ETV Bharat / bharat

ସଙ୍କଟରେ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ, ପଠାଇଲା ଚାଳିଶ ହଜାର ଟନ୍ ଚାଉଳ

author img

By

Published : Apr 3, 2022, 7:47 AM IST

ସଙ୍କଟରେ ଶ୍ରୀଲଙ୍କା । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡି ପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି । ଏଭଳି ସ୍ଥିତିରେ ଏବେ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛି ଭାରତ । ଅଧିକ ପଢ଼ନ୍ତୁ

ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ
ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ: ସଙ୍କଟରେ ଶ୍ରୀଲଙ୍କା । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡିପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି । ଏଭଳି ସ୍ଥିତିରେ ଏବେ ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛି ଭାରତ । ବର୍ତ୍ତମାନ ଶ୍ରୀଲଙ୍କାରେ ଅର୍ଥ ଅଭାବରୁ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି । ଯାହାକୁ ନେଇ କ୍ଷୁଧା ଦୂର କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ୪୦,୦୦୦ ଟନ୍ ଚାଉଳ ଯୋଗାଇ ଦେଇଛି । ଭାରତରୁ ଏହି ସାହାଯ୍ୟ ଶ୍ରୀଲଙ୍କାକୁ କିଛି ମାତ୍ରାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଦୀର୍ଘ ବର୍ଷରୁ ଶ୍ରୀଲଙ୍କା ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଥିବା ବେଳେ ଏବେ ପୁରା ଧ୍ବସ୍ତ ହୋଇପଡ଼ିଛି।

ଏହି ସମୟରେ ଅନେକ ବଡ଼ ବଡ଼ ଦେଶ ମଧ୍ୟ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛନ୍ତି ତଥାପି ସଙ୍କଟରେ ରହିଛି ଶ୍ରୀଲଙ୍କା । ଶ୍ରୀଲଙ୍କାର କିଛି ଲୋକ ଏବେ ତାମିଲନାଡୁ ପଳାଇ ଆସୁଛନ୍ତି ତ ଆଉ କିଏ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ଦରଦାମ ଏମିତି ହୋଇଛି ଭାରତୀୟ ମୁଦ୍ରାରେ ତିନି ଜଣଙ୍କୁ ନେଇ ଗୋଟିଏ ପରିବାର ଚଳିବାକୁ ହେଲେ ମାସକୁ ୩୦ ହଜାର ଟଙ୍କା ଦରକାର । ୟୁନାଇଟେଡ ନ୍ୟାସନାଲ ପାର୍ଟିର ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘିଆ ଚେତାବନୀ ଦେବାକୁ ଯାଇ କହିଛନ୍ତି, ଶ୍ରୀଲଙ୍କାରେ ଏପରି ସଙ୍କଟ ଦୀର୍ଘ ୫ ବର୍ଷ ଯାଏଁ ଚାଲିପାରେ । ଦେଶରେ ଏପରି ସ୍ଥିତି ପାଇଁ ସେ ରାଜପକ୍ଷେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.