ETV Bharat / bharat

Omicron Update: ବଢୁଛି ଓମିକ୍ରନ ଭୟ, ସଂକ୍ରମିତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି - ଭାରତ ଓମିକ୍ରନ ଅପଡେଟ୍

ଭାରତରେ କାୟା ମେଲାଇଲାଣି ଓମିକ୍ରନ ଭାରିଆଣ୍ଟ । ଦେଶରେ ମୋଟ ମାମଲା ୨୩୮କୁ ବୃଦ୍ଧି । ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Omicron Update: ବଢୁଛି ଓମିକ୍ରନ ଭୟ, ସଂକ୍ରମିତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି

author img

By

Published : Dec 23, 2021, 7:01 AM IST

Updated : Dec 23, 2021, 9:28 AM IST

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଲାଣି ଓମିକ୍ରନ । ଦିନକୁ ଦିନ ହୁ ହୁ ହୋଇଛି ମାଡି ଚାଲିଛି ନୂଆ ଭାରିଆଣ୍ଟ । ଇତିମଧ୍ୟରେ ଉତ୍ତରାଖଣ୍ଡରେ ରାଜ୍ୟର ପ୍ରଥମ ଓମିକ୍ରନ ମାମଲା ପ୍ରକାଶ ପାଇଛି । ସେହିପରି ବୁଧବାର ଗୋଟିଏ ଦିନରେ ତେଲେଙ୍ଗାନାରୁ ୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟରୁ ୫, କେରଳରୁ ୯ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଛି ।

ଓମିକ୍ରନ ଅଧିକ ସଂକ୍ରାମକ ଅଟେ । ତେଣୁ ଏହାରୁ ମୁକାବିଲା ପାଇଁ ଆବଶ୍ୟକସ୍ଥଳେ ୱାର ରୁମ୍ ଏବଂ ସ୍ଥାନୀୟ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବାକୁ କେନ୍ଦ୍ର ପକ୍ଷରୁ ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କୁହାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ କଣ୍ଟେନମେଣ୍ଟ ଫେରିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯିବା ସହ ଭିଡରୁ ଦୂରେଇ ରଖିବା ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ହରିୟାଣା ସରକାର ମଧ୍ୟ ରାଜ୍ୟରେ ବିଭିନ୍ନ ସପିଂ ମଲ, ହୋଟେଲ, ରେସ୍ତୋରାଁ, ବିବାହ, ସିନେମା ହଲ, ବ୍ୟାଙ୍କ ଏବଂ ଅନ୍ୟ ଭିଡ ସ୍ଥାନରେ ଉଭୟ ଡୋଜ ଟିକା ନେଇନଥିବା ବ୍ୟକ୍ତିଙ୍କ ପ୍ରବେଶକୁ ବାରଣ କରିଛନ୍ତି ।

ଏବେ ସୁଦ୍ଧା ଏହି ନୂଆ ଭାଇରସ ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବେଶ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମୋଟ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୦ ଜଣ ଆକ୍ରାନ୍ତ ହୁଏତ ସୁସ୍ଥ ହୋଇସାରିଛନ୍ତି ନଚେତ୍ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ପ୍ରତିଦିନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଇଁ ଚାଲିଛି ଓମିକ୍ରନ । ବିଶ୍ବବ୍ୟାପୀ ସଂକ୍ରମଣ ବ୍ୟାପକ ହେଉଥିବାବେଳେ ଟ୍ରାକକୁ ଫେରିଥିବା ଅର୍ଥନୀତି ପୁଣି ଲାଇନଚ୍ୟୁତ ହେବାର ଆଶଙ୍କା କରାଯାଉଛି । ଯାହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ଆଗକୁ ନୂଆବର୍ଷ ଏବଂ ଖ୍ରୀଷ୍ଟମାସ ଥିବାବେଳେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଦୃଷ୍ଟିରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି ।

Last Updated : Dec 23, 2021, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.