ETV Bharat / bharat

ସବୁଠୁ ବଡ ଡିଲ, 500 ନୂଆ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ - ନୂଆ ବିମାନ କିଣିବ ଇଣ୍ଡିଗୋ

500 ନୂଆ ବିମାନ କିଣିବା ପାଇଁ ଏୟାରବସ କମ୍ପାନୀ ସହ ଚୁକ୍ତିକଲା ଇଣ୍ଡିଗୋ ଏୟାର ଲାଇନ୍ସ । 2035 ସୁଦ୍ଧା ଶେଷ ହେବ ଏହି ଚୁକ୍ତି । ଅଧିକ ପଢନ୍ତୁ

5 ଶହ ନୂଆ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ
5 ଶହ ନୂଆ ବିମାନ କିଣିବ ଇଣ୍ଡିଗୋ ଏୟାରଲାଇନ୍ସ
author img

By

Published : Jun 19, 2023, 9:26 PM IST

ନୂଆଦିଲ୍ଲୀ: ଦେଶ ଓ ଦେଶ ବାହାରେ ନିଜ ବ୍ୟବସାୟିକ ନେଟଓ୍ବାର୍କକୁ ସମ୍ପ୍ରସାରିତ କରିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବଜେଟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ । ଏୟାରଲାଇନ୍ସ ଅଗ୍ରଣୀ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ ଠାରୁ 500 ନୂଆ ଏୟାରବସ୍ A320 ଫ୍ୟାମିଲି ବିମାନର କ୍ରୟ କରିବା ପାଇଁ ଅର୍ଡର ଦେଇଛି । 2030 ରୁ 2035 ମଧ୍ୟରେ ଏହି କ୍ରୟ ଚୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ସଂସ୍ଥା ସମୟ ଅବଧି ସ୍ଥିର କରିଛି ।

  • IndiGo places an order for 500 Airbus A320 Family aircraft, says the airline company.

    This will provide the airline further steady stream of deliveries between 2030 and 2035. This 500 aircraft order is not only IndiGo’s largest order, but also the largest-ever single aircraft… pic.twitter.com/FZqQZuYu29

    — ANI (@ANI) June 19, 2023 " class="align-text-top noRightClick twitterSection" data=" ">

ଆଜି (ସୋମବାର) ଏକ ଅଫିସିଆଲ ବିବୃତ୍ତିରେ ଇଣ୍ଡିଗୋ ଏୟାରଲାଇନ୍ସ କହିଛି, 2030 ରୁ 2035 ମଧ୍ୟରେ ଏହି ଚୁକ୍ତି ଅନୁସାରେ ବିମାନର ହସ୍ତାନ୍ତରଣ ପ୍ରକ୍ରିୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି 500 ବିମାନ ଅର୍ଡର କେବଳ ଇଣ୍ଡିଗୋ ଏୟାରଲାଇନ୍ସର ସର୍ବବୃହତ କ୍ରୟ ଚୁକ୍ତି ନୁହେଁ ବରଂ ବିଶ୍ବର ଅଗ୍ରଣୀ ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ ସହ ସବୁଠୁ ବଡ ଏକକ ଚୁକ୍ତି ମଧ୍ୟ । ଆଗକୁ ଏହି ପ୍ରକ୍ରିୟାରେ ବିମାନର ଇଞ୍ଜିନ ଚୟନ କରାଯିବ । ଏହି ଚୁକ୍ତିରେ ଦୁଇ ପ୍ରକାର ବିମାନ କ୍ରୟ କରିବା ପାଇଁ ସର୍ତ୍ତାବଳି ରହିଛି । ଏହି 5ଶହ ବିମାନ ମଧ୍ୟରେ A320 ଓ A321 ମଡେଲର ବିମାନ ରହିବ ।

ଆଜି (ସୋମବାର) ପ୍ୟାରିସ୍ ଏୟାର ସୋ’ 2023 ରେ ଇଣ୍ଡିଗୋ ଏୟାରଲାଇନ୍ସର ବୋର୍ଡର ଅଧ୍ୟକ୍ଷ ଭି. ସୁମନ୍ତରନ ଓ ନିର୍ମାତା କମ୍ପାନୀ ‘ଏୟାରବସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଗୁଇଲାମ୍ ଫୌରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଐତିହାସିକ ଚୁକ୍ତି ପ୍ରକ୍ରିୟାରେ ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଏବଂ ଏୟାରବସର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଖ୍ରୀଷ୍ଟିଆନ ସ୍କେୟାର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଐତିହାସିକ ଚୁକ୍ତିନାମା ସ୍ବାକ୍ଷର ପରେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ କହିଛନ୍ତି, ପରବର୍ତ୍ତୀ ଦଶନ୍ଧିରେ ଇଣ୍ଡିଗୋ ନିକଟରେ 1000 ବିମାନ ଥିବ । ଏହି ଚୁକ୍ତି ମାଧ୍ୟମରେ ଭାରତରେ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ଏକତା ଏବଂ ଗତିଶୀଳତାକୁ ବଢାଇବା ପାଇଁ ସଂସ୍ଥା ନିଜର ମିଶନ ପୂରଣ କରିବାକୁ ସକ୍ଷମ ହେବ । ଇଣ୍ଡିଗୋ ନିକଟରେ ଏବେ ପ୍ରାୟ 3 ଶହ ବିମାନ ଅପରେସନାଲ ମୋଡରେ ରହିଛି । ପୂର୍ବରୁ ହୋଇଥିବା ଚୁକ୍ତି ପରେ ଏହି ସଂଖ୍ୟା 480 ରେ ପହଞ୍ଚିଥିଲା । ଏବେ 5 ଶହ ନୂଆ ବିମାନ କ୍ରୟ ଚୁକ୍ତି ପରେ ଆଗମୀ ଦଶନ୍ଧିରେ ସଂସ୍ଥାର ବିମାନ ସଂଖ୍ୟା 1 ହାଜରରେ ପହଞ୍ଚିବ । ସଂସ୍ଥା ଏବେ ପ୍ରାୟ 3 ଶହ ବିମାନ ସହ ଦୈନିକ ପ୍ରାୟ 18ଶହ ଉଡାଣ ଅପରେସନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.