ETV Bharat / bharat

ଭାରତରେ BA.4 ଓ BA.5 କୋଭିଡ ଭ୍ୟାରିଆଣ୍ଟ ଚିହ୍ନଟ, ସୂଚନା ଦେଲା INSACOG

ଭାରତରେ ଚିହ୍ନଟ ହେଲାଣି BA.4 ଓ BA.5 ଭ୍ୟାରିଆଣ୍ଟ । ଦୁଇ ଆକ୍ରାନ୍ତଙ୍କ ନମୁନାର ଏହି ଦୁଇ ନୂଆ ପ୍ରଜାତି ଚିହ୍ନଟ ହୋଇଥିବା INSACOGର ସୂଚନା । ଅଧିକ ପଢନ୍ତୁ

ଭାରତରେ BA.4 ଓ BA.5 କୋଭିଡ ଭ୍ୟାରିଆଣ୍ଟ ଚିହ୍ନଟ, ସୂଚନା ଦେଲା INSACOG
ଭାରତରେ BA.4 ଓ BA.5 କୋଭିଡ ଭ୍ୟାରିଆଣ୍ଟ ଚିହ୍ନଟ, ସୂଚନା ଦେଲା INSACOG
author img

By

Published : May 22, 2022, 10:17 PM IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ପ୍ରକାଶ କରିଛି ନୂଆ ତଥ୍ୟ । ଭାରତରେ କୋଭିଡ ଭୂତାଣୁର BA.4 ଏବଂ BA.5 ନାମକ ଦୁଇ ନୂଆ ଭ୍ଯାରିଆଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁର ଜଣେ 19 ବର୍ଷୀୟା ଯୁବତୀଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବାବେଳେ ତାଙ୍କ ନମୁନା ପରୀକ୍ଷଣରୁ ତାଙ୍କ ଠାରେ କୋଭିଡ ଭୂତାଣୁର BA.4 ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ସେହିପରି ତେଲେଙ୍ଗାନାର ଜଣେ 80 ବର୍ଷୀୟ ଆକ୍ରାନ୍ତଙ୍କ ଠାରେ ମଧ୍ୟ କୋଭିଡର BA.5 ପ୍ରକାର (ଭ୍ୟାରିଆଣ୍ଟ) ଚିହ୍ନଟ କରାଯାଇଥିବା INSACOG ସ୍ପଷ୍ଟ କରିଛି ।

ଅନ୍ୟ ଏକ ଚିନ୍ତାଜନକ କାରଣ ଏହାକି ଯେ, ଉଭୟ ନୂଆ ପ୍ରଜାତିର ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଅର୍ଥାତ ଦୁଇଟି ଟିକା ଗ୍ରହଣ କରିସାରିଛନ୍ତି । ସେମାନଙ୍କ ନିକଟରେ କେବଳ ସାମାନ୍ୟ ଲକ୍ଷଣ ଦେଖାଯାଉଥିବାବେଳେ ପରୀକ୍ଷାରୁ ଏହା ନୂଆ ପ୍ରଜାତି ବୋଲି ଜଣାପଡିଛି । ତେବେ ସଂକ୍ରମଣ ସତ୍ତ୍ବେ ମଧ୍ୟ ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ନପାଇବା ଆଶ୍ବସ୍ତିକର ବିଷୟ ବୋଲି କୁହଯାଉଛି ।

ଉଭୟ ଆକ୍ରାନ୍ତଙ୍କୁ ନିରୀକ୍ଷଣରେ ରଖାଯାଇଛି । ସେମାନଙ୍କ ଠାରେ ପ୍ରକାଶ ପାଉଥିବା ପ୍ରତ୍ୟେକ ପରିବର୍ତ୍ତନକୁ ତଦାରଖ କରାଯାଉଛି । ସେମାନଙ୍କ ସଂସ୍ପର୍ଷରେ ଆଉ କେଉଁମାନେ ଆସିଛନ୍ତି ତାହା ମଧ୍ୟ ଚିହ୍ନଟ ହେବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଗତକାଲି ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆଜି ଆଉ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.