ETV Bharat / bharat

ଭାରତ-ବାଂଲାଦେଶ ସମ୍ପର୍କ: ପରସ୍ପର ପାଇଁ ଲାଭପ୍ରଦ

author img

By

Published : Mar 30, 2021, 10:47 PM IST

ବାଂଲାଦେଶ ପ୍ରତିଷ୍ଠା ଦିବସ ଅବସରରେ ଭାରତକୁ କୃତଜ୍ଞତା ଜଣାଇ ଶେଖ୍ ମୁଜିବୁର ରେହମନ ଦେଇଥିବା ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ‘ଭାରତୀୟ ଯବାନମାନେ ଆମ ପାଇଁ ସେମାନଙ୍କ ଜୀବନ ଦେଇଛନ୍ତି । ଅଧିକ ପଢନ୍ତୁ...

ଭାରତ-ବାଂଲାଦେଶ ସମ୍ପର୍କ: ପରସ୍ପର ପାଇଁ ଲାଭପ୍ରଦ
ଭାରତ-ବାଂଲାଦେଶ ସମ୍ପର୍କ: ପରସ୍ପର ପାଇଁ ଲାଭପ୍ରଦ

ବାଂଲାଦେଶ ପ୍ରତିଷ୍ଠା ଦିବସ ଅବସରରେ ଭାରତକୁ କୃତଜ୍ଞତା ଜଣାଇ ଶେଖ୍ ମୁଜିବୁର ରେହମନ ଦେଇଥିବା ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ‘ଭାରତୀୟ ଯବାନମାନେ ଆମ ପାଇଁ ସେମାନଙ୍କ ଜୀବନ ଦେଇଛନ୍ତି । ସେମାନଙ୍କର ଏହି ଅବଦାନକୁ ମୋ ଦେଶବାସୀ ସବୁଦିନ ପାଇଁ ମନେ ରଖିବେ।’ ବାଂଲାଦେଶର ଏହି ଜନକଙ୍କୁ ମହାତ୍ମା ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ ଐତିହାସିକ ଥିଲା ।

କେବଳ ଏକ ପଡ଼ୋଶୀ ରାଷ୍ଟ୍ର ନୁହେଁ, ଏଥିସହିତ ଐତିହାସିକ, ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତ ସହିତ ବାଂଲାଦେଶର ବହୁ ଯୁଗର ସମ୍ପର୍କ ରହି ଆସିଛି । ବାଂଲାଦେଶ ମୁକ୍ତି ସଂଗ୍ରାମ ପ୍ରମାଣିତ କରି ଦେଇଛି ଯେ, ଏକ ରାଷ୍ଟ୍ର ଧର୍ମ ତୁଳନାରେ ଭାଷାଗତ ଦୃଷ୍ଟିରୁ ଅଧିକ ନିବିଡ଼ । ବାଂଲାଦେଶ ସୃଷ୍ଟି ପଛରେ ଅନ୍ତର୍ଜାତୀୟ ମାତୃଭାଷା ଦିବସର ଉତ୍ସାହ ରହିଛି । ଏକ ସ୍ବାଧୀନ ରାଷ୍ଟ୍ର ଗଠନ ସମୟରେ ଏହାର ଦୁର୍ବଳ ଅର୍ଥନୀତି କାରଣରୁ ତତ୍କାଳୀନ ଆମେରିକା ବୈଦେଶିକ ମନ୍ତ୍ରୀ ହେନରୀ କିସିଙ୍ଗର ଏହାକୁ ଏକ ‘ବାସ୍କେଟ୍ କେସ୍’ ସହ ତୁଳନା କରି ଉପହାସ କରିଥିଲେ । କିନ୍ତୁ ଆଜି ବାଂଲାଦେଶ ସବୁ କ୍ଷେତ୍ରରେ ପାକିସ୍ତାନକୁ ଟପି ଯାଇଛି । ସୁତରାଂ ବାସ୍ତବରେ ବାଂଲାଦେଶ ପାଇଁ ଏହା ଏକ ସୁବର୍ଣ୍ଣ ଜୟନ୍ତୀର ବର୍ଷ ।

