ETV Bharat / bharat

ଉତ୍ତର କାଶ୍ମୀରରେ ସୁରକ୍ଷାକର୍ମୀ- ଆତଙ୍କୀ ମୁହାଁମୁହିଁ, 2 ଆତଙ୍କବାଦୀ ନିହତ - ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଉତ୍ତର କାଶ୍ମୀରର ବାରମୂଲାର ଉରୀ ସେକ୍ଟରରେ ସୀମା ନିୟନ୍ତ୍ରଣ ରେଖାରେ ଆତଙ୍କୀ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀ- ଆତଙ୍କୀ ମୁହାମୁହିଁ । 2 ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ସୁରକ୍ଷାକର୍ମୀ- ଆତଙ୍କୀ ମୁହାଁମୁହିଁ
ସୁରକ୍ଷାକର୍ମୀ- ଆତଙ୍କୀ ମୁହାଁମୁହିଁ
author img

By ETV Bharat Odisha Team

Published : Oct 23, 2023, 12:10 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସେନାକୁ ସଫଳତା । ଉତ୍ତର କାଶ୍ମୀରର ବାରମୂଳାର ଉରୀ ସେକ୍ଟରରେ ସୀମା ନିୟନ୍ତ୍ରଣ ରେଖାରେ ଆତଙ୍କୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ସେନା । ଏଥିସହ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟରେ 2 ଆତଙ୍କବାଦୀ ନିହତ ହୋଇଥିବା ବେଳେ 2 ଜଣ ଗଭୀର ଆହତ ହୋଇଥିବା ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ 2ଟି ଏକେ ସିରିଜ ରାଇଫଲ, 6ଟି ପିସ୍ତଲ, 4ଟି ଗ୍ରେନେଡ୍‌ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି । ଶନିବାର ଦିନ ଭାରତୀୟ ସେନା, ଜାମ୍ମୁ-କାଶ୍ମୀର ପୋଲିସ ଓ ଇଣ୍ଟେଲିଜେନ୍ସ ଏଜେନ୍ସି ମିଳିତ ଭାବେ ଅପରେସନ କରିଥିବା ନେଇ ସେନା ପକ୍ଷରୁ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..Encounter: କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା

ତେବେ ଜାମ୍ମୁ-କାଶ୍ମୀରରେ ପୁଣି ପାଣିପାଗ ସ୍ଥିତି ବିଗାଡ଼ିବାରେ ଲାଗିଛି । ଯାହାର ସୁଯୋଗ ନେଇ ଆତଙ୍କବାଦୀ ନିଜର ଆତଙ୍କୀ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ସୀମାରେ ଆତଙ୍କୀ ଗତିବିଧିକୁ ରୋକିବା ସହ କଡ଼ା ଜବାବ ଦେଉଛନ୍ତି ସୁରକ୍ଷା କର୍ମୀ । ତେବେ ଶନିବାର ଦିନ ଆତଙ୍କବାଦୀଙ୍କ ସୀମା ମଧ୍ୟକୁ ଅବୈଧ ପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି ସେନା । ଉତ୍ତର କାଶ୍ମୀରର ବାରମୂଲାର ଉରୀ ସେକ୍ଟରରେ ଥିବା ସୀମା ନିୟନ୍ତ୍ରଣ ରେଖା(LoC) ନିକଟରେ ଆତଙ୍କୀ ଅନୁପ୍ରବେଶ ନେଇ ବିଶେଷସୁତ୍ରରୁ ଖବର ପାଇବା ପରେ ଅପରେସନ ଆରମ୍ଭ କରିଥିଲେ ସେନା ଓ ଜାମ୍ମୁ କାଶ୍ମୀରର ପୋଲିସର ମିଳିତ ଟିମ୍‌ । ଏହି ସମୟରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । 2 ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା । ତେବେ ଭାରତୀୟ ସେନା 2 ଜଣ ଆତଙ୍କବାଦୀ ନିହତ କରିଥିବା ବେଳେ 2 ଜଣକୁ ଆହତ କରିଥିବା ନେଇ ଦାବି କରିଛି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି । ଏହି ଅପରେସନରେ 2ଟି ଏକେ ସିରିଜ ରାଇଫଲ, 6ଟି ପିସ୍ତଲ, 4ଟି ଗ୍ରେନେଡ, ପାକିସ୍ତାନୀ ନୋଟ, ରକ୍ତ ଦାଗ ଲାଗିଥିବା ବ୍ୟାଗ୍‌ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି ।

ଏହାମଧ୍ୟ ପଢନ୍ତୁ..Kupwara Encounter: ବିସ୍ଫୋରଣର ପ୍ରତିଶୋଧ ନେଲା ସେନା, ଟଳିଲେ 5 ଆତଙ୍କୀ

ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି ଭାରତୀୟ ସେନା । ସେନାର ବୟାନ ମୁତାବକ, ରାଜ୍ୟରେ ପାଣିପାଗର ପରିବର୍ତ୍ତିତ ସ୍ଥିତି ଓ ଦୁର୍ଗମ ଅଞ୍ଚଳର ଫାଇଦା ଉଠାଇ ଆତଙ୍କବାଦୀମାନେ ଅବୈଧ ପ୍ରବେଶ ପାଇଁ ଉଦ୍ୟମ ଚଳାଇଥିଲେ । ଅସ୍ତ୍ରଶସ୍ତ୍ର ସହ ଦେଶ ମଧ୍ୟକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ବିଶେଷସୁତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଅକ୍ଟୋବର 21 ତାରିଖ ଦିନ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ଓ ଇଣ୍ଟେଲିଜେନ୍ସ ଏଜେନ୍ସି ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଆତଙ୍କବାଦୀଙ୍କୁ କଡା ଜବାବ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.