ନୂଆଦିଲ୍ଲୀ: ବିଶ୍ବରେ ଖେଳନାର ହବ୍ ପାଲଟିବ ଭାରତ । ବିଶ୍ବ ଦରବାରରେ ପହଞ୍ଚିବ ଭାରତୀୟ ଖେଳନା । ଏନେଇ G-20 ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ଫଳରେ ଭାରତୀୟ ଖେଳନା ଉଦ୍ୟୋଗ ଲାଭବାନ ହେବେ । ଭାରତୀୟ ଖେଳନା ଶିଳ୍ପର ଉନ୍ନତି କ୍ଷେତ୍ରରେ ଏକ ବଡ଼ ସମ୍ଭାବନା ଦେଖାଦେଇଥିବା ଜଣା ପଡିଛି । ଅନ୍ତର୍ଜାତୀୟ ବଜାରକୁ ଖେଳନା ରପ୍ତାନି ସହ ଅଗ୍ରଣୀ ଦେଶମାନଙ୍କଠାରୁ ନୂତନ ଜ୍ଞାନକୌଶଳ ଶିଖିବାର ସୁଯୋଗ ପାଇବ ଭାରତ ।
ଏ ସମ୍ପର୍କରେ ଟଏ ଆସୋସିଏସନ ଅଫ୍ ଇଣ୍ଡିଆ (TAI) ଅଧ୍ୟକ୍ଷ ମନୁ ଗୁପ୍ତା କହିଛନ୍ତି , "ବିଶ୍ବ ବଜାରରେ ଖେଳନା ବିକ୍ରି ଦ୍ବାରା ଭାରତର ଖେଳନା ଉଦ୍ୟୋଗର ଚାହିଦା ବଢିବ । G-20 ରେ ଭାଗ ନେଇଥିବା ଦେଶମାନଙ୍କ ମଧ୍ୟରେ ଖେଳନାର ସବୁଠାରୁ ବଡ଼ ଉତ୍ପାଦକ ଏବଂ ଗ୍ରାହକ ଅଛନ୍ତି । ଯୁକ୍ତରାଷ୍ଟ୍ରରେ ଖେଳନାର ସବୁଠୁ ବଡ଼ ମାର୍କେଟ ରହିଛି । ମୁଣ୍ଡପିଛା ଖେଳନାର ବ୍ୟବହାର ମଧ୍ୟ ସେଠାରେ ଅଧିକ ରହିଛି। ଅର୍ଥାତ ବହୁ ପରିମାଣର ଲୋକେ ସେଠାରୁ ଖେଳନା କିଣିଥାଆନ୍ତି । କାରଣ ସେମାନଙ୍କର ପିଲାମାନଙ୍କ ପାଇଁ ସେମାନେ ଶିକ୍ଷଣ ଉପକରଣ ଭାବେ ଖେଳନାର ବ୍ୟବହାର ମଧ୍ୟ ବହୁ ମାତ୍ରାରେ କରିଥାଆନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି, "ସେହିପରି ଚୀନ ବଜାରରେ ମଧ୍ୟ ଖେଳନାର ଚାହିଦା ଢେର ଅଧିକ ରହିଛି। ଖେଳନା ଉତ୍ପାଦନର କ୍ଷମତା ବଢାଇବା ପାଇଁ ଭାରତ ନିଶ୍ଚିତ ଭାବରେ ନିଜର ଶକ୍ତି ଏବଂ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରିବ। ଅପରପକ୍ଷେ, ଆନ୍ତର୍ଜାତିକ ବଜାରର ଚାହିଦା ପୂରଣ କରିବା ପାଇଁ ଭାରତରେ ଖେଳନା କ୍ଷେତ୍ରରେ ଏକ ବଡ଼ ସମ୍ଭାବନା ରହିଥିବା କହିଛନ୍ତି । TAIର ବରିଷ୍ଠ ଉପସଭାପତି ତଥା ଲିଟିଲ୍ ଜିନିୟସ୍ ଖେଳନା ପିଭି ଲିମିଟେଡ୍ (Little Genious Toys Pvt Ltd)ର ସିଇଓ ନରେଶ କୁମାର ଗୌତମ । "ଏଠାରେ ସରକାର ଉତ୍ପାଦକଙ୍କ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି" ବୋଲି ସେ ପ୍ରକାଶ କରିଛନ୍ତି ।
ଏହା ବି ପଢନ୍ତୁ...ବର୍ଜ୍ୟବସ୍ତୁରୁ କଳାକୃତି କରି ଗିନିଜ ବୁକରେ ସ୍ଥାନ ପାଇଲେ ଶାରଦାମଣି
ସୂଚନା ଅନୁସାରେ, ଖେଳନା ଉଦ୍ୟୋଗ କ୍ଷେତ୍ରରେ ଏକ ବଡ଼ ଉତ୍ସ ଯୋଗାଇବାକୁ ଯାଉଛି ଗ୍ରେଟର ନୋଏଡା । ପ୍ରାୟ 135ଟି କମ୍ପାନୀକୁ ଜମି ପ୍ରଦାନ ପାଇଁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ସେ ଆହୁରି ମଧ୍ୟ କହିଛନ୍ତି ,"ଅଧିକାଂଶ ଜି-20 ଦେଶ ଖେଳନା ଆମଦାନୀକାରୀ ହୋଇଥିବାରୁ ଏହା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ଏକ ବଡ଼ ସୁଯୋଗ ।"
2022 ମସିହାରେ ଜି-20 ଦେଶମାନଙ୍କ ମଧ୍ୟରେ ଭାରତ ରପ୍ତାନି କରିଥିବା ଅଗ୍ରଣୀ ଦେଶ ଗୁଡିକ ହେଲା,US (91 ବିଲିୟନ ଡ଼ଲାର), ୟୁଏଇ (87 ବିଲିୟନ ଡ଼ଲାର), ଚୀନ (17.5 ବିଲିୟନ ଡ଼ଲାର), ବ୍ରିଟେନ (14.4 ବିଲିୟନ ଡ଼ଲାର), ତୁର୍କୀ (10.7ବିଲିୟନ ଡ଼ଲାର), ସାଉଦି ଆରବ (10 ବିଲିୟନ ଡ଼ଲାର) । ଗତ ବର୍ଷ ଦେଶର ଅଗ୍ରଣୀ ଆମଦାନୀ ଯୋଗାଣକାରୀମାନେ ଚୀନ (118.5 ବିଲିୟନ ଡ଼ଲାର), ୟୁଏଇ (59.1 ବିଲିୟନ ଡ଼ଲାର), ସାଉଦି ଆରବ (43.3 ବିଲିୟନ ଡ଼ଲାର), ଆମେରିକା (38.4 ବିଲିୟନ ଡ଼ଲାର), ଋଷ (34 ବିଲିୟନ ଡ଼ଲାର), ଅଷ୍ଟ୍ରେଲିଆ (19.2 ବିଲିୟନ ଡଲାର) କୋରିଆ (18.9 ବିଲିୟନ ଡ଼ଲାର) ଏବଂ ଜାପାନ (13.9 ବିଲିୟନ ଡ଼ଲାର) ।