ ଭାରତ-ଚୀନ ସୀମା LACରେ ତୱାଙ୍ଗରେ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଅଗ୍ନି-୫ ମିସାଇଲର ପରୀକ୍ଷଣ ସେନାକୁ ମାନସିକସ୍ଥରରେ ବଳ ଯୋଗାଇବ । ଇଣ୍ଟର କଣ୍ଟିନେଣ୍ଟାଲ ନ୍ୟୁକ୍‌ କ୍ଷମତା ସମ୍ପନ୍ନ ଏହି ମିସାଇଲର ୱାରହେଡ୍ ବହନ କ୍ଷମତା ତଥା ଅସ୍ତ୍ର ଚଳାଇବା ପ୍ରଣାଳୀ ଓ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଯାଞ୍ଚ୍‌ ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଜଣାପଡିଛି। ପରୀକ୍ଷଣ ସମୟରେ ଡ଼ିଆରଡ଼ିଓର ବୈଜ୍ଞାନିକ ମାନଙ୍କ ସହିତ ପ୍ରତିରକ୍ଷା ବିଭାଗର ସଚିବ ସମିର ଭି. କମାତ ଧାମରା ସ୍ଥିତ ଲଞ୍ଚପ୍ୟାଡ଼ରେ ଉପସ୍ଥିତ ଥିଲେ।

ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ରେ ଉପଯୋଗ ହୋଇଥିବା ନୂତନ ଟେକ୍ନୋଲୋଜୀ ଓ ଉପକରଣର କ୍ଷମତା ଯାଞ୍ଚ ପାଇଁ ଏହି ପରୀକ୍ଷଣ କରାଯାଇଛି । ଏହାଛଡ଼ା ପୂର୍ବାପେକ୍ଷା ଏହି ମିସାଇଲକୁ ଯଥେଷ୍ଟ ହାଲୁକା କରାଯାଇଛି । ପରୀକ୍ଷଣ ବେଳେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ପ୍ରଦର୍ଶନ କରିଛି । ମିସାଇଲ ପରୀକ୍ଷଣ ଇତିହାସରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ରେଞ୍ଜ୍‌ରେ (maximum or full range) ପଡ଼ିଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍‌ ମିସାଇଲ ଅଗ୍ନି-୫ । ପ୍ରତିରକ୍ଷା ଅନୁସନ୍ଧାନ ଓ ବକାଶ ସଂଗଠନ ପାଇଁ ନିଶ୍ଚିତ ଭାବରେ ଏହା ଏକ ବୃହତ ସଫଳତା ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 15, 2022, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.