ଅନେକ ଉତଥାନ ଓ ପତନ ପରେ 1975ରେ ଇନ୍ଦିରା ଗାନ୍ଧି ଏବଂ ମୁଜିବୁର ରେହମନଙ୍କ ମଧ୍ୟରେ ଭାରତ-ବାଂଲାଦେଶ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଶରଣାର୍ଥୀ ସମ୍ପର୍କୀତ ସମସ୍ୟା, ନଦୀ ଜଳ ବିବାଦ, ସୀମା ବିବାଦ ଏବଂ ସୀମାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଆଦି ଯେତେ ସବୁ ପ୍ରସଙ୍ଗ ବାଂଲାଦେଶ ସମ୍ମୁଖୀନ ହୋଇଥିଲା ସେସବୁକୁ କେନ୍ଦ୍ର କରି ଭାରତ ଓ ବାଂଲାଦେଶ ମଧ୍ୟରେ ଦୂରତା ବଢିବାକୁ ଲାଗିଥିଲା । ବାଂଲାଦେଶ ଭିତରେ କିଛି ଭାରତ ବିରୋଧୀ ଗୋଷ୍ଠୀର ଅପପ୍ରଚାର ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ବାଂଲାଦେଶର ସାମରିକ ଶାସନର ଅବସାନ ପରେ ଗଣତନ୍ତ୍ର ବ୍ୟବସ୍ଥା ସ୍ଥାପନ ହେବା ସହିତ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଭୁଲ ବୁଝାମଣା ଧୀରେ ଧୀରେ ଦୂର ହେଉଛି । 2015ରେ ଜମି ବିବାଦର ସ୍ଥାୟୀ ସମାଧାନ ହୋଇଥିଲା। ଯଦି ଦଶ ବର୍ଷ ତଳର ପୁରୁଣା ତିସ୍ତା ନଦୀ ଜଳ ଆବଣ୍ଟନ ଚୁକ୍ତି କାର୍ଯ୍ୟକାରୀ ହୁଏ ତେବେ ଉପମହାଦେଶରେ ବିକାଶର ଏକ ନୂଆ ଇତିହାସ ସୃଷ୍ଟି ହେବ ।

1980 ପରଠାରୁ ବାଂଲାଦେଶର ଅଭିବୃଦ୍ଧି ହାର ବଢ଼ିବା ଆରମ୍ଭ ହୋଇଛି । ମୁଣ୍ଡ ପିଛା ଆୟ କ୍ଷେତ୍ରରେ ମଧ୍ୟ ଭାରତ ସହ ବାଂଲାଦେଶ ପ୍ରତିଦ୍ବନ୍ଦ୍ବିତା କରିବା ଆରମ୍ଭ ହୋଇଛି । ଶିଳ୍ପ କ୍ଷେତ୍ରରେ ବାଂଲାଦେଶର ସଫଳତା ବାସ୍ତବରେ ଆଶ୍ଚର୍ଯ୍ୟଜନକ । ଚାରି ଦଶନ୍ଧି ପୂର୍ବେ ବାଂଲାଦେଶ ଜିଡିପିରେ କୃଷିର ଭାଗ 33.2 ପ୍ରତିଶତ ଥିଲା । କୃଷି କ୍ଷେତ୍ରରୁ ଜିଡିପିକୁ ଅବଦାନ 14.2 ପ୍ରତିଶତକୁ ଖସିଥିବା ବେଳେ ଜିଡିପିକୁ ଶିଳ୍ପ କ୍ଷେତ୍ରରୁ ଅନୁଦାନ 17 ପ୍ରତିଶତରୁ ବୃଦ୍ଧି ପାଇ 36.6 ପ୍ରତିଶତରେ ପହଞ୍ଚିଛି। ପ୍ରାୟ ମାସକ ପୂର୍ବେ ଜାତିସଂଘର ବିକାଶ ନୀତି ସମ୍ପର୍କୀତ କମିଟି ବାଂଲାଦେଶକୁ କମ୍ ଉନ୍ନତ ଦେଶ ତାଲିକାରୁ ବାଦ୍ ଦେବାକୁ ପ୍ରସ୍ତାବ ରଖିବା ସହ ବିକାଶମୁଖୀ ରାଷ୍ଟ୍ର ତାଲିକାରେ ସାମିଲ କରିବାକୁ ସୁପାରିଶ କରିଛି । ଯଦି ସୁପାରିଶ ଅନୁମୋଦିତ ହୁଏ, ତେବେ ବାଂଲାଦେଶ ଶୁଳ୍କ ହାର ଏବଂ ରପ୍ତାନି କୋଟା ନେଇ ବିଚଳିତ ନହୋଇ ଉନ୍ନତ ରାଷ୍ଟ୍ର ସହ ବାଣିଜ୍ୟ କାରବାର କରିବାରେ ସକ୍ଷମ ହେବ ।

