ETV Bharat / bharat

ଆସିଲା ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଟିକା, DCGI ଅନୁମୋଦନ ପାଇଲା ଭାରତ ବାୟୋଟେକ

author img

By

Published : Sep 6, 2022, 4:36 PM IST

ଆସିଲା ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ ଟିକା । ଭାରତୀୟ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ବାରା ବିକଶିତ ଇଣ୍ଟ୍ରାନାଜାଲ ଟିକାକୁ ଅନୁମୋଦନ ଦେଲା DCGI (intranasal vaccine by Bharat Biotech )। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଲେ କୋଭିଡ ବିରୋଧୀ ଲଢେଇରେ ବଡ ସଫଳତା । ଅଧିକ ପଢନ୍ତୁ

ଆସିଲା ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଟିକା, DCGI ଅନୁମୋଦନ ପାଇଲା ଭାରତ ବାୟୋଟେକ
ଆସିଲା ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଟିକା, DCGI ଅନୁମୋଦନ ପାଇଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ କୋଭିଡ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ଭାରତ ବାୟୋଟେକକୁ ଆଉ ଏକ ବଡ ସଫଳତା । ସଂସ୍ଥା ବିକଶିତ କରିଥିବା ଇଣ୍ଟ୍ରାନାଜାଲ ଭ୍ୟାକସିନକୁ (intranasal vaccine by Bharat Biotech )ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି DCGI । ଏଥିସହିତ ଭାରତରେ ପ୍ରଥମ ନାଜାଲ ଟିକା ଭାବେ ଏହା ଉପଲବ୍ଧ ହେବାକୁ ଯାଉଛି (intranasal vaccine by Bharat Biotech intranasal vaccine by in India)। ଏହି ଅନୁମୋଦନ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି । ଭାରତର କୋଭିଡ ବିରୋଧୀ ଲଢେଇକୁ ଏହା ବଳ ଯୋଗାଇଇବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

  • Big Boost to India's Fight Against COVID-19!

    Bharat Biotech's ChAd36-SARS-CoV-S COVID-19 (Chimpanzee Adenovirus Vectored) recombinant nasal vaccine approved by @CDSCO_INDIA_INF for primary immunization against COVID-19 in 18+ age group for restricted use in emergency situation.

    — Dr Mansukh Mandaviya (@mansukhmandviya) September 6, 2022 " class="align-text-top noRightClick twitterSection" data=" ">

ଏକ ଟ୍ବିଟରେ ମାଣ୍ଡଭ୍ୟ କହିଛନ୍ତି, ‘‘ଭାରତର କୋଭିଡ ବିରୋଧୀ ଲଢେଇରେ ଏହା ଏକ ବଡ ସଫଳତା । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାଜାଲ ଭ୍ୟାକସିନ (ChAd36-SARS-CoV-S COVID-19 ) କୁ ଡ୍ରଗ୍ସ ନିୟାମକ ସଂସ୍ଥା DCGI ବ୍ୟବହାରିକ ଅନୁମୋଦନ ଦେଇଛି । 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ଏହା ଜରୁରୀକାଳୀନ ଭାବେ ବ୍ୟବହାର ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ତାର ଗବେଷଣା, ସମ୍ବଳ ଓ ସାମଗ୍ରିକ ସମନ୍ବୟରେ କୋଭିଡ ବିରୋଧୀ ଲଢେଇରେ ଭଲ ପ୍ରଦର୍ଶନ କରି ଆସିଛି । ’’

ଭାରତୀୟ ଫାର୍ମା କମ୍ପାନୀ ‘‘ଭାରତ ବାୟୋଟେକ’’ ପୂର୍ବରୁ ମଧ୍ୟ କୋଭିଡ ଟିକା ଓ ପରବର୍ତ୍ତୀ ସମୟରେ କୋଭିଡ ବୁଷ୍ଟର ସଫଳତାର ସହ ବିକଶିତ କରି ସାରିଛି । ବୁଷ୍ଟର ଡୋଜ ଆସିବା ପରେ ଦେଶବ୍ୟାପୀ ଜାରି ରହିଥିବା କୋଭିଡ ଟୀକାକରଣରେ ସିରିଞ୍ଜ ବ୍ୟବହାରକୁ ଏଡାଇବା ପାଇଁ ‘ନାଜାଲ ଭ୍ୟାକସିନ’ ବା କେବଳ ଡ୍ରପ ଆକାରରେ ନାକରେ ଦିଆଯିବାକୁ ଥିବା ଟିକା ବିକଶିତ କରିବା ନେଇ ଗୁରୁତ୍ବ ଦିଆଯାଇଥିଲା । ଏନେଇ ଭାରତ ବୋୟେଟେକ ସମେତ ସେରମ ଓ ଅନ୍ୟ କିଛି ଅଗ୍ରଣୀ ଫାର୍ମା ସଂସ୍ଥା ମିଶନ ଜାରି ରଖିଛନ୍ତି । ଏବେ ଏହି କ୍ଷେତ୍ରରେ ପ୍ରଥମ ସଫଳତା ପାଇଛି ଭାରତ ବାୟୋଟେକ ।

ସୂଚନା ଥାଉକି, ଭାରତ ବାୟୋଟେକ ଦେଶରେ ସର୍ବ ପ୍ରଥମ କୋଭିଡ ଟିକା "କୋଭାକ୍ସିନ" ବିକଶିତ କରିଥିଲା । ଏହା ଦେଶର ପ୍ରଥମ ଟିକା ଭାବେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ପ୍ରଦାନ କରିଥିଲା DCGI । ଏହା ପରେ ପରେ ସେରମ ସଂସ୍ଥା "କୋଭାସିଲ୍ଡ" ଟିକା ବିକଶିତ କରିଥିଲା । ଏହି ଦୁଇଟି ଟିକା ଦେଶରେ ସଫଳତାର ସହିତ ବହୁଳ ବ୍ୟବହୃତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.