ETV Bharat / bharat

50th Victory Day: ବାଂଲାଦେଶ ଯିବେ ରାଷ୍ଟ୍ରପତି, ବିଜୟ ଦିବସ ଉତ୍ସବରେ ହେବେ ସାମିଲ - ବାଂଲାଦେଶ ବିଜୟ ଦିବସ

ବାଂଲାଦେଶର 50 ତମ ବିଜୟ ଦିବସ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । 15 ତାରିଖରୁ 3 ଦିନିଆ ବାଂଲାଦେଶ ଗସ୍ତ କରିବା ନେଇ ସୂଚନା । ଅଧିକ ପଢନ୍ତୁ

ବାଂଲାଦେଶର 50ତମ ବିଜୟ ଦିବସ ଉତ୍ସବରେ ଯୋଦଦେବେ ରାଷ୍ଟ୍ରପତି

author img

By

Published : Dec 6, 2021, 5:51 PM IST

ନୂଆଦିଲ୍ଲୀ: ବାଂଲାଦେଶର 50ତମ ବିଜୟ ଦିବସ ଉତ୍ସବରେ ଯୋଗଦେବା ପାଇଁ ବାଂଲାଦେଶ ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚଳିତମାସ 15 ରୁ 17 ୩ ଦିନିଆ ବାଲାଂଦେଶ ଗସ୍ତ କରିବେ ରାଷ୍ଟ୍ରପତି । ଏହି ଗସ୍ତ ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ବାଂଲାଦେଶ ରାଷ୍ଟ୍ରପତି ଅବଦୁଲ ହମିଦଙ୍କ ସହ ଏକ ପ୍ରତିନିଧି ସ୍ତରୀୟ ବୈଠକ କରିବେ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ବୈଦେଶିକ ମନ୍ତ୍ରୀ ଡ. ଏକେ ଅବଦୁଲ ମୋମେନ ମଧ୍ୟ ରାଷ୍ଟ୍ରପତି କୋବିନ୍ଦଙ୍କୁ ସାକ୍ଷାତ କରିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ 2021 ମସିହା ମାର୍ଚ୍ଚ 26ରେ ବାଂଲାଦେଶ ଗସ୍ତ କରିଥିଲେ ।

ଦୁଇ ପଡୋଶୀ ଦେଶ ମଧ୍ୟରେ ସୁରକ୍ଷା, ସୀମା ପରିଚାଳନା ଏବଂ ପ୍ରତିରକ୍ଷା, ଜଳ ସମ୍ପଦ, ବାଣିଜ୍ୟ, ପରିବହନ, ସ୍ବାସ୍ଥ୍ୟ, ସଂସ୍କୃତି, ଶକ୍ତି କ୍ଷେତ୍ରରେ ସହଭାଗୀତା ନେଇ ବିଭିନ୍ନ କୂଟନୈତିକ ଦିଗକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତ ଉଭୟ ଦେଶର ବନ୍ଧୁତ୍ବପୂର୍ଣ୍ଣ ସହଯୋଗକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.