ETV Bharat / bharat

Lay off Fear: ଆମେରିକାରୁ ଭାରତ ଫେରିବା ଭୟରେ ଛାତ୍ରୀ ଗାଏବ ! - ଆମେରିକାରେ ଭାରତୀୟ ଛାତ୍ରୀ ନିଖୋଜ

ଏବେ ଅନେକ IT କମ୍ପାନୀରେ ଚାଲିଛି ଛଟେଇ । ଏହି ଛଟେଇ ଯୋଗୁଁ କାଳେ ଆମେରିକା ଛାଡ଼ି ଭାରତ ଫେରିବାକୁ ପଡ଼ିବ, ଏଥିଲାଗି ଜଣେ ଛାତ୍ରୀ ଘରୁ କେଉଁଆଡେ ଗାଏବ ହୋଇଯାଇଛନ୍ତି । ଆମେରିକା କନୱେ ପୋଲିସ ଛାତ୍ରୀଙ୍କୁ ଖୋଜିବା ଲାଗି ଉଦ୍ୟମ କରିଛି । ଅଧିକ ପଢନ୍ତୁ

Indian student missing in USA
Indian student missing in USA
author img

By

Published : Feb 10, 2023, 10:05 PM IST

ୱାଶିଂଟନ: ଭାରତୀୟ-ଆମେରିକୀୟ ସ୍କୁଲ ଛାତ୍ରୀ ଗତ ୩ ସପ୍ତାହରୁ ନିଖୋଜ ରହିଛନ୍ତି । ଆମେରିକାର ଅର୍କାନସାସଠାରେ ଘଟିଛି ଏହି ଘଟଣା । ଏବେ ଅନେକ କମ୍ପାନୀରେ କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି । ନିଖୋଜ ହୋଇଥିବା ଛାତ୍ରୀଙ୍କ ପିତା କାଳେ ଏହି ସମସ୍ୟାର ସାମ୍ନା କରି ନିଜ ଚାକିରୀ ହରେଇବେ ଓ ପରେ ଭାରତ ଫେରିବେ, ଏହା ଭାବି ଛାତ୍ରୀ ଜଣକ କେଉଁଆଡେ ଗାଏବ ହୋଇଯାଇଥିବା ସ୍ଥାନୀୟ ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରୀ ୧୭ ତାରିଖରେ ନିଖୋଜ ହୋଇଥିବା ଛାତ୍ରୀ ତାନଭି ମାରୁପଲ୍ଲି ଅର୍କାନସାସର କନୱେରେ ନିଜ ପଡୋଶୀ ବନ୍ଧୁ ସହିତ ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି । ଏହାପରେ ସେ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି । ପୋଲିସର କହିବାନୁସାରେ ଆମେରିକା ଛାଡ଼ିବା ଭୟରେ ଛାତ୍ରୀ ଜଣକ କେଉଁଆଡ଼େ ଚାଲିଯାଇଛନ୍ତି । ସେପଟେ ନିଖୋଜ ଛାତ୍ରୀଙ୍କ ପିତା କହିଛନ୍ତି ଯେ ସେ ଅନେକ ଦିନରୁ ଆମେରିକାର ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଏଠାକାର ନାଗରକିତ୍ବ ପାଇଁ ମଧ୍ୟ ଆବେଦନ କରୁଛନ୍ତି । ଦେଶର ଇମିଗ୍ରେସନ ବ୍ୟବସ୍ଥା ଲାଗି କାଳେ ତାଙ୍କୁ ଦେଶରୁ କଢାଯିବ ସେଥିଲାଗି ତାଙ୍କ ଝିଅ ପଳାଇଥିବା କହିଛନ୍ତି ସେ ।

ଏହା ବି ପଢନ୍ତୁ- Yahoo in Layoff Spree : 1,600 କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ୟାହୁ

ନିଖୋଜ ଛାତ୍ରୀଙ୍କ ପିତା ପବନ ରୟ ମାରୁପଲ୍ଲୀ, ଯିଏକି ଟେକ୍ନୋଲୋଜି କମ୍ପାନୀରେ କାର୍ଯ୍ୟରତ । ଅନେକ ଟେକ୍ନୋଲୋଜି ସେକ୍ଟରରେ ଛଟେଇ ଚାଲିଥିବାରୁ ତାଙ୍କର ମଧ୍ୟ ଛଟେଇ ଥିବାର ଆଶଙ୍କା ରହିଥିଲା । ମାତ୍ର ତାଙ୍କ ହାତରୁ ଚାକିରି ଯିବାର ଭୟ ନାହିଁ ବୋଲି ସେ କନୱେ ପୋଲିସକୁ ସ୍ପଷ୍ଟ କରିଛନ୍ତି । ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁସାରେ ୨ ଲକ୍ଷ IT କର୍ମଚାରୀଙ୍କୁ ଗତ ନଭେମ୍ବରରେ ଚାକିରିରୁ ଛଟେଇ କରାଯାଇଥିଲା । ଏଥିରେ ଗୁଗଲ, ମାଇକ୍ରୋସଫ୍ଟ, ଫେସବୁକ ଓ ଆମାଜନ କମ୍ପାନୀ ମଧ୍ୟ ସାମିଲ ରହିଥିଲା ।

ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ରୁ ୪୦ ପ୍ରତିଶତ ଭାରତୀୟ ବୋଲି ଜଣାପଡ଼ିଥିଲା । LyoffTracker.comର ରିପୋର୍ଟ ଅନୁସାରେ ଜାନୁଆରୀ ମାସରେ କେବଳ ୯୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା । ହଠାତ ହାତରୁ ଚାକିରି ଯିବା ପରେ ସେମାନଙ୍କ ପରିବାର ଉପରେ ବେଶ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଛାତ୍ରୀଙ୍କୁ ଖୋଜିବା ସହିତ ଫ୍ୟାମିଲିକୁ ରିୟୁନାଇଟ କରିବା ଲାଗି ଲକ୍ଷ୍ୟ ରଖିଥିବା କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.