ETV Bharat / bharat

Guinness recordରେ 12 ଫୁଟର ତୁଳସୀ ଗଛ

ତୁଳସୀ ଗଛକୁ ସମସ୍ତେ ଜାଣିଛନ୍ତି । କିନ୍ତୁ ୧୦ ଫୁଟରୁ ଉଚ୍ଚା ତୁଳସୀ ଗଛ ରହିଥିବା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଇନ୍ଦୋରରେ ଏଭଳି ଏକ ତୁଳସୀ ଗଛ ରହିଛି ଯାହାର ଉଚ୍ଚତା ୧୨ ଫୁଟ ରହିଛି । ବର୍ତ୍ତମାନ ଏହି ଗଛ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଅଧିକ ପଢନ୍ତୁ

12 ଫୁଟର ତୁଳସୀ ଗଛ
12 ଫୁଟର ତୁଳସୀ ଗଛ
author img

By

Published : Feb 5, 2023, 1:11 PM IST

Updated : Feb 6, 2023, 7:22 AM IST

12 ଫୁଟର ତୁଳସୀ ଗଛ

ଭୋପାଳ: ତୁଳସୀକୁ କିଛି ଲୋକ ଭଗବାନ ଭାବି ପୂଜା କରୁଥିବା ବେଳେ ଆଉ କିଛି ଲୋକ ଔଷଧ ଗୁଣ ପାଇଁ ଘରେ ରଖିଥାନ୍ତି । ସାଧାରଣତଃ ତୁଳସୀ ଗଛର ଉଚ୍ଚତା ୧ରୁ ୩ ଫୁଟ ମଧ୍ୟରେ ହୋଇଥାଏ । ଏହାସହ ସେଥିରେ 1ରୁ ୨ ଇଞ୍ଚ ପର୍ଯ୍ୟନ୍ତ ଜଟା ମଧ୍ୟ ହୋଇଥାଏ । କିନ୍ତୁ ଆପଣ କେବେ ଜାଣିଛନ୍ତି କି ୧୨ ଫୁଟର ତୁଳସୀ ଗଛ ରହିଥିବା କଥା । ଇନ୍ଦୋରରେ ଏଭଳି ଏକ ତୁଳସୀ ଗଛ ରହିଛି, ଯାହାର ଉଚ୍ଚତା ୧୨ ଫୁଟ । ବର୍ତ୍ତମାନ ଏହା ଗିନିଜ ଓ୍ବାର୍ଲ୍ଡ ରେକର୍ଡ ପାଇଁ ମନୋନିତ ହୋଇଛି ।

ବିଶ୍ବାସ କରାଯାଏ, ତୁଳସୀ ୨ରୁ ୩ ବର୍ଷ ଯାଏଁ ସବୁଜ ହୋଇ ରହିଥାଏ । ପରେ ଏହର ବୃଦ୍ଧାବସ୍ଥା ଆସିଥାଏ । ପତ୍ର ଝଡି ଶୁଖିଯିବା ସହ ଗଛ ମଧ୍ୟ ପରିଯାଇଥାଏ । କିନ୍ତୁ ଏକ ଅରଣ୍ୟ ତୁଳସୀ ରହିଛି ଯାହାକି ବହୁତ ଲମ୍ବା ହେବା ସହ ଅଧିକ ଦିନ ଯାଏଁ ସତେଜ ସବୁଜ ରଙ୍ଗ ହୋଇ ରହିଥାଏ ।

ଚାରି ପ୍ରକାର ତୁଳସୀ: ଉଦ୍ଭିଦ ବିଜ୍ଞାନିମାନଙ୍କ କହିବା ଅନୁସାରେ, ତୁଳସୀ ସାଧାରଣତଃ ୪ ପ୍ରକାର ଅଟେ । ରାମ ତୁଳସୀ, ଶ୍ୟାମ ତୁଳସୀ, ଅରଣ୍ୟ ତୁଳସୀ ଏବଂ କପୁର ତୁଳସୀ । ସେଥିମଧ୍ୟରୁ ଅରଣ୍ୟ ତୁଳସୀ ଗଛ ୮ରୁ ୧୦ ଫୁଟ ଲମ୍ବା ହୋଇଥିବା ବେଳେ ଏହାର ପତ୍ର ୪ ଇଞ୍ଚ ଲମ୍ବ ହୋଇଥାଏ । ଏହି ଉଦ୍ଭିଦ ବଙ୍ଗଳା, ନେପାଳ, ଆସାମ ଏବଂ ସିନ୍ଧର ପାହାଡରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି ଅରଣ୍ୟ ତୁଳସୀ ଇନ୍ଦୋରରେ ଦେଖିବାକୁ ମିଳୁଛି । ଏନେଇ ଗଛ ଲଗାଇଥିବା ଜଣେ ସ୍ଥାନୀୟ ଲୋକ କହିଛନ୍ତି, "ସେ ଏହି ତୁଳସୀକୁ ୩ ବର୍ଷ ପୂର୍ବେ ପୁଣେରୁ ଆଣିଥିଲେ । ଏହାର ଯତ୍ନ ନେବା ପରେ ଏହା ବର୍ତ୍ତମାନ ୧୨ ଫୁଟ ଉଚ୍ଚର ହୋଇଛି ।"

ଏହା ମଧ୍ୟ ପଢନ୍ତୁ: Jamia Violence Case: ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ ଓ ଆସିଫ୍ ଇକବାଲ ଦୋଷମୁକ୍ତ

ଅମିତ ଧାକଡ କହିଛନ୍ତି, "ମୁଁ ଲଗାଇଥିବା ଅରଣ୍ୟ ତୁଳସୀ ୧୧ ଫୁଟ ଲମ୍ବ ହୋଇଥିଲା । ଏହାପରେ ଚାରିଆଡେ ତୁଳସୀକୁ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏହି ଘଟଣାକୁ ନେଇ ସବୁଠାରୁ ଲମ୍ବା ତୁଳସୀ ଗଛର ସନ୍ଧାନ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଲା ଯେ, ବର୍ତ୍ତମାନ ସୁଦ୍ଧା ଗ୍ରୀସରେ ସବୁଠାରୁ ଉଚ୍ଚାର ତୁଳସୀ ଗଛ ରହିଛି । ଏହାର ଉଚ୍ଚା ୧୦ ଫୁଟ ରହିଥିଲା । କିନ୍ତୁ ମୋର ତୁଳସୀ ଗଛ ୧୨ ଫୁଟରୁ ଅଧିକା ଲମ୍ବା ହୋଇଥିଲା । ଏଣୁ ମୁଁ ଗିନିଜ ବୁକ ଅଫ ଓ୍ବାର୍ଲ୍ଡ ରେକର୍ଡରେ ଆବେଦନ କରିଥିଲି । ମନୋନିତ ମଧ୍ୟ ହୋଇଛି । ମୁଁ ଆଶା ରଖିଛି ନିଶ୍ଚୟ ଏହି ଗଛ ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2023, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.