ETV Bharat / bharat

ଭାରତରେ କୋରୋନା ନେଇଛି ୪୯ ଲକ୍ଷ ପ୍ରାଣ ! - କୋରୋନା ମୃତ୍ୟୁ

ଭାରତରେ କୋରୋନା ୪୯ ଲକ୍ଷ ଲୋକଙ୍କ ପ୍ରାଣ ନେଇଥିବା ଦାବି କରିଛି ଆମେରିକାର ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ । ଅଧିକ ପଢନ୍ତୁ...

ଭାରତରେ କୋରୋନା ନେଇଛି ୪୯ ଲକ୍ଷ ପ୍ରାଣ !
ଭାରତରେ କୋରୋନା ନେଇଛି ୪୯ ଲକ୍ଷ ପ୍ରାଣ !
author img

By

Published : Jul 21, 2021, 7:45 PM IST

ନୂଆଦିଲ୍ଲୀ: ଭାରତକୁ ଦୋହଲାଇ ଦେଇଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ଭୟାବହତା ମଧ୍ୟରେ ମହାମାରୀ ରଚିଛି ମୃତ୍ୟୁର ବିଭିଷୀକା । ଜୁନ ୨୦୨୧ସୁଦ୍ଧା କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୪ ଲକ୍ଷରେ ପହଁଞ୍ଚିଥିବା ସରକାରୀ ରିପୋର୍ଟ କହୁଛି । ହେଲେ ସରକାରୀ ରିପୋର୍ଟଠାରୁ ବାସ୍ତବତାର ଚିତ୍ର ଅତ୍ୟନ୍ତ ଭୟାନକ ।

ସ୍ଥିତି ସଙ୍ଗୀନ ନେଇ ଅନୁମାନ ଲଗାଇଛି ଆମେରିକାର ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ । ଭାରତରେ କୋରୋନା ୪୯ ଲକ୍ଷ ଲୋକଙ୍କ ପ୍ରାଣ ନେଇଥିବା ଦାବି କରିଛି ସେଣ୍ଟର । ଭାରତରେ କୋରୋନା ଦ୍ବିତୀୟ ଲହରୀର ବିଭାଜନ ପରର ସବୁଠ ବଡ ବିପର୍ଯ୍ୟସ୍ତ ବୋଲି କହିଛି ରିପୋର୍ଟ ।

ଏହି ଷ୍ଟଡି ସେରୋ ସର୍ଭେ, ହାଉସହୋଲ୍ଡ ଡାଟା, ଓ ଅଫିସିଆଲ ଡାଟା ଉପରେ ଆଧାରିତ । ଏହି ଷ୍ଟଡି ଭାରତରେ କୋରୋନାରୁ ହୋଇଥିବା ମୃତ୍ୟୁର କମ ରିପୋର୍ଟିଂର ସଙ୍କେତ ଦେଇଛି । ଭାରତରେ କୋରୋନା ୩୪ ଲକ୍ଷରୁ ୪୯ ଲକ୍ଷ ଲୋକଙ୍କ ପ୍ରାଣ ଯାଇଥିବା ଏଥିରେ ଦାବି କରାଯାଇଛି ।

ପ୍ରଥମ ଲହରୀ ଅଧିକ ଘାତକ ରହିଥିଲା । ଏହେ ମୃତ୍ୟୁହାର କମ ରହିଥିଲା । ତଥାପି ଏହି ଲହରୀରେ ୨୦ ଲକ୍ଷ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବାସ୍ତବିକ ମୃତ୍ୟୁ ସଂଖ୍ୟା ହାଜାରରେ ନୁହେଁ ଲକ୍ଷ ଲକ୍ଷ ହୋଇଛି ।

ଏହି ରିପୋର୍ଟ ୱାଶିଂଟନ ସ୍ଥିତ ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ ପକ୍ଷରୁ ପ୍ରସ୍ତୁତ ହୋଇଛି । ଏଥିରେ ଭାରତର ପୂର୍ବତନ ଆର୍ଥନୀତି ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ, ହାବର୍ଡ ୟୁନିଭର୍ସିଟିର ଅଭିଷେକ ଆନନ୍ଦ ଓ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟରର ଜଷ୍ଟିସ ସେଣ୍ଡେଫର୍ଡ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.