ETV Bharat / bharat

ଭାରତର ସବୁଠୁ ବଡ କାର୍‌ ଚୋର ଦିଲ୍ଲୀରୁ ଗିରଫ, 6000 ମାମଲାରେ ଥିଲା ସମ୍ପୃକ୍ତ

author img

By

Published : Sep 6, 2022, 12:58 PM IST

ଦେଶର ସବୁଠାରୁ ବଡ଼ ଦୁର୍ଦ୍ଦାନ୍ତ ଅପରାଧୀ ତଥା କାର୍‌ ଚୋରକୁ ଧରିବାରେ ସଫଳ ହେଲା ଦିଲ୍ଲୀ ପୋଲିସ । ପ୍ରାୟ 6000 ମାମଲାରେ ସମ୍ପୃକ୍ତ ଥିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

India's biggest car thief arrested in Delhi
ଦିଲ୍ଲୀ ପୋଲିସକୁ ସଫଳତା, ଦେଶର ଦୁର୍ଦ୍ଦାନ୍ତ ଚୋର ଗିରଫ

ନୂଆଦିଲ୍ଲୀ: ରାଜ୍ୟ ପୋଲିସକୁ ବଡ଼ ସଫଳତା । ଦେଶର ସବୁଠାରୁ କାର୍‌ ଚୋରକୁ ଧରିବାରେ ସକ୍ଷମ ହୋଇଛି ଦିଲ୍ଲୀ ପୋଲିସ (India's biggest car thief arrested in Delhi) । ଅଭିଯୁକ୍ତ ଜଣକ ହେଉଛି ଅନୀଲ ଚୌହାନ (Idia biggest car thief Anil Chouhan arrested)। ବର୍ତ୍ତମାନ 200 କେସ୍‌ ତାଙ୍କ ନାମରେ ଥିବା ପୋଲିସ ପକ୍ଷରୁ କୁହାଯାଇଛି । 27 ବର୍ଷର ଅପରାଧିକ ଇତିହାସରେ ଦୁଇ ଥର ତାକୁ ଗିରଫ କରାଯାଇଛି ।

ଅଭିଯୁକ୍ତ ଅନୀଲ ଚୌହାନ ଏକ ଚୋରା କାର୍‌ରେ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଦିଲ୍ଲୀ ଆସିଥିଲା । ବିଶେଷ ସୂତ୍ରରୁ ସୂଚନା ପାଇ ଦିଲ୍ଲୀ କେନ୍ଦ୍ରୀୟ ପୋଲିସର ସ୍ବତନ୍ତ୍ର ଟିମ ଚଢ଼ାଉ କରି ଧରିବାରେ ସଫଳ ହୋଇଛି । ଗିରଫ ବେଳେ 6ଟି ବନ୍ଧୁକ ଏବଂ 7ଟି ଗୁଳି ଜବତ କରିଛି ପୋଲିସ। ଅନୀଲ ତିନୋଟି ବିବାହ କରିଥିବା ଜଣାପଡ଼ିଛି । ପ୍ରାୟ 6000 ଅପରାଧିକ ମାମଲାରେ ସମ୍ପୃକ୍ତି ଥିବାବେଳେ ବର୍ତ୍ତମାନ 200 ମାମଲା ରହିଛି । ଏହି ବ୍ୟକ୍ତି ଜଣକ ପ୍ରାୟ 20 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର ଚୋରିରେ ଲିପ୍ତ ଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି, "ଅନୀଲ ଚୌହାନ କାର ଚୋରି ଆସାମ ଏବଂ ଉତ୍ତର-ପୂର୍ବ ଭାରତରେ ବିକ୍ରି କରୁଥିଲେ। ଅନେକ ଥର ପୋଲିସ ହାତରୁ ଖସିବାରେ ସେ ସଫଳ ହୋଇଛି । ଏହାପରେ ଆସାମରେ ଗଣ୍ଡାର ଶିଙ୍ଗ ଚାଲାଣ କରୁଥିଲା ।" ଅଭିଯୁକ୍ତର ସମସ୍ତ ସମ୍ପତ୍ତିକୁ ଇଡି ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: Encounter in Shopian: ଗୁଳି ବନିମୟ ଜାରି

ସୂଚନା ଥାଉକି, 2015 ମସିହାରେ ଏକ ସ୍ଥାନୀୟ ବିଧାୟକଙ୍କ ସହ ଅନୀଲକୁ ଆସାମ ପୋଲିସ ଧରିଥିଲା । ଏହାପରେ ପୁଣି ଗାଡ଼ି ଚୋରିରେ ଲିପ୍ତ ରହି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସ ଅନୀଲକୁ ଗିରଫ କରି ହେପାଜତରେ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.