ETV Bharat / bharat

ଉତ୍ତରାଖଣ୍ଡରେ ରହିଛି ଦେଶର ପ୍ରଥମ ହିମାଳୟ ମସଲା ବଗିଚା, କଣ ରହିଛି ବିଶେଷ୍ବତ ?

author img

By

Published : Aug 6, 2022, 1:02 PM IST

ଉତ୍ତରାଖଣ୍ତର ଅଲମୋରା ଜିଲ୍ଲାରେ ରହିଛି ଦେଶର ପ୍ରଥମ ହିମାଳୟ ସ୍ପାଇସ ଗାର୍ଡନ । ଯେଉଁଠା ମିଳେ ୩୦ରୁ ଅଧିକ ମସଲା । ହିମାଳୟ ସ୍ପାଇସ ଗାର୍ଡନକୁ ପଦ୍ମଶ୍ରୀ ଶେଖର ପାଠକ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

Himalayan Spice Garden:ସ୍ପାଇସ ଗାର୍ଡେନରେ ରହିଛି ୩୦ରୁ ଅଧିକ ମସଲା ଗଛ

ଡେରାଡୁନ: ଖାଦ୍ୟରେ ମସଲା ବିନା କିଛି ମଜା ନ ଥାଏ । ମସଲା ଟିକେ ଖାଦ୍ୟରେ ମିଶିଲେ ତାହାର ସ୍ବାଦ ଆହୁରି ବଢିଥାଏ । ଉତ୍ତରାଖଣ୍ତରେ ରହିଛି ଏକ ମସଲା ଗାର୍ଡେନ । ଯେଉଁଠି ରହିଛି ବିଭିନ୍ନ ପ୍ରକାର ମସଲା ଗଛ । ଉତ୍ତରଖଣ୍ତର ଅଲମୋରା ଜିଲ୍ଲାରେ ରହିଛି ଦେଶର ପ୍ରଥମ ହିମାଳୟ ସ୍ପାଇସ ଗାର୍ଡନ । ଆଲମୋରା ରାନିଖେଟ (Almora district,Ranikhet)ରେ ୪ ଏକର ସ୍ଥାନରେ ରହିଛି ଏ ମସଲା ବଗିଚା ।

ଯେଉଁଠାରେ ୩୦ ପ୍ରକାରର ମସଲା ଗଛ ରହିଛି । ଉତ୍ତରକାଶୀ ଜିଲ୍ଲାର(Bhaironghati) ଭାଇରଘୋଟି ଅଞ୍ଚଳରେ ଗୋଲମରିଚ,ହିଙ୍ଗୁ ଓ ହିମାଳୟର ପ୍ରମୁଖ ମସଲା ଏଇ ଠାରୁ ହିଁ ମିଳେ । ମସଲା ବଗିଚା ପାଇଁ (JICA) ପକ୍ଷରୁ ମଧ୍ୟ ଆର୍ଥିକ ଅନୁଦାନ ମିଳୁଛି । ବନ ବିଭାଗର ଉଦ୍ୟମ କ୍ରମେ ମସଲା ବଗିଚାରେ ରହିଛି ବିଭିନ୍ନ ପ୍ରକାରର ମସଲା ଜାତୀୟ ଗଛ । ଯେପରି କଳା ଜିରା, ଜୁଆଣୀ, ଚିନାବାଦାମ, ଭୃସଙ୍ଗା, ଗୋଲମରିଚ, ବଦ୍ରି ତୁଳସୀ, କେଶର, ଲଙ୍କା ଓ ହଳଦୀ ,ତେଜପତ୍ର ଭଳି ଭଳିକି ଭଳି ମସଲା ଗଛ ଭରି ରହିଛି ଏହି ବଗିଚାରେ ।

ଏହି ମସଲା ବଗିଚାକୁ ନେଇ ଜଙ୍ଗଲ ସଂରକ୍ଷଣକାରୀ ସଞ୍ଜୀବ ଚରୁର୍ବେଦୀ (Chief Conservator of Forests Sanjeev Chaturvedi) କୁହନ୍ତି ଯେ, ‘‘ହିମାଳୟ ସ୍ପାଇସ ଗାର୍ଡନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିମାଳୟ ଅଞ୍ଚଳର ବିଭିନ୍ନ ମସଲାକୁ ଲୋକପ୍ରିୟ କରିବା । ଯାହାଫଳରେ ସ୍ପାଇସ ଗାର୍ଡେନ ବିଷୟରେ ଲୋକ ଜାଣିପାରିବେ । ଏହି ମସଲାଗୁଡ଼ିକ ଅତ୍ୟଧିକ ପୁଷ୍ଟିକର ଆଉ ସ୍ବାଦିଷ୍ଟ । କାହିଁ କେଉଁ ପୁରାତନ କାଳରୁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି । କିନ୍ତୁ କୌଣସି କାରଣରୁ ଏ ମସଲା ଗୁଡିକ ଦେଶର ଅନ୍ୟ ସ୍ଥାନ ଗୁଡିକରେ ଅଧିକ ଲୋକପ୍ରିୟ ହୋଇପାରିନାହିଁ । ତେବେ ଏହି ମସଲା କେବଳ ଦେଶରେ ପରିଚୟ ଲାଭ କରିବ ତା ନୁହେଁ ଏହା ଦ୍ବାରା ଏସଏଚଜି ଗ୍ରୁପ ଆତ୍ମନିର୍ଭରଶୀଳ ହୋଇପାରିବ ।’’

ଏଠାରୁ ଉତ୍ପାଦିତ ହେଉଥିବା କଳା ଜିରା ଶରୀର ପାଇଁ ବେଶ ଲାଭଦାୟକ । ଏହା ବେଶ ପୁଷ୍ଟିକର ମସଲା ବୋଲି କୁହାଯାଏ । ଏଠାରେ ଉପଲବ୍ଧ ହେଉଥିବା ସୋରିଷ (jakhya) ମଧ୍ୟ ବିଭିନ୍ନ ପ୍ରକାର ତରକାରୀରେ ବ୍ୟବହାର ହୋଇଥାଏ । ଗନ୍ଧରାୟଣୀ (Gandharayani) ନାମକ ଏକ ପ୍ରକାର ମସଲା ଗଛ ଏଠାରେ ରହିଛି । ଡାଲିରେ ସ୍ବାଦ ବଢାଇବା ପାଇଁ ଏହାକୁ ବ୍ୟବହାର କରାଯାଏ । ବିଶେଷକରି ଏଠାର ଏକ ପ୍ରକାର ଲଙ୍କା ଚାଷ ହୋଇଥାଏ । ଯାହାକୁ ସାଧାରଣତଃ ଗରମ ମସଲା ଭାବେ ବ୍ୟବହାର କରାଯାଇଥାଏ । ଯେଉଁଥିରେ ଭିଟାମିନ୍ ଭରପୂର ରହିଛି । ଏହି ହିମାଳୟ ସ୍ପାଇସ ଗାର୍ଡନକୁ ପଦ୍ମଶ୍ରୀ ଶେଖର ପାଠକ ଉଦଘାଟନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.