ବିନା ଶୁଳ୍କରେ ଚୀନ୍ ସହିତ ତାହାର ସାମଗ୍ରୀର 97 ପ୍ରତିଶତ ରପ୍ତାନି ପାଇଁ ବାଂଲାଦେଶ ଅନୁମତି ପାଇଛି । ପ୍ରିଫରେନସିଆଲ ଟ୍ରିଟମେଣ୍ଟ ଯୋଗୁଁ ବାଂଲାଦେଶ 140 ଆମେରିକୀୟ ଡଲାର ଉପାର୍ଜନ କରିବାରେ ସକ୍ଷମ ହେବ ବୋଲି ମଧ୍ୟ ଚୀନ୍ କହିଛି ।

ଚୀନ୍ ବେଲଟ ଏଣ୍ଡ ରୋଡ ଇନିଟିଏଟିଭ୍ କାର୍ଯ୍ୟକ୍ରମ ଅଧିନରେ ଭାରତ ଚତୁର୍ଦ୍ଦିଗରେ ଥିବା ସମସ୍ତ ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣକୁ ନେବା ଲକ୍ଷ୍ୟରେ ରହିଛି । ଲୁକ୍ ଇଷ୍ଟ ପଲିସି ଏବଂ ଆକ୍ଟ ଇଷ୍ଟ ପଲିସି କାର୍ଯ୍ୟକାରୀ କରି ପ୍ରଧାନମନ୍ତ୍ରୀ ମୋଦି ଅନେକ ଉନ୍ନତି ଆଣି ପାରିଛନ୍ତି । ବାଂଲାଦେଶ ସହ ସମ୍ପର୍କକୁ ନୂଆ ଦିଗ ଦେବା ପାଇଁ ସେ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଭାରତ ତାହାର ଟିକା ରପ୍ତାନି କରିବାରେ ବାଂଲାଦେଶକୁ ସର୍ବାଧିକ ପ୍ରାଥମିକତା ଦେଇ ଆସୁଛି । ଭାରତ ଭୁଲିଯିବା ଉଚିତ୍ ନୁହେଁ ଯେ, ଢାକ୍କା ସହିତ ସମ୍ପର୍କ ସୁଦୃଢ କରିବା ସହିତ ମ୍ୟାଁମାର, ଥାଇଲାଣ୍ଡ, କାମ୍ବୋଡିଆ, ଲାଓସ ଏବଂ ଭିଏତନାମ୍ ସହିତ ମଧ୍ୟ ସମ୍ପର୍କକୁ ମଜବୁତ କରିବାକୁ ହେବ । ବିଶ୍ବର ଅର୍ଥନୈତିକ ବ୍ୟବସ୍ଥାରେ ଦ୍ରୁତ ବିକାଶ ହେଉଥିବା ବେଳେ ବାଂଲାଦେଶ ସହିତ ସମ୍ପର୍କ ମଜବୁତ ହେଲେ ଏହା ଭାରତ ପାଇଁ ମଧ୍ୟ ଲାଭପ୍ରଦ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.