ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ ୫୨.୮୯ ( ୫୨, ୮୯, ୨୭, ୮୪୪) କୋଟି ଅତିକ୍ରମ କରିଛି । ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ଏକ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ଦେଶରେ ଗୋଟିଏ ଦିନରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟୀକାକରଣ ହୋଇଛି ।
୨୭ ଲକ୍ଷ ୮୩ ହଜାର ୬୪୯ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧୮ରୁ ୨୨ ବର୍ଷର ହିତାଧିକାରୀ ୪ଲକ୍ଷ ୮୫ ହଜାର ୧୯୩ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି । ମୋଟ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କୁ ୧୮କୋଟି ୭୬ ଲକ୍ଷ ୬୩ ହଜାର ୫୫୫ ଜଣ ପ୍ରଥମ ଡୋଜ ନେଇଛନ୍ତି । ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ପାଞ୍ଚଟି ରାଜ୍ୟ 18ରୁ ୪୪ ବର୍ଷ ବୟସରେ ହିତାଧିକାରୀଙ୍କୁ ୧ କୋଟିରୁ ଅଧିକ ଡୋଜ ଟିକା ନେଇଥିବା ମନ୍ତ୍ରଣାଳୟ କହୁଛି ।
@ANI