ETV Bharat / bharat

ଭାରତରେ କୋଭିଡର ଦ୍ବିତୀୟ ଲହର ଚିନ୍ତାଜନକ: WHO ମୁଖ୍ୟ

ଭାରତରେ କୋରୋନାର ଦ୍ବିତୀୟ ଲହର ଅଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ତୀବ୍ର ହେବାରେ ଲାଗିଛି । ଏହାକୁ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ...

WHO ମୁଖ୍ୟ
WHO ମୁଖ୍ୟ
author img

By

Published : May 15, 2021, 10:22 AM IST

ନୂଆଦିଲ୍ଲୀ: ଭାରତରେ କୋରୋନାର ଦ୍ବିତୀୟ ଲହର ଅଧିକ ଲୋକଙ୍କୁ ସଂକ୍ରମିତ କରିବା ସହ ତୀବ୍ର ହେବାରେ ଲାଗିଛି । ଏହାକୁ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଗେବ୍ରେଏସ ଶୁକ୍ରବାର କହିଛନ୍ତି ଯେ, ମହାମାରୀର ଦ୍ବିତୀୟ ଲହର ସମଗ୍ର ବିଶ୍ବ ପାଇଁ ଆତ୍ମଘାତୀ ପ୍ରମାଣିତ ହେବ ।

ଗେବ୍ରେଏସ୍ ଆହୁରି ମଧ୍ୟ କହିଛନ୍ତି ଯେ, WHO ଭାରତରେ କୋଭିଡ-19 ବୃଦ୍ଧିକୁ ନେଇ ଚିନ୍ତିତ ରହିଛି । ହଜାର ହଜାର ଅମ୍ଳଜାନ କନସେନଟ୍ରେଟର୍ସ, ମୋବାଇଲ୍ ଫିଲ୍ଡ ହସ୍ପିଟାଲ୍ ପାଇଁ ଟେଣ୍ଟ, ମାସ୍କ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଇଛି WHO ।

ଗେବ୍ରେଏସ୍ ଦର୍ଶାଇଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି କେବଳ ଭାରତରେ ସୀମିତ ନୁହେଁ । ନେପାଳ, ଶ୍ରୀଲଙ୍କା, ଭିଏତନାମ, କାମ୍ବୋଡିଆ, ଥାଇଲ୍ୟାଣ୍ଡ ଏବଂ ଇଜିପ୍ଟ ଭଳି କେତେକ ଦେଶରେ ସଂକ୍ରମଣ ମାମଲା ଏବଂ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହେବାରେ ଲାଗିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ମହାଦେଶର କେତେକ ଦେଶରେ ଏବେ ସୁଦ୍ଧା ମଧ୍ୟ ବହୁ ସଂଖ୍ୟକ ମାମଲା ରହିଛି । ଏହି ଦେଶଗୁଡିକୁ WHO ଯଥାସମ୍ଭବ ସହାୟତା ଯୋଗାଇବ ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.