ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଔଲି ପାର୍ବତ୍ୟାଞ୍ଚଳରେ ଆମେରିକା ସେନା ସହ ସମରାଭ୍ୟାସ କରୁଛି ଭାତୀୟ ସେନା । ସମରାଭ୍ୟାସ ବେଳେ ଅନେକ କୌଶଳ ପ୍ରଦର୍ଶନ କରିଛନ୍ତି ସେନା ଯବାନ । ଏହି କ୍ରମରେ ଶତୃ ଡ୍ରୋନ୍ ଖସାଇବାକୁ ଏକ ଚିଲକୁ ଟ୍ରେନିଂ ଦେଇଛି ଭାରତୀୟ ସେନା । ଏହି ଚିଲର ନାଁ ହେଉଛି ଅର୍ଜୁନ । ସମରାଭ୍ୟାସ ବେଳେ ଅର୍ଜୁନ ତାର କୌଶଳ ଦେଖାଇଛି ।
-
#WATCH | A Kite trained by the Indian Army to prey on drones displayed in action at the ongoing Indo-US wargame Yudhabhyas in Auli, Uttarakhand pic.twitter.com/Bjha3gKaNS
— ANI (@ANI) November 29, 2022 " class="align-text-top noRightClick twitterSection" data="
">#WATCH | A Kite trained by the Indian Army to prey on drones displayed in action at the ongoing Indo-US wargame Yudhabhyas in Auli, Uttarakhand pic.twitter.com/Bjha3gKaNS
— ANI (@ANI) November 29, 2022#WATCH | A Kite trained by the Indian Army to prey on drones displayed in action at the ongoing Indo-US wargame Yudhabhyas in Auli, Uttarakhand pic.twitter.com/Bjha3gKaNS
— ANI (@ANI) November 29, 2022
ସମରାଭ୍ୟାସ ବେଳେ ଭାରତୀୟ ସେନା ଏକ ସ୍ଥିତି ଉତ୍ପନ୍ନ କରିଥିଲା, ଯେଉଁଥିରେ ଏକ ତାଲିମପ୍ରାପ୍ତ କୁକୁର ଓ ଚିଲଙ୍କୁ ସମରାଭ୍ୟାସରେ ସାମିଲ କିରାଯାଇଥିଲା । ଶତୃ ଦେଶର ଡ୍ରୋନ୍ ଚିହ୍ନଟ କରିବେ କୁକୁର ଓ ଚିଲ । ଏହାପରେ କୁକୁରଟି ଏହାକୁ ନେଇ ସେନାକୁ ଆଲର୍ଟ କରିବ । ଡ୍ରୋନ୍ର ସାଉଣ୍ଡ ଶୁଣିବା ମାତ୍ରେ ଏହାକୁ ଶିକାର କରିବାକୁ ଖୋଜି ବୁଲିବ ଚିଲ । ଆକାଶରେ ହିଁ ଏହାକୁ ନଷ୍ଟ କରିବ ଅର୍ଜୁନ ।
ଭାରତୀୟ ସେନା ପାଖରେ ଥିବା ଏଭଳି କ୍ଷମତା ଦ୍ବାରା ସର୍ଭିଲାନ୍ସ ସିଷ୍ଟମ ବା ପାଟ୍ରୋଲିଂ ବ୍ୟବସ୍ଥା ମଜଭୁତ ହେବ । ପଞ୍ଜାବ ଜମ୍ମୁ ଓ କାଶ୍ମୀର ସୀମା ଭିତରକୁ ବାରମ୍ବାର ବିଦେଶୀ ଡ୍ରୋନ୍ ପଶି ଆସୁଥିବାର ନଜିର ରହିଛି । ବର୍ତ୍ତମାନ ଏହାର ଉଚିତ ଜବାବ ଦେବ ଅର୍ଜୁନ । ପାକିସ୍ତାନ ଡ୍ରୋନ୍ ମାଧ୍ୟମରେ ହତିଆର, ଡ୍ରଗ୍ସ ଆଦି ପଠାଉଥିବା ସନ୍ଦେହ କରାଯାଉଛି । କାରଣ ଅନେକ ସମୟରେ ସୀମାରେ ପାକିସ୍ତାନ ଡ୍ରୋନ୍ ଜବତ କରିଛି ସେନା ।
ଉତ୍ତରାଖଣ୍ଡର ଔଲି ନିକଟରରେ MI-17 ହେଲିକପ୍ଟର ସମରାଭ୍ୟାସରେ ସାମିଲ ହୋଇଥିଲା । ଏହି ଅବସରରେ ଭାରତୀୟ ଯବାନ ଅନେକ ଏକକ ଯୁଦ୍ଧ କୌଶଳ ପ୍ରଦର୍ଶିତ କରିଛନ୍ତି । ଭାରତ-ଆମେରିକା ଯୁଦ୍ଧାଭ୍ୟାସର ଏହା ଅଷ୍ଟଦଶ ସଂସ୍କରଣ । ଏହାର ନାମ ଯୁଦ୍ଧ ଅଭ୍ୟାସ ୨୦୨୨ ରଖାଯାଇଛି । ପ୍ରତ୍ୟେକ ବର୍ଷ ଶେଷ ଆଡ଼କୁ ଦୁଇ ଦେଶର ଯବାନ ଯୁଦ୍ଧାଭ୍ୟାସ କରି ଆସୁଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ ଏହି ସମରାଭ୍ୟାସ ହୋଇଥିଲା ।