ETV Bharat / bharat

ଦେଶରେ ୬୦କୋଟି ଅତିକ୍ରମ କଲା ଟୀକାକରଣ

author img

By

Published : Aug 26, 2021, 1:00 PM IST

ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଗତକାଲି (ବୁଧବାର) ଦେଶରେ ଟୀକାକରଣ ୬୦କୋଟି ଅତିକ୍ରମ କରିଛି । ଅଧିକ ପଢନ୍ତୁ...

ଦେଶରେ ୬୦କୋଟି ଆତିକ୍ରମ କଲା ଟୀକାକରଣ
ଦେଶରେ ୬୦କୋଟି ଆତିକ୍ରମ କଲା ଟୀକାକରଣ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ବିରୋଧୀ ଲଢେଇ । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଗତକାଲି (ବୁଧବାର) ଦେଶରେ ଟୀକାକରଣ ୬୦କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟରରେ ସେୟାର କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶ ଅଭିଯାନରେ ଭାରତ ୬୦କୋଟି ଟୀକାକରଣ ଅତିକ୍ରମ କରିଛି । ଏନେଇ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଟୀକାକରଣର ୨୨୨ ଦିନରେ ୬୬ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

ବୁଧବାର ପର୍ଯ୍ୟନ୍ତ ୪୬କୋଟି, ୫୭ ଲକ୍ଷ ୪ହଜାର ୬୪୭ଜଣ ପ୍ରଥମ ଡୋଜ ନେଇଥିବା ବେଳେ , ୧୩କୋଟି ୬୭ ଲକ୍ଷ ୨୦ହଜାର ୬୨୪ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କୁ ୧କୋଟିରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୮୨, ୭୦, ୯୧୩ ଦ୍ବିତୀୟ ଡୋଜ ଟିକା ଦିଆଯାଇଛି । ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ ୧, ୮୩, ୧୧, ୬୭୯ ପ୍ରଥମ ଡୋଜ ଓ ୧, ୨୭, ୭୪, ୨୮୫ ଦ୍ବିତୀୟ ଡୋଜ ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.