ନୂଆଦିଲ୍ଲୀ: କୋଭିଡକୁ ମାତ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଏହାରି ମଧ୍ୟରେ ଦେଶରେ 104.04 କୋଟି ( 1,04,04,99,873) ଟୀକାକରଣ ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଦେଶରେ ଗତ ୨୪ ଘଣ୍ଚା ମଧ୍ୟରେ ୪୯ ଲକ୍ଷ ୯ ହଜାର ୨୫୯ ଟୀକାକରଣ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବତ ଆଜି ସକାଳ ୭ ସମୟରେ ଟୀକାକରଣ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । 1 କୋଟି 3 ଲକ୍ଷ 62 ହଜାର 667 ସେସନ ମାଧ୍ୟମରେ ଦେଶରେ 1,04,04,99,873 ଟୀକାକରଣ ହୋଇଛି ବୋଲି ଏଥିରେ ଦର୍ଶାଯାଇଛି ।
ସେପଟେ, ଗତ ୨୪ ଘଣ୍ଚା ମଧ୍ୟରେ ଦେଶରେ ୧୬, ୧୫୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ୧, ୬୦ ,୯୮୯ ସକ୍ରିୟ ସଂକ୍ରମିତ ରହିଛନ୍ତି । ଯାହା ୨୪୩ ଦିନ ମଧ୍ୟରେ ସବୁଠୁ କମ ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି ବୋଲି କୁହାଯାଇପାରିବ । ୦.୪୭ ପ୍ରତିଶତ ସଂକ୍ରିୟ ସଂକ୍ରମିତ ରହିଛନ୍ତି । ଯାହା ମାର୍ଚ୍ଚ ୨୦୨୦ ପରଠାରୁ ସର୍ବନିମ୍ନ । ତେବେ, ଦେଶରେ ଗତ ୨୪ ଘଣ୍ଚାରେ ୧୨,୯୦,୯୦୦ ସାମ୍ପୁଲ ଟେଷ୍ଟ କରାଯାଇଛି । ତେବେ ଏଯାଏଁ ଦେଶରେ ୬୦,୪୪,୯୮,୪୦୫ ସାମ୍ପୁଲ ଟେଷ୍ଟ ହୋଇଛି । ତେବେ ଜାନୁଆରୀ ୧୬ରେ କୋଭିଡ ଟୀକାକରଣ ଡ୍ରାଇଭ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେବେଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଦେଶରେ ଜୋରଦାର ହେଉଛି । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ ।
@ANI