ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ବ ସଂକଟ ମଧ୍ୟରେ ପୁଣିଥରେ ରାହୁଲଙ୍କୁ ଅଧ୍ୟକ୍ଷ କରିବା ପାଇଁ ଉଠୁଛି ଦାବି । 2019 ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶଜନକ ପ୍ରଦର୍ଶନ ପରେ ନୈତିକତା ଦୃଷ୍ଟିରୁ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ।
ଜାତୀୟ କଂଗ୍ରେସ ଯୁବ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ଅଧ୍ୟକ୍ଷ କରିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏନେଇ ରାଷ୍ଟ୍ରୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିବି ଟ୍ବିଟ କରି ସୂଚନା ଦେଇଛନ୍ତି ।