ETV Bharat / bharat

ଅନୁପ୍ରବେଶ ରୋକିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

author img

By

Published : Jul 9, 2022, 2:11 PM IST

LOCରେ ଅନୁପ୍ରବେଶ ରୋକିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ଯବାନ ଶହୀଦ । ସୂଚନା ଦେଲା ସେନା । ଅଧିକ ପଢନ୍ତୁ

ଅନୁପ୍ରବେଶ ଉଦ୍ୟମ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

ଶ୍ରୀନଗର: ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିୟନ୍ତ୍ରଣ ରେଖା (LOC) ପାକିସ୍ତାନ ପଟୁ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମକୁ ରୋକିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କ ନାମ ଯଶବୀର ସିଂ । ଗାରଙ୍ଗନାର ନିକଟବର୍ତ୍ତୀ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କୀଙ୍କୁ ରୋକିବା ପାଇଁ ଜାରି ରହିଥିବା ଅଭିଯାନରେ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ ଯବାନ ଯଶବୀର । ତାଙ୍କ ଦେହରେ ଏକାଧିକ ଗୁଳି ଲାଗିଥିଲା ।

  • J&K | Naik Jasvir Singh was killed by the terrorists near Garang Nar while fighting to stop them from infiltrating the border from PoK. He sustained multiple gunshot wounds & was evacuated to a Military Hospital, where he was declared dead on arrival: PRO (Defence) Srinagar pic.twitter.com/XB9IpRgzJh

    — ANI (@ANI) July 9, 2022 " class="align-text-top noRightClick twitterSection" data=" ">

ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ସେନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.