ଭୋପାଳ: ଗରବା ପେଣ୍ଡାଲରେ ଗୁଳିକାଣ୍ଡ । ଜଣେ ୧୧ ବର୍ଷିୟ ନାବାଳିକାକୁ ଗୁଳିମାଡ କରିଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଥିବାକୁ ମିଳିଛି ଇନ୍ଦୋରର ହୀରା ନଗର ଥାନା ପରିସରରେ । ନାବାଳିକାକୁ ଉଦ୍ଧାର କରାଯାଇ ଥାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ନାବାଳିକା ଜଣକ ମଙ୍ଗଳବାର ଦିନ ଇନ୍ଦେରରେ ନିଜ ପରିବାର ଲୋକଙ୍କ ସହ ଗରବା ନାଚ(garba pandal in indore) ଦେଖିବା ପାଇଁ ଯାଇଥିଲା । ଏଠି ସମୟରେ ହଠାତ ନାବାଳିକାର ମୁଣ୍ଡରେ ଏକ ଗୁଳି ବାଜିଥିଲା । ଫଳରେ ଦ୍ରୁତ ବେଗରେ ରକ୍ତସ୍ରାବ ହୋଇଥିଲା । ଗୁଳିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ସମୁଦ୍ରରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ
ଏନେଇ ଅତିରିକ୍ତ ଡିସିପି ରାଜେଶ ରଘୁବଂଶୀ କହିଛନ୍ତି ଯେ, ନାବାଳିକାର ମୃତଦେକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମଙ୍ଗଳବାର ରାତି ପ୍ରାୟ 10.30 ସମୟରେ ଏହି ଘଟଣା ଘଟିଛି। 12 ଘଣ୍ଟା ଯନ୍ତ୍ରଣା ଭୋଗିବା ପରେ ଡାକ୍ତରଖାନାରେ ନାବାଳିକାର ମୃତ୍ୟୁ ହୋଇଛି । ବର୍ତ୍ତମାନ ପୋଲିସ ମୃତଦେହକୁ ଜବତ କରି ଏମବାୟ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ମୃତ ନାବାଳିକାଙ୍କ ବାପା ମହାରାଷ୍ଟ୍ର ଅହମ୍ମଦନଗରର ବାସିନ୍ଦା ଅଟନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