ETV Bharat / bharat

Humanitarian aid to Afghanistan: ଆଫଗାନିସ୍ତାନରେ ପହଞ୍ଚିଲା ୨୫୦୦ ଟନ କ୍ବିଣ୍ଟାଲ ଗହମ

author img

By

Published : Feb 26, 2022, 10:25 PM IST

ଆଫଗାନିସ୍ତାନରେ ପହଞ୍ଚିଲା ଭାରତରୁ ପଠାଯାଇଥବା 2500 ଟନ୍ ଗହମ । ମଙ୍ଗବାର ଓ୍ବାଘା-ଅଟ୍ଟାରୀ ଅନ୍ତର୍ଜାତୀୟ ସୀମାରେ ଏହାକୁ ଶୁଭାରମ୍ଭ କରିଥିଲେ ବୈଦେଶିକ ସଚିବ ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ଅଧିକ ପଢନ୍ତୁ

humanitarian aid to Afghanistan: ଆଫଗାନିସ୍ତାନରେ ପହଞ୍ଚିଲା ୨.୫୦୦ ଟନ କ୍ବିଣ୍ଟାଲ ଗହମ

ନୂଆଦିଲ୍ଲୀ: ଭାରତରୁ ମାନବୀୟ ସହାୟତା ସ୍ବରୂପ ଆଫଗାନ୍ତିସ୍ତାନକୁ ପଠାଯାଇଥିବା 2,500 ଟନ୍ ଗହମ ଆଜି (ଶନିବାର) ଆଫଗାନିସ୍ତାନର ଜଲାଲାବାଦରେ ପହଞ୍ଚିଛି । ଆଫଗାନିସ୍ତାନର ରାଷ୍ଟ୍ରଦୁତ ଫରିଦ ମାମୁନ୍ଦଜାଇ ଏନେଇ ସୂଚନା ଦେବା ସହ ଭାରତକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ଭାରତର ବୈଦେଶିକ ସଚିବ ଡ.ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପଞ୍ଜାବର ଅଟ୍ଟାରୀ-ୱାଘା ଅନ୍ତର୍ଜାତୀୟ ସୀମାରେ ଆଫଗାନିସ୍ତାନର ରାଷ୍ଟ୍ରଦୁତ ଫରିଦ ମାମୁନ୍ଦଜାଇଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତାଲିବାନ ସଙ୍କଟ ବେଳେ ଆଫଗାନିସ୍ତାନକୁ ମାନବିକ ସହାୟତା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଜାରି ରହିଥିବା ଅଭିଯାନରେ ଭାରତ ମଧ୍ୟ ସାମିଲ ହୋଇ ଏହି ନିଷ୍ପତ୍ତି ନେଇଥିଲା ।

humanitarian aid to Afghanistan: ଆଫଗାନିସ୍ତାନରେ ପହଞ୍ଚିଲା ୨୫୦୦ ଟନ କ୍ବିଣ୍ଟାଲ ଗହମ

ଗୃହଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନବାସୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ 50,000 ମେଟ୍ରିକ ଟନ ଗହମ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏହି ଯୋଗାଣ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (FCI) ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଅଟ୍ଟାରୀ ବର୍ଡର ଦେଇ ଭାରତରୁ ଆଫଗାନିସ୍ତାନର ଜଲାଲାବାଦକୁ ପରିବହନ କରାଯିବ। ତେବେ ଆଜି ୨,୫୦୦ ମେଟ୍ରିକ ଟନର ଗହମ ପହଞ୍ଚି ସାରିଥିବା ବେଳେ ଅବଶିଷ୍ଟ ପରିମାଣ ମଧ୍ୟ ଖୁବ ଶୀଘ୍ର ଆଫଗାନିସ୍ତାନକୁ ଯୋଗାଯିବା ନେଇ ସୂଚନା ମିଳିଛି ।

ତାଲିବାନ ସଙ୍କଟ ପରେ ଆଫଗାନିସ୍ତାନର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତ ଦ୍ୱାରା ଆଫଗାନିସ୍ତାନକୁ ମାନବିକ ସହାୟତା ଏକ ଆଶାର କିରଣ ଭଳି । ଭାରତ ପୂର୍ବରୁ 500,000 ଡୋଜ୍ କୋଭାକ୍ସିନ, 13ଟନ୍ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ ଏବଂ 500 ୟୁନିଟ୍ ଶୀତକାଳୀନ ପୋଷାକ ମଧ୍ୟ ଯୋଗାଇ ସାରିଛି । ଏହି ଜରୁରୀ ସାମଗ୍ରୀଗୁଡିକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରିଆରେ କାବୁଲସ୍ଥିତ ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.