ETV Bharat / bharat

ଭାରତୀୟ ସୀମାକୁ ପ୍ରବେଶ କରିବାକୁ ପ୍ରୟାସ, ୩ ଆତଙ୍କୀ ସଫା - ସୀମାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ଗୁଳିବିନିମୟ

ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳ ନିପାତ ହେଲେ ତିନି ଆତଙ୍କୀ । କୁଲଗାମ ଜିଲ୍ଲାର ବାଟପୋରା ଅଞ୍ଚଳରେ ଏହି ଆତଙ୍କବାଦୀମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଅଧିକ ପଢ଼ନ୍ତୁ

Infiltrating Terrorists Neutralised by security forces in Jammu and Kashmir
ଭାରତୀୟ ସୀମାକୁ ପ୍ରବେଶ କରିବାକୁ ପ୍ରୟାସ, ୩ ଆତଙ୍କୀ ସଫା
author img

By

Published : Sep 26, 2022, 10:55 PM IST

ଶ୍ରୀନଗର: ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳ ନିପାତ ହେଲେ ତିନି ଆତଙ୍କୀ । କୁଲଗାମ ଜିଲ୍ଲାର ବାଟପୋରା ଅଞ୍ଚଳରେ ଏହି ଆତଙ୍କବାଦୀମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଏନେଇ କୌଣସିମତେ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ୩ ଆତଙ୍କୀଙ୍କୁ ଟଳାଇଛନ୍ତି ସୁରକ୍ଷାକର୍ମୀ ।

ଏହା ବି ପଢ଼ନ୍ତୁ Encounter in Kupwara: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ

ସୁରକ୍ଷା କର୍ମୀଙ୍କ ଗୁଳି ଜବାବରେ ଆତଙ୍କବାଦୀ ପାଲଟା ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସୁରକ୍ଷାକର୍ମୀ ଓ କାଶ୍ମୀର ଜୋନ ପୋଲିସ୍‌ର ମିଳିତ ଅପରେସନ ବଳରେ ଆତଙ୍କବାଦୀଙ୍କୁ ରୋକିବା ସହ ତାଙ୍କୁ ନିପାତ କରାଯାଇଛି । ସେପଟେ ଏହି ଗୁଳି ବିନିମୟରେ ଜଣେ ଯବାନ ଓ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ମୃତ୍ୟୁ ହୋଇଥିବା ଆତଙ୍କବାଦୀ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି । ଏମାନେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ସହ ଜଡ଼ିତ ଥିଲେ । ଆତାଙ୍କବାଦୀଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ୍‌, ୬ଟି ମାଗାଜିନ୍‌, ୫୩ ରାଉଣ୍ଡ ଗୁଳି, ୪ଟି ଗ୍ରେନେଡ୍‌, ଦୁଇଟି ପିସ୍ତଲ ପାକିସ୍ତାନୀ ଟଙ୍କା ଆଦି ଜବତ ହୋଇଛି ।

ଗତ ସେପ୍ଟେମ୍ବର ୨୫ ତାରିଖରେ ମଧ୍ୟ ଦୁଇ ଆତଙ୍କୀ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରି ଫେଲ୍‌ ମାରିଥିଲେ । ଉତ୍ତର କାଶ୍ମୀର ଟେକ୍ରି ନାର୍‌ସ୍ଥିତ ମାଚିଲ୍‌ ଅଞ୍ଚଳରେ ଭାରତୀୟ ସୀମା(LOC) ନିକଟରେ ଏହି ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଦୁଇ ଜଣ ଆତଙ୍କୀ ଭାରତୀୟ ସୀମା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଭାରତୀୟ ସୀମା ଭିତରେ ପ୍ରବେଶ କରିବା ଯୋଜନାକୁ ପଣ୍ଡ କରିବା ସହ ଏନ୍‌କାଉଣ୍ଟର କରିଥିଲେ ପୋଲିସ ଓ ସୀମା ସୁରକ୍ଷା ସୁରକ୍ଷାବଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.