ETV Bharat / bharat

ଭାରତରେ ପଶିଲେ ଆଫଗାନ ଆତଙ୍କୀ ! ଗୁଇନ୍ଦା ବିଭାଗର ଆଲର୍ଟ

author img

By

Published : Sep 23, 2021, 5:45 PM IST

ଆଫଗାନ ଆତଙ୍କୀଙ୍କ ଅନୁପ୍ରବେଶ ନେଇ ଆଲର୍ଟ ଜାରି କରିଛି ଭାରତୀୟ ଗୁଇନ୍ଦା ବିଭାଗ । ପାକିସ୍ତାନ ସହାୟତାରେ ଏହି ଆତଙ୍କୀ ଭାରତର ସୀମାରେ ପ୍ରବେଶ କରିଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଭାରତରେ ପଶିଲେ ଆଫଗାନ ଆତଙ୍କୀ ! ଗୁଇନ୍ଦା ବିଭାଗର ଆଲର୍ଟ
ଭାରତରେ ପଶିଲେ ଆଫଗାନ ଆତଙ୍କୀ ! ଗୁଇନ୍ଦା ବିଭାଗର ଆଲର୍ଟ

ଶ୍ରୀନଗର: ଆଫଗାନିସ୍ତାନରେ ତାଲିବାନର କବଜା ପରେ ପ୍ରଥମ ଥର ଭାରତରେ ଆଫଗାନ ଆତଙ୍କୀଙ୍କ ଅନୁପ୍ରବେଶ ନେଇ ରହିଛି ଖବର । ଏନେଇ ଆଲର୍ଟ ଜାରି କରିଛି ଗୁଇନ୍ଦା ଏଜେନ୍ସି । କୌଣସି ବଡ ଧରର ଆକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଆତଙ୍କବାଦୀଙ୍କ ଟାର୍ଗେଟରେ ସେନା କ୍ୟାମ୍ପ ଓ ସରକାରୀ ସଂସ୍ଥା ରହିଥିବା ମିଳିଛି ସୂଚନା ।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଉରୀ ସେକ୍ଟରର ଏକ ପୋଷ୍ଟରେ ସୀମାରେ ଲାଗିଥିବା ତାରଜାଲି କାଟି ଆଫଗାନ ଆତଙ୍କୀ ଅନୁପ୍ରବେଶ କରିଛନ୍ତି । ପାକିସ୍ତାନ ସହାୟତାରେ ଏହି ଆତଙ୍କୀ ଭାରତର ସୀମାରେ ପ୍ରବେଶ କରିଥିବା କୁହାଯାଉଛି । ତେବେ କିଛି ପାକିସ୍ତାନ ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି । ଆତଙ୍କବାଦୀଙ୍କ ପାଖରୁ ପ୍ରବଳ ମାତ୍ରାରେ ଘାତକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ସୁରକ୍ଷାବଳ ।

୧୮ ସେପ୍ଟେମ୍ବର ୨୦୨୧ରେ ୫ ଜଣ ଆଫଗାନ ଆତଙ୍କୀ ଉରୀ ସେକ୍ଟରର ଏକ ପୋଷ୍ଟରେ ଭାରତ ସୀମାକୁ ଅନୁପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ସୂଚନା ଅନୁଯାୟୀ, ଉରୀ ସେକ୍ଟରରେ ସର୍ଚ୍ଚ ଅପରେସନ ଜାରି ରହିଛି । ଯେଉଁ ଆତଙ୍କୀ ଆଫଗାନିସ୍ତାନରୁ ଆସିଛନ୍ତି, ସେମାନଙ୍କୁ ଖୋଜିବାକୁ ସମସ୍ତ ସନ୍ଦିଗ୍ଧ ସ୍ଥାନରେ ଚଢାଉ ଜାରି ରହିଛି । ସେପଟେ ସମସ୍ତ ସେନା କ୍ୟାମ୍ପ ଓ ସରକାରୀ ସଂସ୍ଥାରେ ସୁରକ୍ଷା କଡାକଡି କରିଦିଆଯାଇଛି ।

ତାଲିବାନ ଆଫଗାନିସ୍ତାନକୁ କବଜାକୁ ନେବା ପରେ ପଡୋଶୀ ଦେଶଗୁଡିକର ସୀମାରେ ସୁରକ୍ଷାକୁ ନେଇ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଅଲକାଏଦା ଓ ଇଣ୍ଡିଆନ ମୁଜାହିଦ୍ଦିନ ଭଳି ଆତଙ୍କୀ ସଙ୍ଗଠନ ଅଧିକ ସକ୍ରିୟ ହୋଇପଡିଛନ୍ତି । ତେବେ ଏମାନଙ୍କୁ ପାକିସ୍ତାନର ସମର୍ଥନ ମଧ୍ୟ ମିଳୁଛି । ଅନ୍ୟପକ୍ଷେ ଆଫଗାନିସ୍ତାନରୁ ପ୍ରବଳ ମାତ୍ରାରେ ଭାରତକୁ ଆସିଥିବା ଡ୍ରଗ୍ସ ମଧ୍ୟ ଜବତ ହୋଇସାରିଛି । ଏଭଳିସ୍ଥିତିରେ ସୀମା ସୁରକ୍ଷା ଭାରତୀୟ ସେନା ପାଇଁ ଡବଲ୍‌ ଚ୍ୟାଲେଞ୍ଜ କୁହାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.