ETV Bharat / bharat

LOCରେ ଶତ୍ରୁକୁ ଟାର୍ଗେଟ କରିବ ଭାରତୀୟ ସେନାର ତ୍ରିଶୂଳ - ସ୍ବୟଂଚାଳିତ ବନ୍ଧୁକ ତ୍ରିଶୂଳ

ଡିଫେନ୍ସ ଏକ୍ପପୋ ୨୦୨୨ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତ୍ରିଶୂଳ ବନ୍ଧୁକ । LOCରେ ଶତ୍ରୁକୁ ଟାର୍ଗେଟ କରିବ ଏହି ସ୍ବୟଂଚାଳିତ ବନ୍ଧୁକ । ଅଧିକ ପଢନ୍ତୁ

LOCରେ ଶତ୍ରୁକୁ ଟାର୍ଗେଟ କରିବ ସ୍ବୟଂଚାଳିତ ତ୍ରିଶୂଳ ବନ୍ଧୁକ

author img

By

Published : Oct 21, 2022, 10:55 AM IST

ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗରରେ ଚାଲିଥିବା ଡିଫେନ୍ସ ଏକ୍ପପୋ ୨୦୨୨ (Defence Expo 2022) ଭାରତ ନିର୍ମିତ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନୀ ଅଟେ । ଏହି ପ୍ରଦର୍ଶନୀରେ ଭାରତୀୟ କମ୍ପାନୀ ଅଂଶଗ୍ରହଣ କରୁଥିବାବେଳେ ମେଡ୍ ଇନ ଇଣ୍ଡିଆ ଉପକରଣମାନ ରହିଛି । ଏଥିରେ ପ୍ରଦର୍ଶିତ ଭାରତୀୟ ସେନାର ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟରେ ତ୍ରିଶୁଳ ବନ୍ଧୁକ ଦେଖିବାକୁ ମିଳିଛି । ଏହି ବନ୍ଧୁକ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ତ୍ରିଶୁଳ ଏକ ସ୍ବଂୟଚାଳିତ ବନ୍ଧୁକ ଅଟେ, ଯାହାକି ଶତ୍ରୁ ରାଡାରକୁ ଆସିବା ମାତ୍ରେ ଆପେ ଆପେ ତାକୁ ଟାର୍ଗେଟ କରିଥାଏ । ଏହି ଅତ୍ୟାଧୁନିକ ବନ୍ଧୁକକୁ ଏଲଓସିରେ ରଖାଯିବ ।

ଜଣେ ସେନା ଅଧିକାରୀଙ୍କ କହିବା ମୁତାବକ, ତ୍ରିଶୂଳ ଏକ ରୋବୋଟିକ୍ ବନ୍ଧୁକ ଅଟେ । ଏହା ସେନସର ଦ୍ବାରା କାର୍ଯ୍ୟ କରିଥାଏ । ଏହି ବନ୍ଧୁକର ଚାଳନା ପାଇଁ କୌଣସି ଅପରେଟରର ଆବଶ୍ୟକତା ନଥାଏ । ଯଦି କୌଣସି ଶତ୍ରୁ ୩୦୦ ମିଟର ସୀମା ମଧ୍ୟରେ ପ୍ରବେଶ କରେ, ଏଥରୁ ସ୍ବୟଂଚାଳିତ ଭାବେ ଫାୟାରିଂ ହୋଇଥାଏ । ବନ୍ଧୁକ ନିଜେ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିଥାଏ । ତ୍ରିଶୂଳର ଅନ୍ୟ ଏକ ବିଶେଷତ୍ବ ହେଉଛି, ଏହା ମଣିଷ, ପଶୁ ପକ୍ଷୀ ଏବଂ ଯାନବାହନ ଇଦ୍ୟାଦି ମଧ୍ୟରେ ପାର୍ଥକ୍ୟ ଜାଣିପାରେ । ଏହାପରେ ହିଁ ଶତ୍ରୁକୁ ଟାର୍ଗେଟ କରିଥାଏ ।

ଏହାମଧ୍ୟ ପଢନ୍ତୁ: Defence Expo 2022: ଆଜିଠୁ ଆରମ୍ଭ ହେଲା, ବିଶ୍ୱ ଦେଖିବ ଭାରତର ଶକ୍ତି

ପ୍ରାଥମିକ ପର୍ଯ୍ୟାୟରେ ତ୍ରିଶୂଳ ବନ୍ଧୁକର ରେଞ୍ଜ ୩୦୦ ମିଟର ରଖାଯାଇଛି । ଅର୍ଥାତ୍ ୩୦୦ ମିଟର ସୀମା ମଧ୍ୟରେ ଏହା ଶତ୍ରୁ ଉପରେ ଆକ୍ରମଣ କରିଥାଏ । ତେବେ ଆବଶ୍ୟକ ପଡିଲେ ଏଥିରେ କେବଳ ଏକ ସେନସର ଲଗାଯାଇ ଏହାର ରେଞ୍ଜ ବଢାଯାଇ ପାରିବ । ଏହି ବନ୍ଧୁକ ସର୍ବାଧିକ ଦୁଇ କିଲୋମିଟର ଯାଏଁ ଶତ୍ରୁଙ୍କୁ ଭେଦ କରିପାରିବ । ରାତିଦିନ ସବୁ ସମୟରେ ଏହା କାର୍ଯ୍ୟ କରିବ । ତେବେ ତ୍ରିଶୂଳକୁ ମଞ୍ଜୁରୀ ମିଳିବା ପରେ ଏହାକୁ ଏଲଓସି ନିକଟରେ ରଖାଯିବ ବୋଲି ସେନା ଅଧିକାରୀ କହିଛନ୍ତି । ଏହି ବନ୍ଧୁକ ସମ୍ପୂର୍ଣ୍ଣ ରୂପେ ମେଡ୍ ଇନ ଇଣ୍ଡିଆ ଅଟେ । ଆଗାମୀ ଦିନରେ ଭାରତୀୟ ସେନା ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ର ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

ପ୍ରକାଶଥାଉ କି, ପ୍ରତି ଦୁଇ ବର୍ଷରେ ଥରେ ଡିଫେନ୍ସ ଏକ୍ସପୋର ଆୟୋଜନ ହୋଇଥାଏ । ଚଳିତ ବର୍ଷ ଏହାର ଦ୍ବାଦଶ ସଂସ୍କରଣ । ଗତ ୧୮ ତାରିଖରୁ ଶକ୍ତି ଡିଫେନ୍ସ ଏକ୍ସପୋ 2022 (Defence Expo 2022) ଆରମ୍ଭ ହୋଇଥିବାବେଳେ ୫ ଦିନ ଯାଏଁ ଏହା ଚାଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.