ETV Bharat / bharat

Cash for query case: ‘ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ’ - ବିନୋଦ ସୋନକାର

ବ୍ୟକ୍ତିଗତ ପ୍ରଶ୍ନ କରାଯାଇଥିବା ଅଭିଯୋଗ କରି ଏଥିକ୍ସ କମିଟି ବୈଠକ ଅଧାରୁ ଚାଲିଆସିଥିଲେ ମୋଇତ୍ରା । ପ୍ୟାନେଲ କହିଲା, ସହଯୋଗ କଲେ ନାହିଁ । ରାଗିଯାଇ ଅଧ୍ୟକ୍ଷଙ୍କ ପ୍ରତି ଅଣସଂସଦୀୟ ଶବ୍ଦ ବ୍ୟବହାର କରିଛନ୍ତି ମୋଇତ୍ରା । ଅଧିକ ପଢନ୍ତୁ

ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ବ୍ୟବହାର କଲେ : ଏଥିକ୍ସ କମିଟି ଅଧ୍ୟକ୍ଷ

author img

By ETV Bharat Odisha Team

Published : Nov 2, 2023, 6:10 PM IST

ଉତ୍ତର ରଖିବା ପରିବର୍ତ୍ତେ ରାଗିଗଲେ ମୋଇତ୍ରା, ଅଣସଂସଦୀୟ ଶବ୍ଦ ପ୍ରୟୋଗ କଲେ: ଏଥିକ୍ସ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ: ‘କ୍ୟାସ ଫର କ୍ବାରୀ’ ମାମଲାରେ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ଅଭିଯୋଗ କରି ସଂସଦ ଏଥିକ୍ସ କମିଟି ବୈଠକରୁ ଚାଲି ଆସିଥିଲେ ଆଜି ହାଜର ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା । ତେବେ ତାଙ୍କୁ କମିଟିର ଅଧ୍ୟକ୍ଷ ଅତି ବ୍ୟକ୍ତିଗତ ଓ ଅନୈତିକ ପ୍ରଶ୍ନ ପଚାରିଥିବା ସେ ଅଭିଯୋଗ କରିଥିବା ବେଳେ ପ୍ୟାନେଲ ତାଙ୍କ ବିରୋଧରେ ପାଲଟା ସଙ୍ଗୀନ ଅଭିଯୋଗ ଆଣିଛି । ବୈଠକ ଶେଷ ହେବା ପରେ ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକାର କହିଛନ୍ତି, ମହୁଆ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ହଠାତ୍‌ ଉତ୍ତେଜିତ ହୋଇପଡିଥିଲେ । ତାଙ୍କ ପ୍ରତି ଅଣସାମ୍ବିଧାନିକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ । ମହୁଆଙ୍କ ସହ ସାଂସଦ ଡାନିସ ଅଲ୍ଲୀ ଓ ଗିରିଧାରୀ ଯାଦବ ମଧ୍ୟ କମିଟି ଉପରେ ଦୋଷାରୋପ କରିବା ସହ ବୈଠକ ତ୍ୟାଗ କରିଥିଲେ । କମିଟି ଆଉ ଥରେ ବସିବ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଲୋଚନା କରିବ ।

ବୈଠକ ଶେଷ ହେବା ପରେ କମିଟି ଅଧ୍ୟକ୍ଷ ବିନୋଦ କହିଛନ୍ତି,‘‘ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଏହି ପ୍ୟାନେଲ କରୁଛି । ତାଙ୍କୁ ସେହି ସମ୍ପର୍କିତ ପ୍ରଶ୍ନ ହିଁ କରାଯାଇଥିଲା । ମାତ୍ର ସେ ସେଥିରେ ସହଯୋଗ କରିନଥିଲେ । ପଚରାଯାଇଥିବା ପ୍ରଶ୍ନର ଉତ୍ତର ନରଖି ଉତ୍ତେଜିତ ହୋଇ କମିଟିର ସଦସ୍ୟ ଓ ଅଧ୍ୟକ୍ଷଙ୍କ ପ୍ରତି ଅଣସାମ୍ବିଧାନିକ ଶବ୍ଦର ପ୍ରୟୋଗ କରିଥିଲେ । ତାଙ୍କୁ ପଚରାଯାଇଥିବା ପ୍ରଶ୍ନରୁ ବର୍ତ୍ତିବା ପାଇଁ ସେ ଏପରି ଅଭିଯୋଗ କରିଛନ୍ତି । ମୋଇତ୍ରା ଓ ଅନ୍ୟ କିଛି ସଦସ୍ୟ ପ୍ୟାନେଲକୁ ଦୋଷାରୋପ କରିବାକୁ ପ୍ରୟାସ କରିଥିଲେ । ଏବେ କମିଟି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚିନ୍ତା କରିବ ।’’

ସେହିପରି କମିଟିର ସଦସ୍ୟା ଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମୋହୁଆ ମୋଇତ୍ରା ମିଟିଂରେ ଅଣସାମ୍ବିଧାନିକ ଶବ୍ଦ ବ୍ୟବହାର କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି । ଅପରାଜିତା କହିଛନ୍ତି, ‘‘ପ୍ୟାନେଲର କାର୍ଯ୍ୟ ଏକ ଗୋପନୀୟ ପ୍ରକ୍ରିୟା । ତାଙ୍କୁ କେବଳ ହୀରାନନ୍ଦାନୀଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠ ଆଧାରିତ ପ୍ରଶ୍ନ କରାଯାଇଥିଲା । ମାତ୍ର ସେ ପ୍ୟାନେଲର ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ପ୍ରତି ଅଣସାମ୍ବିଧାନିକ ଶବ୍ଦ ବ୍ୟହହାର କରିଛନ୍ତି । ଯାହା ଗଣମାଧ୍ୟମରେ ପ୍ରକାଶ କରାଯାଇପାରିବ ନାହିଁ । ମାତ୍ର ଏହା ନିନ୍ଦନୀୟ ।’’

ଏହା ମଧ୍ୟ ପଢନ୍ତୁ :- Cash for query case: ପ୍ୟାନେଲ ମିଟିଂରେ ହଙ୍ଗାମା, ଅଧାରୁ ଚାଲିଆସିଲେ ମୋଇତ୍ରା ଓ ଡାନିସ ଅଲ୍ଲୀ

ଆଜି ପୂର୍ବାହ୍ନରେ ସଦାଚାର କମିଟି ବୈଠକରେ ହାଜର ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ରା ତାଙ୍କୁ ପ୍ୟାନେଲ ସଦସ୍ୟଙ୍କ ଦ୍ବାରା ବ୍ୟକ୍ତିଗତ ପ୍ରଶ୍ନ କରାଯାଇଥିବା ଅଭିଯୋଗ କରି ମିଟିଂରୁ ଉଠି ଆସିଥିଲେ । ଏଥିକ୍ସ କମିଟରେ ସଦସ୍ୟ ଥିବା ଦୁଇ ବିରୋଧୀ ସାଂସଦ ଡାନିସ ଅଲ୍ଲୀ ଓ ଗିରିଧାରୀ ଯାଦବ ମଧ୍ୟ ତାଙ୍କ ସହ ସ୍ବର ମିଳାଇ ମିଟିଂ ତ୍ୟାଗ କରିଥିଲେ । ଏବେ ମୋଇତ୍ରାଙ୍କ ଅଭିଯୋଗକୁ ପ୍ୟାନେଲ ଅଧ୍ୟକ୍ଷ ଓ ସଦସ୍ୟ ଖଣ୍ଡନ କରିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.