ETV Bharat / bharat

୭୫ ବର୍ଷ ପରେ ପାକିସ୍ତାନ ଭିଟାମାଟିକୁ ଗଲେ ପୁଣେର ରିନା ବର୍ମା - ୭୫ ବର୍ଷ ପରେ ଘରକୁ ଫେରିଲେ ମହିଳା

ଘରଠୁ ୭୫ ବର୍ଷ ଦୂରରେ ରହିବା ପରେ ପୁଣେର ରିନା ବର୍ମା ପାକିସ୍ତାନ ରାୱଲପିଣ୍ଡ ଭିଟାମାଟିକୁ ଯାଇଛନ୍ତି । ଅଧିକ ପଢନ୍ତୁ

75 ବର୍ଷ ପରେ ପାକିସ୍ତାନ ଘରକୁ ଗଲେ ରିନା ବର୍ମା

author img

By

Published : Jul 18, 2022, 3:48 PM IST

ନୂଆଦିଲ୍ଲୀ: ସେହି ଘର, ସେହି ଅଗଣା ଆଉ ସେ ଘର ଛାତ ତଳେ ବିତାଇଥିବା ୧୫ ବର୍ଷର ସବୁ ସ୍ମୃତି ତାଜା ହୋଇଗଲା । ଛାତରୁ ଆକାଶ ଦେଖିବା କ୍ଷଣି ପିଲାଦିନରେ ସାଙ୍ଗ ସାଥୀଙ୍କ ସହ କଟିଥିବା ସ୍ମୃତି ଆଖି ଆଗରେ ନାଚିଗଲା । ପରିସ୍ଥିତି ଓ ବିଭାଜନ ଦଙ୍ଗା ସବୁ କିଛି ଓଲଟପାଲଟ କରି ଦେଇଥିଲା । ଘରଠୁ ୭୫ ବର୍ଷ ଦୂରରେ ରହିବା ପରେ ପୁଣେର ରିନା ବର୍ମା ପାକିସ୍ତାନ ରାୱଲପିଣ୍ଡ ଭିଟାମାଟିକୁ ଯାଇଛନ୍ତି । ୧୫ ବର୍ଷର ରିନା ବର୍ମା ଆଜି ୯୦ ବର୍ଷ ପରିଣତ ବୟସରେ ପହଞ୍ଚିଛନ୍ତି । ଦୁନିଆ ଛାଡିବା ପୂର୍ବରୁ ଜନ୍ମମାଟିକୁ ଯାଇ ଖୁସିରେ ଆତ୍ମହରା ହୋଇଛନ୍ତି ରିନା ବର୍ମା ।

୧୯୪୭ରେ ଏକ ଦଙ୍ଗା ସମୟରେ ରିନା ୧୫ ବର୍ଷର ଥିଲେ ସେତେବେଳେ ପାକିସ୍ତାନ ରାୱଲପିଣ୍ଡିରେ ଥିବା ଘର ଛାଡିଥିଲେ । ତାଙ୍କ ଭାଇଭଉଣୀ ତାଙ୍କୁ ହିମାଚଳ ପ୍ରଦେଶର ସୋଲାନରେ ଛାଡି ଦେଇଥିଲେ । ଦଙ୍ଗା କମିବା ପରେ ସେ ଘରକୁ ଫେରିବେ ବୋଲି ଆଶା ରଖିଥିଲେ ହେଲେ ସେମିତି ହୋଇନଥିଲା । ସେ ଭାରତରେ ହିଁ ରହିଯାଇଥିଲେ । ଆଉ ଆଜି ୭୫ ବର୍ଷ ପରେ ସେ ପାକିସ୍ତାନରେ ଥିବା ନିଜ ଘରକୁ ଫେରିଛନ୍ତି ଯାହାକୁ ନେଇ ତାଙ୍କ ଖୁସି କହିଲେ ନ ସରେ ।

ଏହି ବି ପଢନ୍ତୁ..ସିନେମା ନୁହେଁ ସତ, 75 ବର୍ଷ ପରେ ପାକିସ୍ତାନକୁ ଫେରିବେ ରିନା ବର୍ମା

ବର୍ତ୍ତମାନ ରିନାଙ୍କୁ ୯୦ ବର୍ଷରୁ ଅଧିକ ହେଲାଣି । ଏତେ ଦିନ ପରେ ଘରକୁ ଫେରିବା ପରେ ତାଙ୍କ ମୁହଁରେ ଖୁସିର ଲହରୀ ଖେଳି ଉଠିଥିଲା । ଭାରତରୁ ଅଲଗା ହେବାପରେ ତାଙ୍କ ବାପା କରିଥିବା ଘରକୁ ରିନା ଦେଖିବା ପରେ ଖୁସି ଦ୍ବିଗୁଣିତ ହୋଇଛି । ରିନାଙ୍କ ସହିତ ଘରର ଅନେକ ସ୍ମୃତି ଜଡିତ ରହିଛି । ଗୁରୁଗ୍ରାମରେ ରହୁଥିବା ରିନାଙ୍କ ଝିଅ ସୋନାଲି ଗତବର୍ଷ ତାଙ୍କର ଭିସା ପାଇଁ ଆବେଦନ କରିଥିଲେ ମାତ୍ର ତାହା ପ୍ରତ୍ୟାଖାନ ହୋଇଥିଲା । ନିରାଶ ହୋଇ ରିନା ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଠାରୁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ପରେ ଏହି ଭିଡିଓ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୀନା ରାବଣି ଖାରଙ୍କ ନଜରକୁ ଆସିଥିଲା । ଏହାପରେ ରିନାଙ୍କୁ ୯୦ ଦିନିଆ ଭିସା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସେ ୩ ମାସ ଯାଏ ପାକିସ୍ତାନରେ ରହିପାରିବେ । ପିଲାଦିନେ ବିତାଇଥିବା ସେ ସ୍ମୃତିକୁ ସାଉଁଟି ପାରିବେ ରିନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.